Advertisment

ଶପଥ ପୂର୍ବରୁ ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ

୧୦୦% ଟିକସ ଲାଗୁ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ।

Donald Trump

Donald Trump

Advertisment

ହ୍ୱାଇଟ୍‌ ହାଉସ୍‌ରେ ଏଣ୍ଟ୍ରି ପୂର୍ବରୁ ନାଲି ଆଖି ଦେଖାଇଲେଣି ଡୋନାଲ୍ଟ ଟ୍ରମ୍ପ। ଶପଥ ପୂର୍ବରୁ ସେ ଭାରତକୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି। ଏହାକୁ ନେଇ ଭାରତର ଚିନ୍ତା ବଢ଼ି ଯାଇଛି।

Advertisment

ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇଥିବା ଦେଶକୁ ଧମକ ଦେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ। ଶନିବାର ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ ଏହି ଧମକ ଦେଇଛନ୍ତି।

ସେ ଏଥିରେ କହିଛନ୍ତି, ବ୍ରିକ୍ସ ଦେଶଗୁଡିକ ଡଲାର ବଦଳରେ ଅନ୍ୟ ମୁଦ୍ରା ପ୍ରଚଳନ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ବ୍ରିକ୍ସ ଦେଶଗୁଡିକ ଏଭଳି କିଛି କରନ୍ତି ତେବେ ଆମେରିକା ଚୁପ୍‌ ବସିବ ନାହିଁ। ଟ୍ରମ୍ପ କହିଛନ୍ତି ଯେ ଆମେ ଚାହୁଁଛୁ ସେହି ଦେଶଗୁଡିକ ପ୍ରତିଜ୍ଞା କରନ୍ତୁ ଯେ ସେମାନେ ନୂତନ ବ୍ରିକ୍ସ ମୁଦ୍ରା ସୃଷ୍ଟି କରିବେ ନାହିଁ କିମ୍ବା ଶକ୍ତିଶାଳୀ ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରିବେ ନାହିଁ, ନଚେତ୍ ସେମାନଙ୍କୁ ୧୦୦% ଶୁଳ୍କ ଲାଗୁ କରାଯିବ। ଏଥିସହ ଆମେରିକୀୟ ବଜାରରେ ସେମାନଙ୍କ ଜିନିଷ ଉପରେ ବ୍ୟାନ୍ ଲଗାଯିବ।

Advertisment

କହିରଖୁ ଯେ, ବ୍ରିକ୍ସ ହେଉଛି ୯ଟି ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଭାରତ ମଧ୍ୟ ସାମିଲ ଅଛି। ଭାରତ ବ୍ୟତୀତ ଏହି ଗୋଷ୍ଠୀର ସଦସ୍ୟ ଦେଶଗୁଡ଼ିକ ହେଉଛି ଚାଇନା, ରୁଷିଆ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ୨୦୦୯ରେ ଗଠିତ ବ୍ରିକ୍ସ ହେଉଛି ଏକମାତ୍ର ପ୍ରମୁଖ ଅନ୍ତର୍ଜାତୀୟ ଗୋଷ୍ଠୀ ଯେଉଁଥିରେ ଆମେରିକା ନାହିଁ।

ବ୍ରିକ୍ସର କିଛି ସଦସ୍ୟ ଦେଶ, ବିଶେଷତଃ ରୁଷିଆ ଏବଂ ଚାଇନା, ଆମେରିକୀୟ ଡଲାରର ବିକଳ୍ପ ଖୋଜୁଥିଲେ କିମ୍ବା ନିଜର ବ୍ରିକ୍ସ ମୁଦ୍ରା ସୃଷ୍ଟି କରିଥିଲେ। ଭାରତ ଏପର୍ଯ୍ୟନ୍ତ ଏହି ପଦକ୍ଷେପର ଅଂଶ ହୋଇନାହିଁ।

US Dollar BRICS Trump Threat Donald Trump USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe