/odisha-reporter/media/media_files/2026/01/22/gaza-2026-01-22-16-52-09.jpg)
ଶାନ୍ତି ବୋର୍ଡ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ବିଧିବଦ୍ଧ ଭାବେ ନିଜର ଶାନ୍ତି ବୋର୍ଡର ପ୍ରଥମ ଚାର୍ଟର ଆଜି ଉନ୍ମୋଚନ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ବିବାଦକୁ ସମାଧାନ କରିବାକୁ ଟ୍ରମ୍ପ ଏହି ବୋର୍ଡ ଗଠନ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୀତିକ ମଞ୍ଚଳରେ ସେ ଏହାକୁ ସାର୍ବଜନୀନ କରିଥିଲେ ହେଁ କୌଣସି ବଡ଼ ରାଷ୍ଟ୍ର ଏଥିରେ ଦସ୍ତଖତ କରି ନାହାନ୍ତି।
ତଥାପି ନିଜର ଶାନ୍ତି ବୋର୍ଡକ ନେଇ ଟ୍ରମ୍ପ ଖୁସିରେ ଗଦଗଦ ହୋଇ ଯାଇଛନ୍ତି। ବୋର୍ଡର ସ୍ଥାନୀୟ ସଦସ୍ୟତା ଟ୍ୟାଗ ପାଇଁ ଟ୍ରମ୍ପ ୧ ବିଲିୟନ ଡଲାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ବାସ୍ତବରେ ଏହି ବୋର୍ଡକୁ ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାର ପୁନଃ ନିର୍ମାଣ ଓ ନୀତିର ଦେଖାଶୁଣା ପାଇଁ ଗଠନ କରାଯାଇଥିଲା। କିନ୍ତୁ ଟ୍ରମ୍ପ ନିଜ ଇଚ୍ଛାରେ ବୋର୍ଡର ପରିଧିକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ହେଉଥିବା ବିବାଦକୁ ବିସ୍ତାର କରିଛନ୍ତି।
ଏହି ତଥାକଥିତ ଅନ୍ତର୍ଜାତୀୟ ଶାନ୍ତି ବୋର୍ଡରେ ଦସ୍ତଖତ କରିବାକୁ ଡାଭୋସରେ ପାକିସ୍ତାନ ସମେତ ୧୯ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବରିଷ୍ଠ କୂଟନୀତିକ ମେଳି ଦେଖିବାକୁ ମିଳିଛି।
ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇ, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋୱ ସୁବିଆଣ୍ଟୋ, ପାରଗୁଆର ରାଷ୍ଟ୍ରପତି ସାଣ୍ଟିଗୋ ପେନା, ଉଜବେକିସ୍ତାନ ରାଷ୍ଟ୍ରପତି ଶବକତ ମିରଜିୟୋହେଭ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନୟାନ ଓ ଆଜେରବୈଜାନ ରାଷ୍ଟ୍ରପତି ଇଲହାମ ଅଲୀୟେଭ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଟ୍ରମ୍ପଙ୍କ ବୋର୍ଡ ଅଫ ପିସରେ ଫ୍ରାନ୍ସ, ବ୍ରିଟେନ, ଭାରତ ଓ ଚାଇନା ଭଳି ଦେଶ ଦସ୍ତଖତ କରି ନାହାନ୍ତି। ତେବେ ବାହାରିନ, ମୋରୋକୋ, ବୁଲଗେରିଆ, ଇଣ୍ଡୋନେସିଆ, ଜୋର୍ଡାନ, କାଜାଖସ୍ତାନ, କୋସୋଭୋ, ତୁର୍କୀ, ସାଉଦି, ୟୁଏଇ, ଉଜବେକିସ୍ତାନ ମଙ୍ଗୋଲିଆ ଓ କତର ଭଳି ଦେଶ ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି।
ନିଜର ଭାଷଣରେ ଟ୍ରମ୍ପ ଦାବି କରିଛନ୍ତି ଯେ ସମସ୍ତେ ଶାନ୍ତି ବୋର୍ଡରେ ସାମିଲ ହେବାକୁ ଚାହୁଁଛନ୍ତି। ସେ ଆଗକୁ ମିଳିତ ଜାତିସଂଘ ସମେତ ଅନ୍ୟ ସମସ୍ତଙ୍କ ସହ କଥା ହେବେ ବୋଲି ମଧ୍ୟ କହିଛନ୍ତି। ଶାନ୍ତି ବୋର୍ଡରେ ସାମିଲ ହେବାକୁ ଟ୍ରମ୍ପ ଭାରତକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ହେଲେ ଏଥିରେ ଭାରତ ସାମିଲ ହୋଇନାହିଁ।
ଗାଜା ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧ ବାସ୍ତବରେ ଶେଷ ହେବାକୁ ଯାଉଛି। କିନ୍ତୁ ଛୋଟମୋଟ ଗୁଳି ଚାଲୁଛି। ଏହା ଶେଷ ହେବାର ଅଛି। ହମାସକୁ ସତର୍କ କରାଇ ଅସ୍ତ୍ର ଛାଡ଼ିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଯଦି ହମାସ ଅସ୍ତ୍ର ନଛାଡ଼ିବ, ତା’ହେଲେ ସଂଗଠନ ମୂଳପୋଛ ହୋଇଯିବ। ଶେଷ ପଣବନ୍ଦୀଙ୍କ ମୃତଦେହକୁ ହମାସ ଇସ୍ରାଏଲକୁ ହସ୍ତାନ୍ତର କରୁ ବୋଲି ଟ୍ରମ୍ପ ପରାମର୍ଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
