Advertisment

ଆମେରିକା ଇତିହାସରେ ପ୍ରଥମ; ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୭ଟି ମାମଲା ରୁଜୁ

ଦେଶର ଟପ୍‌ ସିକ୍ରେଟ ଫାଇଲକୁ ଜାଣିଶୁଣି ନିଜ ପାଖରେ ରଖି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଇଥିବା ଅଭିଯୋଗରେ ଟ୍ରମ୍ପଙ୍କ ଉପରେ ଲାଗିଛି ସଙ୍ଗୀନ ଆରୋପ । ଏହା ଆମେରିକା ଇତିହାସରେ ପ୍ରଥମ ।

author-image
Niharika Rout
Donald Trump

Donald Trump

ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ । ପୂର୍ବରୁ ପର୍ଣ୍ଣ ଷ୍ଟାରଙ୍କୁ କୋଟି କୋଟି ଟଙ୍କା ଦେଇ ଆଇନ ଜାଲରେ ଛନ୍ଦି ହୋଇଥିବା ଟ୍ରମ୍ପଙ୍କ ଉପରେ ଏଥର ଲାଗୁ ହୋଇଛି ୩୭ଟି ମାମଲା। ଦେଶର ଟପ୍‌ ସିକ୍ରେଟ ଫାଇଲକୁ ଜାଣିଶୁଣି ନିଜ ପାଖରେ ରଖି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଇଥିବା ଅଭିଯୋଗରେ ଟ୍ରମ୍ପଙ୍କ ଉପରେ ଲାଗିଛି ସଙ୍ଗୀନ ଆରୋପ । ଏହା ଆମେରିକା ଇତିହାସରେ ପ୍ରଥମ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ଏକକାଳୀନ ଏତେ  ସଂଖ୍ୟକ ମାମଲା ରୁଜୁ ହେବା ପୂର୍ବରୁ ଆମେରିକା ଇତିହାସରେ କେବେ ଦେଖିବାକୁ ମିଳି ନ ଥିଲା। 

Advertisment

ଏହି ଅଭିଯୋଗ ସତ ପ୍ରମାଣିତ ହେଲେ ଟ୍ରମ୍ପଙ୍କୁ ପ୍ରତି ମାମଲାରେ ୨୦ ବର୍ଷ ଲେଖା ଜେଲ୍‌ଦଣ୍ଡ ହୋଇପାରେ । ଆସନ୍ତା ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ତା’ ପୂର୍ବରୁ ଟ୍ରମ୍ପ ଆଇନ୍‌ ଜାଲରେ ଛନ୍ଦି ହୋଇ ପଡ଼ିବାରୁ ସେ ନିର୍ବାଚନ ଲଢ଼ିବା ନେଇ ଶଙ୍କା ସୃଷ୍ଟି ହୋଇଛି।

ଟ୍ରମ୍ପଙ୍କ ଉପରେ ଲାଗିଥିବା ଅଭିଯୋଗ ଅନୁଯାୟୀ, ସେ ୨୦୨୧ ମସିହା ଜାନୁୟାରୀରେ ହ୍ୱାଇଟ ହାଉସ୍‌ ଛାଡ଼ିବା ସମୟରେ ପରମାଣୁ, ଅସ୍ତ୍ରଶସ୍ତ୍ର ଫାଇଲ୍‌ ସମେତ ଆମେରିକାର ବିଦେଶ ନୀତି ସମ୍ପର୍କତ ଫାଇଲ ଓ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ନିଜ ସହ ନେଇ ଯାଇଥିଲେ। ଏପରିକି ପେଣ୍ଟାଗନ, ସିଆଇଏ, ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ସମେତ ଆହୁରି ବହୁ ଗୁରୁତ୍ୱପୁର୍ଣ୍ଣ ଫାଇଲ୍‌କୁ ସେ ନିଜ ସହ ନେଇ ପଳାଇଥିଲେ ।

Advertisment

ଫ୍ଲୋରିଡ଼ାର ଫେଡରାଲ କୋର୍ଟରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ, ଦେଶର ସୁରକ୍ଷା ସମ୍ପର୍କୀତ ଏହି ସବୁ ଫାଇଲ୍‌କୁ ଟ୍ରମ୍ପ ଫ୍ଲୋରିଡ଼ାସ୍ଥିତ ନିଜ ଘରେ ତଥା କ୍ଲବରେ ରଖିଥିଲେ। ଉକ୍ତ ସ୍ଥାନକୁ ପ୍ରତିଦିନ ବହୁ ଲୋକଙ୍କ ଯାତାୟତ ଥିଲା। ତେଣୁ ସେଠାରେ ଏହି ସବୁ ଫାଇଲକୁ ଅସୁରକ୍ଷିତ ଭାବେ ରଖାଯାଇଥିଲା। ଏହାବାଦ ବିନା ଅନୁମତିରେ ସେଠାରେ ୨ ଥର ଟ୍ରମ୍ପ ଅନ୍ୟମାନଙ୍କୁ ଏହି ଫାଇଲ ଦେଖାଇଥିବା ଜଣାଯାଇଛି।

ଉକ୍ତ ଫାଇଲଗୁଡ଼ିକ ମଧ୍ୟରେ ଆମେରିକାର ବିଦେଶ ନୀତି ଫାଇଲ, ଅସ୍ତଶସ୍ତ୍ର କ୍ଷମତା ଫାଇଲ, ପରମାଣୁ କାର୍ଯ୍ୟକ୍ରମ ଫାଇଲ୍‌, ସୈନ୍ୟ ଆକ୍ରମଣ ତଥ୍ୟ ସମ୍ପର୍କୀତ ଫାଇଲ୍‌, ବିଦେଶ ଆକ୍ରମଣର ପ୍ରତିରୋଧ କରିବାକୁ ହୋଇଥିବା ଯୋଜନାର ଫାଇଲ ବି ସାମିଲ ଥିଲା। ଏପରି ଫାଇଲ୍‌କୁ ସର୍ବ ସମ୍ମୁଖରେ ପ୍ରଦର୍ଶୀତ କରିବା ଦେଶର ସୁରକ୍ଷା ବ୍ୟବସ୍ଥାକୁ ବିପଦରେ ପକାଇବା ସଦୃଶ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ଟ୍ରମ୍ପଙ୍କ ଉପରେ ୩୭ଟି ମାମଲା ରୁଜୁ ହୋଇଛି।

ଏହି ମାମଲା ମଧ୍ୟରେ ଟ୍ରମ୍ପଙ୍କ ଉପରେ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କୀତ ଫାଇଲ୍‌କୁ ଜାଣିଶୁଣି ନିଜ ପାଖରେ ରଖିବା, ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା, ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ବେଆଇନ ଭାବେ ଲୁଚାଇବା ତଥା ମିଥ୍ୟା ବୟାନ ଦେବା ପରି ସଙ୍ଗୀନ ଆରୋପ ଲାଗିଛି। ଏହି ସବୁ ମାମଲା ଦେଶର ସୁରକ୍ଷା ସହ ଜଡ଼ିତ ଥିବାରୁ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେଲେ ପ୍ରତି ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡର ପ୍ରାବଧାନ ରହିଛି। ଟ୍ରମ୍ପଙ୍କ ସହ ସହଯୋଗୀଙ୍କ ଉପରେ ତାଙ୍କୁ ସହାୟତା କରିଥିବା ଅଭିଯୋଗରେ ୬ଟି ମାମଲା ରୁଜୁ ହୋଇଛି।

ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କେବେ ଭାବି ନ ଥିଲି। ଯିଏକି ଗାଦିରେ ଥିବା ରାଷ୍ଟ୍ରପତିଙ୍କଠାରୁ ବହୁ ଅଧିକ ଜନମତରେ ବିଜୟୀ ହୋଇଥିଲେ। ଏହି ସବୁ ଆରୋପ ଉପରେ ନିଜ ପ୍ରତିକ୍ରିୟା ରଖି ସୋଶାଲ ମିଡିଆରେ ନିଜକୁ ନିରୀହ ବୋଲି କହିଛନ୍ତି ଟ୍ରମ୍ପ ।

ଏହି ମାମଲାର ଶୁଣାଣି ଆସନ୍ତା ମଙ୍ଗଳବାର ଟ୍ରମ୍ପ କୋର୍ଟରେ ହାଜର ହେବେ। ଟ୍ରମ୍ପ ଯେଉଁ ବିଚାରପତିଙ୍କ ସମ୍ମୁଖରେ ହାଜର ହେବେ ତାଙ୍କୁ ସେ ନିଜ ରାଷ୍ଟ୍ରପତି କାଳରେ ନିଯୁକ୍ତି ଦେଇଥିବା ଜଣାଯାଇଛି।

Police Donald Trump Court Notice United Nation