Advertisment

Iran Protest: ଇରାନକୁ ଚେତାବନୀ ଦେଲା ଆମେରିକା, ନେତାନ୍ୟାହୁ ଓ ଟ୍ରମ୍ପଙ୍କୁ ମୁଖ୍ୟ ହତ୍ୟାକାରୀ କହିଲା ତେହରାନ

ଇରାନ ସରକାର ବିକ୍ଷୋଭକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଚାହୁଁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନଙ୍କୁ ବଡ଼ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଯଦି ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବ ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଟ୍ରମ୍ପ ଇରାନକୁ ଚେତାଇ ଦେଇଛନ୍ତି।

Trump

ଟ୍ରମ୍ପ ଓ ଅଲୀ ଲାରିଜାନି

Advertisment

ସରକାରୀ ବିରୋଧୀ ଆନ୍ଦୋଳନ(Iran Protest)କୁ ନେଇ ଇରାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ୨ ସପ୍ତାହ ଧରି ଚାଲିଥିବା ଭୟଙ୍କର ବିକ୍ଷୋଭ ଓ ହିଂସାକାଣ୍ଡ ଯୋଗୁ ଇରାନରେ ୨୪୦୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ବିକ୍ଷୋଭକାରୀଙ୍କୁ ଦମକ କରିବା ପାଇଁ ଖାମେନେଇ ସରକାର ବଳ ପ୍ରୟୋଗ କରୁଛନ୍ତି। କିଛି ବିକ୍ଷୋଭକାରୀଙ୍କୁ ମଧ୍ୟ ସରକାର ଫାଶୀ ଖୁଣ୍ଟରେ ଝୁଲାଇବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। 

Advertisment

ଇରାନ ସରକାର ବିକ୍ଷୋଭକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଚାହୁଁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନଙ୍କୁ ବଡ଼ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଯଦି ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବ ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଟ୍ରମ୍ପ ଇରାନକୁ ଚେତାଇ ଦେଇଛନ୍ତି। 

ଟ୍ରମ୍ପଙ୍କ ଏପରି ଚେତାବନୀର କଡ଼ା ଜବାବ ମଧ୍ୟ ଦେଇଛନ୍ତି ଇରାନ ନେତୃବୃନ୍ଦ। ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଇରାନବାସୀଙ୍କ ମୁଖ୍ୟ ହତ୍ୟାକାରୀ ବୋଲି କହିଛନ୍ତି ଦେଶର ଜାତୀୟ ସୁରକ୍ଷା ମୁଖ୍ୟ।

Advertisment

ଟ୍ରମ୍ପ ପ୍ରଥମେ କହିଥିଲେ ଯେ ଯଦି ଇରାନ ବିକ୍ଷୋଭକାରୀଙ୍କୁ ଫାଶୀ ଦେବା ଆରମ୍ଭ କରିବ, ତା’ହେଲେ ଆମେରିକା ନିଶ୍ଚିତ ଭାବେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିସହ ଇରାନରେ ସରକାର ପରିବର୍ତ୍ତନ ପାଇଁ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କୁ ସେ ଖୋଲା ସମର୍ଥନ ମଧ୍ୟ କରିଥିଲେ। ଏହାବାଦ ଇରାନବାସୀଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାର ଆହ୍ୱାନ ମଧ୍ୟ ଟ୍ରମ୍ପ ଦେଇଥିଲେ। 

ଟ୍ରମ୍ପଙ୍କ ଏପରି ବୟାନ ପରେ ଇରାନର ସୁପ୍ରିମ ନ୍ୟାଶନାଲ ସିକ୍ୟୁରିଟୀ କାଉନସିଲର ସଚିବ ଭାବେ କାମ କରୁଥିବା ଅଲୀ ଲାରିଜାନି ଏକ୍ସରେ ବଡ଼ ଜବାବ ରଖିଛନ୍ତି। 
ସେ କହିଛନ୍ତି, “ଆମେ ଇରାନବାସୀଙ୍କ ମୁଖ୍ୟ ହତ୍ୟାକାରୀମାନଙ୍କ ନାଁ ଘୋଷଣା କରୁଛି। ୧- ଟ୍ରମ୍ପ। ୨- ନେତାନ୍ୟାହୁ।” ୱାଶିଂଟନ ଓ ତେଲ ଅଭିଭ ହିଁ ଇରାନରେ ବିଶୃଙ୍ଖଳା ପାଇଁ ଉସକାଉଛନ୍ତି। ଏଥିଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇତବା ମଧ୍ୟ ଲାରିଜାନି ଅଭିଯୋଗ କରିଛନ୍ତି।

ଇରାନର ଜାତିସଂଘ ରାଷ୍ଟ୍ରଦୂତ ଆମୀର ଏସ୍ ଇରାଭାନି ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜନୀତିକ ଅସ୍ଥିରତା ଓ ହିଂସାକାଣ୍ଡ ପାଇଁ ଦାୟୀ କରିଛନ୍ତି। ଟ୍ରମ୍ପଙ୍କ କାର୍ଯ୍ୟକଳାପ ଇରାନର ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ମଧ୍ୟ ସେ କହିଛନ୍ତି।ଜାତିସଂଘ ସୁରକ୍ଷା ପରିଷଦକୁ ଚିଠି ଲେଖି ଇରାଭାନି କହିଛନ୍ତି ଯେ ସାଧାରଣ ଲୋକ ବିଶେଷ କରି ଯୁବଗୋଷ୍ଠୀର ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଭାବେ ଆମେରିକା ଓ ଇସ୍ରାଏଲ ଦାୟୀ।

ଅନ୍ୟପକ୍ଷରେ ଆମେରିକାର କାର୍ଯ୍ୟାନୁଷ୍ଠାନ ଧମକୁ କଡ଼ା ଭାଷାରେ ନିନ୍ଦା କରିଛି ଇରାନର ଘନିଷ୍ଠ ସହଯୋଗୀ ରୁଷ। ଏପରି ଧମକ ତେହରାନର ଆଭ୍ୟନ୍ତରୀଣ ରାଜନୀତିରେ ବଳପୂର୍ବକ ହସ୍ତକ୍ଷେପ। ଗୋଟିଏ ଦେଶ ବିରୋଧରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ରୁଷ କହିଛି। 

Protest Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe