Advertisment

Nobel Peace Prize: ଅନ୍ୟର ନୋବେଲ ଶାନ୍ତି ପୁରସ୍କାର ନେଇ ଖୁସିରେ ଗଦଗଦ ହେଲେ ଟ୍ରମ୍ପ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ଏହାକୁ ନିଜ ହାତରେ ଧରିବାକୁ ସକ୍ଷମ ହୋଇଛନ୍ତି। ନୋବେଲ ଶାନ୍ତି ପୁରସ୍କାରର ମେଡାଲ ଓ ପ୍ରମାଣପତ୍ରକୁ ଧରିବା ପରେ ଖୁସିରେ ପୂରା ଗଦଗଦ ହୋଇ ଯାଇଛନ୍ତି ଟ୍ରମ୍ପ।

Trump

ନୋବେଲ ଶାନ୍ତି ପୁରସ୍କାର ସହ ଟ୍ରମ୍ପ ଓ ମାଚାଡୋ

Advertisment

ନୋବେଲ ଶାନ୍ତି ପୁରସ୍କାର(Nobel Peace Prize) ପାଇଁ ବିକଳ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ଏହାକୁ ନିଜ ହାତରେ ଧରିବାକୁ ସକ୍ଷମ ହୋଇଛନ୍ତି। ନୋବେଲ ଶାନ୍ତି ପୁରସ୍କାରର ମେଡାଲ ଓ ପ୍ରମାଣପତ୍ରକୁ ଧରିବା ପରେ ଖୁସିରେ ପୂରା ଗଦଗଦ ହୋଇ ଯାଇଛନ୍ତି ଟ୍ରମ୍ପ। ଅନ୍ୟର ନୋବେଲ ପୁରସ୍କାରକୁ ନେଇ ଅଲଜାକୁଙ୍କ ଭଳି ଦାନ୍ତ ଦେଖାଇ ସେ ଫଟୋ ଉଠାଇବାକୁ ମଧ୍ୟ ପଛାଇ ନାହାନ୍ତି।

Advertisment

୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ବାସ୍ତବରେ ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ ମାଚାଡୋଙ୍କୁ ମିଳିଥିଲା। କିନ୍ତୁ ଭେନେଜୁଏଲାର ଆଭ୍ୟନ୍ତରୀଣ ବ୍ୟାପାରରେ ଟ୍ରମ୍ପ ହସ୍ତକ୍ଷେପ କରୁଥିବା ମାଚାଡୋ ଶୁକ୍ରବାର ତାଙ୍କୁ ଭେଟିଥିଲେ। ଏହି ସମୟରେ ସେ ନିଜର ନୋବେଲ ଶାନ୍ତି ମେଡାଲକୁ ଟ୍ରମ୍ପଙ୍କୁ ଦେଇଛନ୍ତି। ଟ୍ରମ୍ପ ଏଥିରେ ଖୁସି ହୋଇ ମାଚାଡୋଙ୍କ ବ୍ୟବହାର ଅତି ସୁନ୍ଦର ବୋଲି କହିଛନ୍ତି। ଏଥିସହ ସେ ପୂରା ଖୁସି ହୋଇ ହସିହସି ମଚାଡୋଙ୍କ ସହ ହ୍ୱାଇଟ ହାଉସରେ ଫଟୋ ଉଠାଇଛନ୍ତି।

ନୋବେଲ ଶାନ୍ତି ପୁରସ୍କାରକୁ ହାତରେ ଧରିବା ପରେ ଟ୍ରମ୍ପ କେତେ ଖୁସି, ସେକଥା ତାଙ୍କ ହସ ହିଁ ବୟାନ କରୁଛି। କାରଣ ସେ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ହାସଲ କରିବାକୁ ଚାତକ ଭଳି ଚାହିଁ ରହିଥିଲେ। ଏକାଧିକ ଯୁଦ୍ଧ ଶେଷ କରିଥିବା ବାହାସ୍ଫୋଟ ମଧ୍ୟ ମାରିଥିଲେ। ପାକିସ୍ତାନ ଭଳି କିଛି ଦେଶ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ତାଙ୍କ ନାଁ ନୋବେଲ ଶାନ୍ତି ପୁରସ୍କାର କମିଟିରେ ସୁପାରିସ କରିଥିଲେ।

Advertisment

ହେଲେ ନୋବେଲ ଶାନ୍ତି କମିଟି ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଟ୍ରମ୍ପଙ୍କ ବଦଳରେ ନୋବେଲ ଶାନ୍ତି ପୁରସ୍କାର ମଚାଡୋଙ୍କୁ ମିଳିଥିଲା। ହେଲେ ଏବେ ମାଚାଡୋ ବଡ଼ ହୃଦୟ ଦେଖାଇ ନିଜର ନୋବେଲ ଶାନ୍ତି ପୁରସ୍କାର ଟ୍ରମ୍ପଙ୍କୁ ଦେଇଛନ୍ତି। 

ସେ ନିଜର ମେଡାଲ କେବଳ ଟ୍ରମ୍ପଙ୍କୁ ଦେଇ ନାହାନ୍ତି, ବରଂ ଏହାକୁ ହ୍ୱାଇଟ ହାଉସରେ ରଖି ଚାଲି ଯାଇଛନ୍ତି। ଟ୍ରମ୍ପ ମଧ୍ୟ ଅନ୍ୟ ଜଣଙ୍କ ପୁରସ୍କାରକୁ ଗ୍ରହଣ କରି ଖୁସି ହୋଇ ଯାଇଛନ୍ତି। ଏହାକୁ ସେ ପାରସ୍ପରିକ ସମ୍ମାନର ଗୋଟିଏ ଉଦାହରଣ ଭାବେ ମଧ୍ୟ ଚିତ୍ରଣ କରିଛନ୍ତି। 

ଇତିହାସରେ ପ୍ରଥମଥର ପାଇଁ ଜଣେ ନୋବେଲ ଶାନ୍ତି ପୁରସ୍କାର ବିଜେତା ସ୍ୱେଚ୍ଛାକୃତ ଭାବେ ନିଜର ମେଡାଲଙ୍କୁ ଆଉ ଜଣଙ୍କୁ ହସ୍ତାନ୍ତର କରିଛନ୍ତି। କିନ୍ତୁ କ’ଣ ବାସ୍ତବରେ ଏହି ସମ୍ମାନ ଏପରି ଭାବେ ଟ୍ରାନ୍ସଫର ବା ହସ୍ତାନ୍ତର କରାଯାଇ ପାରିବ? ଏ ସମ୍ପର୍କରେ ନରୱେ ନୋବେଲ ଇନଷ୍ଟିଚ୍ୟୁଟ ମାଚାଡୋଙ୍କ ହ୍ୱାଇଟ ହାଉସ ଗସ୍ତ ପୂର୍ବରୁ ହିଁ ବୟାନ ରଖିଥିଲା। 

ରବିବାର ଇନଷ୍ଟିଚ୍ୟୁଟ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ନୋବେଲ ଶାନ୍ତି ପୁରସ୍କାର ଆଦୌ ହସ୍ତାନ୍ତର, ଭାଗ କିମ୍ବା ରଦ୍ଦ କରାଯାଇ ପାରିବ ନାହିଁ। ମାଚାଡୋ ନିଜର ପୁରସ୍କାର ଟ୍ରମ୍ପଙ୍କୁ ଦେବାକୁ ଆଗ୍ରହ ଦେଖାଉଥିବାରୁ ଇନଷ୍ଟିଚ୍ୟୁଟ ପକ୍ଷରୁ ଏପରି ବୟାନ ଜାରି କରାଯାଇଥିଲା। ସଂସ୍ଥାନ ପକ୍ଷରୁ ଗୋଟିଏ ବିବୃତିରେ କୁହାଯାଇଥିଲା ଯେ ନୋବେଲ ପୁରସ୍କାର ପ୍ରଦାନ କରାଯିବାର ନିଷ୍ପତ୍ତି ଅନ୍ତିମ ଓ ସ୍ଥାୟୀ।

ଏହା ବିରୋଧରେ ଆବେଦନ କରିବାର ପ୍ରାବଧାନ ମଧ୍ୟ ନାହିଁ। ପୁରସ୍କାର ପ୍ରାପ୍ତ କରିବା ପରେ ବିଜେତାଙ୍କ କାମ ଓ ବୟାନ ଉପରେ ନୋବେଲ କମିଟି କୌଣସି ଟିପ୍ପଣୀ କରି ନଥାଏ। ଗୋଟିଏ ଥର ନୋବେଲ ପୁରସ୍କାର ଘୋଷଣା ହେବା ପରେ ଏହାକୁ ରଦ୍ଦ କରାଯାଇ ପାରିବ ନାହିଁ କିମ୍ବା ଏହାକୁ ଆଉ ଜଣଙ୍କୁ ହସ୍ତାନ୍ତର କିମ୍ବା ଆଉ ଜଣଙ୍କ ସହ ଭାଗ କରାଯାଇ ପାରିବ ନାହିଁ। 

କାହିଁକି ଟ୍ରମ୍ପଙ୍କୁ ନିଜର ନୋବେଲ ଶାନ୍ତି ପୁରସ୍କାର ଦେଲେ ମାଚାଡୋ? 

ସମସ୍ତ ନୋବେଲ ପୁରସ୍କାର ତୁଳନାରେ ନୋବେଲ ଶାନ୍ତି ସମ୍ମାନକୁ ସବୁଠାରୁ ସମ୍ମାନଜନ ଆୱାର୍ଡ ଭାବେ ବିବେଚନା କରାଯାଏ। ମାନବ ସମାଜ ପ୍ରତି ସବୁଠାରୁ ଶ୍ରେଷ୍ଠ ଅବଦାନ ବା ଦୟା ଭାବ ପ୍ରଦର୍ଶନ କରୁଥିବା ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ଏହା ଦିଆଯାଏ। ଚଳିତ ବର୍ଷ ମାଚାଡୋ ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ। ନିକଟରେ ଟ୍ରମ୍ପ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭେନେଜୁଏଲାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ନିକୋଲସ ମାଦୁରୋଙ୍କୁ ଗିରଫ କରିବାରୁ ମାଚାଡୋ ବେଶ ଖୁସି ହୋଇ ଯାଇଥିଲେ। ଏହାପରେ ସେ ନିଜର ନୋବେଲ ଶାନ୍ତି ପୁରସ୍କାର ଟ୍ରମ୍ପଙ୍କୁ ଦେବେ ବୋଲି ଘୋଷଣା କରିଥିଲେ। 

Nobel Peace Prize
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe