Advertisment

ଇରାନକୁ ଖୋଲା ଧମକ ସହ ଡିଲ୍‌ କରିବାକୁ କହିଲେ ରାଷ୍ଟ୍ରପତି ଟ୍ରମ୍ପ

ଇସ୍ରାଏଲ ଆକ୍ରମଣରେ ଘାଇଲା ହୋଇଥିବା ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

author-image
Hemant Lenka
Trump

Trump

ଇସ୍ରାଏଲ ଆକ୍ରମଣରେ ଘାଇଲା ହୋଇଥିବା ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇସ୍ରାଏଲ ଶୁକ୍ରବାର କରିଥିବା ଷ୍ଟ୍ରାଇକରେ ଇରାନ ତା’ର ସେନା ମୁଖ୍ୟ ହୁସେନ ସଲାମିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ହରାଇଛି। ଏବେ ଟ୍ରମ୍ପ ମଧ୍ୟ ଇରାନକୁ ଚେତାବନୀ ଦେଇ ଡିଲ୍‌ କରିବାକୁ କହିଛନ୍ତି।

Advertisment

ସେ କହିଛନ୍ତି, “ଡିଲ କରିବାକୁ ମୁଁ ଇରାନକୁ ସୁଯୋଗ ପରେ ସୁଯୋଗ ଦେଇଛି। ମୁଁ ସେମାନଙ୍କୁ କଠୋର ଶବ୍ଦରେ ଡିଲ କରିବାକୁ ପରାମର୍ଶ ଦେଇଥିଲି। କିନ୍ତୁ ସେମାନେ ଯେତେ ଚେଷ୍ଟା କଲେ, ଯେତେ ନିକଟତର ହେଲେ, କିନ୍ତୁ ଡିଲ କରିପାରିଲେ ନାହିଁ। ସେମାନେ ଆଶଙ୍କା କରିଥିବା କିମ୍ବା ଜାଣିଥିବା ଠାରୁ ଅଧିକ କିଛି ବିପର୍ଯ୍ୟୟ ଘଟିବ ବୋଲି ମୁଁ ସେମାନଙ୍କୁ କହିଥିଲି। ଆମେରିକା ବିଶ୍ୱର ଯେକୌଣସି ସ୍ଥାନରେ ସବୁଠାରୁ ମାରାତ୍ମକ ସାମରିକ ସାମଗ୍ରୀ ପ୍ରସ୍ତୁତ କରିପାରିବ।

ଇସ୍ରାଏଲ ପାଖରେ ଅନେକ ମାରାତ୍ମକ ଅସ୍ତ୍ର ରହିଛି। ଏହା ଆଗକୁ ଆସିବ ଓ ସେମାନେ ଏହାକୁ କେମିତି ବ୍ୟବହାର କରାଯିବ, ସେକଥା ମଧ୍ୟ ଜାଣିଛନ୍ତି। ଇରାନର କିଛି ନିର୍ଦ୍ଦିଷ୍ଟ କଠୋରପନ୍ଥୀ ବେଶ ବୀରତାର ସହ କଥା କହୁଥିଲେ। କିନ୍ତୁ ସେମାନଙ୍କୁ ଜଣା ନଥିଲା ଯେ କ’ଣ ସବୁ ଘଟିବାକୁ ଯାଉଛି। ଏବେ ସେମାନେ ସମସ୍ତେ ମୃତ। ଆଗକୁ ଏହା ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି।”

Advertisment

ଏହାପୂର୍ବରୁ ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେବା ବେଳେ ଟ୍ରମ୍ପ ଇସ୍ରାଏଲର ଏୟାର ଷ୍ଟ୍ରାଇକ ସମ୍ପର୍କରେ ଆଗକୁ ଜାଣିଥିଲେ ବୋଲି କହିଥିଲେ। ଏଥିସହ ଇରାନ ବୁଝାମଣା ଟେବୁଲକୁ ଆସିବ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ସେ କହିଛନ୍ତି, “ଇରାନକୁ ଆଣବିକ ବୋମା ମିଳି ପାରିବ ନାହିଁ। ଆମର ଆଶା ସେମାନେ ବୁଝାମଣା ଟେବୁଲକୁ ଆସିବେ। ଆମେ ଦେଖିବୁ। ସେମାନଙ୍କ ଦେଶର ନେତୃବୃନ୍ଦରେ ଏମିତି କିଛି ଲୋକ ରହିଛନ୍ତି, ଯେଉଁମାନେ ଆଉ କେବେ ଫେରିବେ ନାହିଁ।

ସେଠାରେ ଏବେ ଠାରୁ ବଡ଼ ବଡ଼ ମୃତ୍ୟୁ ଓ ଧ୍ୱଂସ ଘଟିଲାଣି। କିନ୍ତୁ ବଡ଼ ନରସଂହାର ପାଇଁ ସମୟ ରହିଛି। ପ୍ରସ୍ତୁତ ହୋଇ ସାରିଥିବା ଆକ୍ରମଣ ଆହୁରି ଭୟଙ୍କର ହେବ। ଏହାର ଅନ୍ତ ହେବା ଦରକାର। ଇରାନ ଯେମିତି ହେଲେ ସମୟ ପୂର୍ବରୁ ଡିଲ କରି ନେଉ। ଇରାନୀୟ ସାମ୍ରାଜ୍ୟକୁ ବଞ୍ଚାଇବା ପାଇଁ ଡିଲ ଜରୁରୀ।”

Ayatollah Ali Khamenei Benjamin Netanyahu Donald Trump Iran