Advertisment

Iran Protest: ଇରାନ: ୫୦୦ ବିକ୍ଷୋଭକାରୀ ମୃତ, ଆକ୍ରମଣ ମୁଦ୍ରାରେ ଆମେରିକା

ସୋମବାର ସେ ଇରାନ ଉପରେ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ଦେଇଛନ୍ତି। ତାଙ୍କ କହିବା କଥା ଯେ ୱାଶିଂଟନ ଏବେ ବେଶ ଶକ୍ତିଶାଳୀ ବିକଳ୍ପର ଚିନ୍ତା କରୁଛି। ପ୍ରତି ଘଣ୍ଟାରେ ଇରାନ ସ୍ଥିତିର ଅପଡେଟ ତାଙ୍କ ଡେସ୍କରେ ପହଞ୍ଚୁଛି ବୋଲି କହିଛନ୍ତି।

author-image
Hemant Lenka
Iran

ଟ୍ରମ୍ପ ଓ ବିକ୍ଷୋଭ

ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ(Iran Protest) ତୀବ୍ର ହେଉଥିବା ବେଳେ ସେମାନଙ୍କୁ ଦମନ କରିବା ପାଇଁ ଉଦ୍ୟମ ମଧ୍ୟ ଚାଲିଛି। ଇରାନର ଖାମେନେଇ ସରକାର ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କରୁଥିବାରୁ କ୍ଷୁବ୍ଧ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

Advertisment

ସୋମବାର ସେ ଇରାନ ଉପରେ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ଦେଇଛନ୍ତି। ତାଙ୍କ କହିବା କଥା ଯେ ୱାଶିଂଟନ ଏବେ ବେଶ ଶକ୍ତିଶାଳୀ ବିକଳ୍ପର ଚିନ୍ତା କରୁଛି। ପ୍ରତି ଘଣ୍ଟାରେ ଇରାନ ସ୍ଥିତିର ଅପଡେଟ ତାଙ୍କ ଡେସ୍କରେ ପହଞ୍ଚୁଛି ଓ ସେ ଖୁବଶୀଘ୍ର ଆସୁଛନ୍ତି ବୋଲି କହିଛନ୍ତି। 

ଟ୍ରମ୍ପଙ୍କ କହିବା କଥା ଯେ ଇରାନ ସରକାରଙ୍କ ଦ୍ୱାରା ବିକ୍ଷୋଭକାରୀଙ୍କ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଅନେକ ପ୍ରକାରର ପଦକ୍ଷେପ ଦିଗରେ ଆମେରିକା ବିଚାର କରୁଛି। ଏହା ମଧ୍ୟରେ ସେନାର କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି। ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଉପରେ ସମ୍ଭାବ୍ୟ କଥାବାର୍ତ୍ତା କରିବାକୁ ଆମେରିକା ସହ ଯୋଗାଯୋଗ କରିଛି। ଆମେରିକା ମଧ୍ୟ ବୈଠକ ପାଇଁ ରାଜି ହୋଇପାରେ। ଏହାବାଦ ଇରାନର ବିରୋଧ ଦଳର ନେତାମାନଙ୍କ ସହ ମଧ୍ୟ ଆମେରିକା ଯୋଗାଯୋଗରେ ଥିବା ଟ୍ରମ୍ପ କହିଛନ୍ତି। 

Advertisment

ଇରାନରେ ବିକ୍ଷୋଭ ବଢ଼ୁଥିବା ବେଳେ ସରକାରଙ୍କ ଦମନଲୀଳା ଯୋଗୁ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୨ ସପ୍ତାହ ମଧ୍ୟରେ ୪୮ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି। ତଥାପି ବିକ୍ଷୋଭ ବଢ଼ୁଥିବାରୁ ଖାମେନେଇ ସରକାର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି।

ଏସବୁ ଭିତରେ ଟ୍ରମ୍ପ କହିଛନ୍ତି ଯେ “ଆମେ ଅତ୍ୟନ୍ତ ଶକ୍ତିଶାଳୀ ବିକଳ୍ପ କଥା ଚିନ୍ତା କରୁଛୁ। ମୁଁ ଘଣ୍ଟିକିଆ ରିପୋର୍ଟ ପାଉଛି। ଆମେ ଖୁବଶୀଘ୍ର ଗୋଟିଏ ପ୍ରତିବଦ୍ଧତା ପ୍ରଦର୍ଶନ କରିବୁ। ଇରାନ ସମସ୍ତ ପ୍ରକାରର ନାଲି ଗାରକୁ ଅତିକ୍ରମ କରି ସାରିଛି।”

ଟ୍ରମ୍ପ ସାମରିକ କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଥିବା ବେଳେ ଇରାନ ନେତୃବୃନ୍ଦ ଏହାକୁ କାଉଣ୍ଟର କରିଛନ୍ତି। ଟ୍ରମ୍ପ ଯଦି ବିକ୍ଷୋଭକାରୀଙ୍କ ସମର୍ଥନରେ ହସ୍ତକ୍ଷେପ କରନ୍ତି, ତା’ହେଲେ ଇରାନ ପକ୍ଷରୁ ଆମେରିକାର ସାମରିକ ଘାଟିରେ ଆକ୍ରମଣ କରାଯିବ ବୋଲି ତେହରାନ ଚେତାଇ ଦେଇଛି। 

ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର କ୍ୱାଲିବାଫଡ଼ କହିଛନ୍ତି ଯେ “ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ ଇରାନ ଉପରେ ଯେକୌଣସି ଗୋଟିଏ ଆକ୍ରମଣ କରାଗଲେ ଆମେ ଦଖଲ ହୋଇଥିବା ଅଞ୍ଚଳ(ଇସ୍ରାଏଲ) ସମେତ ଆମେରିକା ଘାଟି ଓ ଶିପକୁ ଟାର୍ଗେଟ କରିବୁ।” 

ଇରାନରେ ଚାଲିଥିବା ବିକ୍ଷୋଭକୁ ୨୦୨୨ ପରେ ସବୁଠାରୁ ବଡ଼ ଭାବେ ବିବେଚନା କରାଯାଇଛି। ବିକ୍ଷୋଭ ସମର୍ଥନରେ ଟ୍ରମ୍ପଙ୍କ ବୟାନବାଜୀ ମଧ୍ୟ ନୂଆ ବିବାଦକୁ ଜନ୍ମ ଦେଇଛି। କୁହାଯାଉଛି ଯେ ମଙ୍ଗଳବାର ଟ୍ରମ୍ପ ଇରାନ ବିରୋଧରେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ପାଇଁ ବରିଷ୍ଠ ପରାମର୍ଶଦାତାମାନଙ୍କ ସହ ବୈଠକ କରିବେ। 

Protest Iran