Advertisment

Donald Trump: ଜଣାପଡ଼ିଲା ଭାରତ-ଆମେରିକା ବାଣିଜ୍ୟ ଡିଲ ଫେଲ୍‌ ହେବାର କାରଣ: ମୋଦି କଲ୍‌ ନ କରିବାରୁ ହର୍ଟ ହୋଇଥିଲା ଟ୍ରମ୍ପଙ୍କ ଇଗୋ

ଭାରତର ସହ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଡିଲକୁ ଚୂଡ଼ାନ୍ତ ରୂପ ଦେବାକୁ ଚାହୁଁଥିଲା। ଡିଲ ଚୂଡ଼ାନ୍ତ ରୂପ ନେବା ପୂର୍ବରୁ ଟ୍ରମ୍ପ ଚାହୁଁଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ କଲ କରନ୍ତୁ।

author-image
Hemant Lenka
Trump

ମୋଦି ଓ ଟ୍ରମ୍ପ

ଭାରତ ବିରୋଧରେ ଆମେରିକା ଲାଗୁ କରିଥିବା ଟାରିଫ ପଛରେ କୌଣସି ବାଣିଜ୍ୟ କିମ୍ବା ନୀତି ସମ୍ପର୍କିତ ବିବାଦ ଦାୟୀ ନୁହେଁ। ବରଂ ଏହା ପଛରେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କ ଅହଂକାର। ଭାରତର ସହ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଡିଲକୁ ଚୂଡ଼ାନ୍ତ ରୂପ ଦେବାକୁ ଚାହୁଁଥିଲା। ଡିଲ ଚୂଡ଼ାନ୍ତ ରୂପ ନେବା ପୂର୍ବରୁ ଟ୍ରମ୍ପ ଚାହୁଁଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ କଲ କରନ୍ତୁ।

Advertisment

ହେଲେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଟ୍ରମ୍ପଙ୍କ ସହ କଥା ହୋଇ ନଥିଲେ। ଏହା ଟ୍ରମ୍ପଙ୍କ ଅହଂକାରକୁ ବେଶ ଆଘାତ ଦେଇଥିଲା। ଫଳ ସ୍ୱରୂପ ସେ ଭାରତ ଉପରେ ୫୦% ଟାରିଫ ଲାଗୁ କରିଛନ୍ତି। ଏଥିସହ ଆଗକୁ ଏହାକୁ ବୃଦ୍ଧି କରିବାର ଧମକ ମଧ୍ୟ ଦେଉଛନ୍ତି। 

ମୋଦି କଲ ନ କରିବାରୁ ଟ୍ରମ୍ପଙ୍କ ଇଗୋ ହର୍ଟ ହୋଇଥିବା କଥାକୁ ବିଧିବଦ୍ଧ ଭାବେ ସ୍ୱୀକାର କରିଛନ୍ତି ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ। ଗୋଟିଏ ସାକ୍ଷାତକାରରେ ଭାରତ ଉପରେ ଲାଗୁ ହେଉଥିବା ଆକାଶ ଛୁଆଁ ଟାରିଫ ସମ୍ପର୍କରେ ସେ ଖୋଲାଖୋଲି ଭାବେ ମତ ରଖିଛନ୍ତି।

Advertisment

ଲୁଟନିକଙ୍କ କହିବା କଥା ଯେ ଭାରତ ଓ ଆମେରିକା ମଧ୍ୟରେ ବହୁ ପ୍ରତିକ୍ଷୀତ ବାଣିଜ୍ୟ ଡିଲ୍‌ ସଫଳ ରୂପ ନ ନେବା ପଛରେ କାରଣ କୌଣସି ନୀତିଗତ ଅସହମତି ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମନା କରିବାରୁ ଡିଲ ଫେଲ ମାରିଥିଲା। 

ସେ ଦାବି କରିଛନ୍ତି ଯେ ଡିଲ ପାଇଁ ସବୁ କିଛି ପ୍ରସ୍ତୁତି ଶେଷ ହୋଇଥିଲା। କେବଳ ଚୂଡ଼ାନ୍ତ ନିଷ୍ପତ୍ତି ବାକି ରହିଥିଲା। ଏପରି ସ୍ଥିତିରେ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ କଲ କରିବାର ଥିଲା। ସେ କଲ କରିବା ମାତ୍ରେ ଡିଲ ଚୂଡ଼ାନ୍ତ ହୋଇଥାଆନ୍ତା। ହେଲେ ମୋଦି ବ୍ୟକ୍ତିଗତ ଭାବେ କଲ ମଧ୍ୟ କରି ନଥିଲେ ବୋଲି ସେ କହିଛନ୍ତି।

ଲୁଟନିକ କହିଛନ୍ତି, “ ପୂରା ଡିଲ ପୂର୍ବରୁ ହିଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ପୂରା ଡିଲ ତାଙ୍କର(ଟ୍ରମ୍ପ) ଥିଲା। ସେ ହିଁ ଶେଷ ନିଷ୍ପତ୍ତି ନେଇଥାଆନ୍ତି। ଡିଲ ସେ କରନ୍ତି। ବାସ ରାଷ୍ଟ୍ରପତିଙ୍କୁ ମୋଦି ଫୋନ କରିବାର ଥିଲା।

ସେ(ମୋଦି) ଏପରି କରିବାକୁ ଅସହଜ ଅନୁଭବ କରିଥିଲେ। ମୋଦି ଫୋନ କରି ନଥିଲେ। ଆମେ ଇଣ୍ଡୋନେସିଆ, ଫିଲିପାଇନ୍ସ ଓ ଭିଏତନାମ ସହ ଡିଲ କରିଛୁ। ସେମାନଙ୍କ ଠାରୁ ବହୁ ପୂର୍ବରୁ ଭାରତ ସହ ବାଣିଜ୍ୟ ଡିଲ ଚୂଡ଼ାନ୍ତ ହେବ ବୋଲି ଆମେ ଆଶା କରିଥିଲୁ।” 

ପୂର୍ବରୁ ଯେଉଁ ସର୍ତ୍ତ ଆଧାରରେ ଭାରତ ଓ ଆମେରିକା ବାଣିଜ୍ୟ ଡିଲ କରିବାକୁ ରାଜି ହୋଇଥିଲେ, ଏବେ ୱାଶିଂଟନ ସେଥିରୁ ଓହରି ଯାଇଛି। ଆମେରିକା ଆଉ ଡିଲ ସମ୍ପର୍କରେ ଭାବୁ ନଥିବା ମଧ୍ୟ ଲୁଟନିକ ସ୍ପଷ୍ଟ କରିଛନ୍ତି।

Donald Trump