Advertisment

ପାନାମା କେନାଲକୁ ନେଇ ଧମକ ଦେଲେ ଟ୍ରମ୍ପ, କହିଲେ…

ଯଦି ପାନାମା କେନାଲକୁ ଠିକ୍ ଭାବେ ପରିଚାଳନା କରାନଯାଏ, ତେବେ ଆମେରିକା ଏହାକୁ ନିଜ ଅକ୍ତିଆରକୁ ନେଇଯିବ ବୋଲି ଟ୍ରମ୍ପ କହିଛନ୍ତି।

author-image
Madhupriya Mistry
Donald Trump

Donald Trump

ବିଶ୍ୱରେ ଚୀନ୍ କ୍ରମାଗତ ଭାବରେ ନିଜର ପ୍ରଭାବ ବଢ଼ାଉଛି। ବର୍ତ୍ତମାନ ଚୀନର ପ୍ରଭାବ ଏତେ ବଢିଯାଇଛି ଯେ ଆମେରିକା ନିଜ ପ୍ରତି ବିପଦ ଅନୁଭବ କରିବା ଆରମ୍ଭ କରିଛି। ତାଇୱାନ ପରେ ଏବେ ପାନାମା କେନାଲ ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି ଯେଉଁଠି ଚୀନ ଓ ଆମେରିକା ମୁହାଁମୁହିଁ ହୋଇପାରନ୍ତି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନେଇ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି ଯଦି ପାନାମା କେନାଲକୁ ଯଦି ଠିକ୍ ଭାବେ ପରିଚାଳନା ନ କରାଯାଏ, ତେବେ ଆମେରିକା ଏହାକୁ ଫେରାଇ ନେଇପାରେ।

Advertisment

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ବୟାନରେ ପାନାମା କେନାଲ ବ୍ୟବହାର ପାଇଁ ଅତ୍ୟଧିକ ଟିକସ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ପାନାମା କେନାଲକୁ ଠିକ୍ ଭାବେ ପରିଚାଳନା କରାନଯାଏ, ତେବେ ଆମେରିକା ଏହାକୁ ନିଜ ଅକ୍ତିଆରକୁ ନେଇପାରେ।

ସୋଶାଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ପାନାମା କେନାଲକୁ ଭୁଲ୍‌ ହାତରେ ପଡ଼ିବାକୁ ଦିଆଯିବ ନାହିଁ। ଟ୍ରମ୍ପଙ୍କ ଏହି ପ୍ରସଙ୍ଗ ଚୀନ ପ୍ରତି ବୋଲି କୁହାଯାଉଛି। ଟ୍ରମ୍ପ ଲେଖିଛନ୍ତି ଯେ ପାନାମା କେନାଲକୁ ଚୀନ୍ ପରିଚାଳନା କରିବା ଉଚିତ ନୁହେଁ।

Advertisment

ପନାମା କେନାଲକୁ ବିଶ୍ୱ ଭୂ-ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ୮୨ କିଲୋମିଟର ଲମ୍ବର ଏହି କେନାଲ ଆଟଲାଣ୍ଟିକ ମହାସାଗର ଓ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଛି। ପୃଥିବୀର ୬ ପ୍ରତିଶତ ସାମୁଦ୍ରିକ ବାଣିଜ୍ୟ ପାନାମା କେନାଲ ମାଧ୍ୟମରେ ହୋଇଥାଏ।

ପାନାମା କେନାଲ ମଧ୍ୟ ଆମେରିକାର ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ନ୍ୟୁୟର୍କରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ମାଲବାହୀ ଜାହାଜଗୁଡ଼ିକୁ ପାନାମା କେନାଲ ଦେଇ ୮୩୭୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଛି। କିନ୍ତୁ ଯଦି ପାନାମା କେନାଲ ପରିବର୍ତ୍ତେ ପୁରୁଣା ମାର୍ଗ ଦେଇ ମାଲ ପଠାଯାଏ, ତେବେ ଜାହାଜଗୁଡ଼ିକୁ ସମସ୍ତ ଦକ୍ଷିଣ ଆମେରିକୀୟ ଦେଶ ଭ୍ରମଣ କରିବା ପରେ ସାନ୍ ଫ୍ରାନ୍ସିସ୍କୋ ଯିବାକୁ ପଡ଼ିବ ଏବଂ ଏହାର ଦୂରତା ୨୨ ହଜାର କିଲୋମିଟରରୁ ଅଧିକ ହେବ।

ଆମେରିକାର ୧୪ ପ୍ରତିଶତ ବାଣିଜ୍ୟ ପାନାମା କେନାଲ ମାଧ୍ୟମରେ ହୋଇଥାଏ। ପାନାମା କେନାଲ ଆମେରିକାର ଅର୍ଥନୀତି ପାଇଁ ଲାଇଫ ଲାଇନ ଭାବେ କାମ କରୁଛି ବୋଲି କୁହାଯାଇପାରେ। ପାନାମା କେନାଲ ମାଧ୍ୟମରେ ଆମେରିକା ସହିତ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକର ବହୁ ସଂଖ୍ୟକ ଆମଦାନୀ ଓ ରପ୍ତାନି ମଧ୍ୟ ହୋଇଥାଏ।

ଯଦି ଏସିଆରୁ କ୍ୟାରିବିଆନ୍ ଦେଶକୁ ସାମଗ୍ରୀ ପଠାଯିବାକୁ ହୁଏ, ତେବେ ପାନାମା କେନାଲ ଦେଇ ଜାହାଜ ଯାଇଥାଏ। ପାନାମାର ଅର୍ଥନୀତି ନିଜେ ଏହି କେନାଲ ଉପରେ ନିର୍ଭରଶୀଳ ଏବଂ ପାନାମାର ପରିଚାଳନାରୁ ପାନାମା ସରକାର ପ୍ରତିବର୍ଷ କୋଟି କୋଟି ଡଲାର ରୋଜଗାର କରନ୍ତି। ପାନାମା କେନାଲକୁ ଦଖଲ କରାଗଲେ ସମଗ୍ର ବିଶ୍ୱର ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

USA China Donald Trump Panama Canal