Advertisment

Gold Card: ଟ୍ରମ୍ପଙ୍କ ଅଜବ ନିୟମ: ୯ କୋଟି ଦେଲେ ଆମେରିକାରେ ରହିବାକୁ ମିଳିବ ଅନୁମତି

ଯଦି ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ତା’ହେଲେ ଆପଣଙ୍କ ଆମେରିକା ସ୍ୱପ୍ନ ପୂରଣ ହୋଇପାରିବ। ଆମେରିକା ସ୍ୱପ୍ନ ପୂରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Trump

ଗୋଲ୍ଡ କାର୍ଡ

Advertisment

ଆମେରିକାର ନାଗରିକତା ହାସଲ କରିବା ଯେକୌଣସି ବିଦେଶୀ ଲୋକଙ୍କ ପାଇଁ ସ୍ୱପ୍ନ ଠାରୁ କମ ନୁହେଁ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଦେଶୀ ଲୋକଙ୍କୁ ନାଗରିକତା ମିଳିବା କଷ୍ଟକର ହୋଇ ପଡ଼ିଛି। ସେହିପରି ଟ୍ରମ୍ପଙ୍କ କଠୋର ପ୍ରବାସୀ ନୀତି ଯୋଗୁ ବାହାର ଦେଶର ଲୋକଙ୍କୁ ଆମେରିକା ସ୍ୱପ୍ନ ଭାଙ୍ଗିବାରେ ଲାଗିଛି। 

Advertisment

ଆମେରିକାରେ ରହିବାକୁ ଲକ୍ଷ୍ୟ ରଖି ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ଟ୍ରମ୍ପ ପ୍ରଶାସନ ଖୋଜିଖୋଜି ବାହାର କରୁଛି। ଏହାପରେ ସେମାନଙ୍କୁ ହାତ ଗୋଡ଼ ବାନ୍ଧି ନିଜ ନିଜ ଦେଶକୁ ପଠାଇ ଦେଉଛି।

ତେବେ ଟ୍ରମ୍ପ(Donald Trump)ଙ୍କ କଠୋର ପ୍ରବାସୀ ନୀତିକୁ ନେଇ ଭୟରେ ଥିବା ଲୋକଙ୍କ ପାଇଁ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ତା’ହେଲେ ଆପଣଙ୍କ ଆମେରିକା ସ୍ୱପ୍ନ ପୂରଣ ହୋଇପାରିବ। ଆମେରିକା ସ୍ୱପ୍ନ ପୂରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ରାଷ୍ଟ୍ରପତି ଟ୍ରମ୍ପ ଧନୀ ପ୍ରବାସୀଙ୍କ ପାଇଁ ଗୋଟିଏ ବଡ଼ ଭିସା କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି। 

Advertisment

ଏହି କାର୍ଯ୍ୟକ୍ରମ ଅଧୀନରେ ବିଦେଶୀ ଲୋକମାନେ ଆମେରିକାର ନାଗରିକତା ପାଇ ପାରିବେ ଓ ସେମାନଙ୍କୁ ଗୋଲ୍ଡ କାର୍ଡ ମଧ୍ୟ ମିଳିବ। ସ୍ଥାୟୀ ନାଗରିକତା ପାଇଁ ଆବଶ୍ୟକ ହେଉଥିବା ଗୋଲ୍ଡ କାର୍ଡ ପାଇଁ ଟ୍ରମ୍ପ ୧ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୯ କୋଟି ଟଙ୍କା ନେବେ। ଏହାର ଅର୍ଥ ୯ କୋଟି ଟଙ୍କା ଦେଲେ ଆମେରିକାରେ ଆପଣଙ୍କୁ ସ୍ଥାୟୀ ନାଗରିକତା ମିଳିପାରିବ।

ବୁଧବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ବହୁ ପ୍ରତୀକ୍ଷିତ ‘ ଟ୍ରମ୍ପ ଗୋଲ୍ଡ କାର୍ଡ’ ନିୟମକୁ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ଯୋଜନାରେ ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାର ବା ୯ କୋଟି ଟଙ୍କା ଦେଇ ସ୍ଥାୟୀ ନାଗରିକତା ହାସଲ କରିପାରିବେ। ସେମାନଙ୍କୁ ଏହା ବଦଳରେ ଗୋଲ୍ଡ କାର୍ଡ ମିଳିବ।

ତେବେ କମ୍ପାନୀମାନଙ୍କ କ୍ଷେତ୍ରରେ ଏହାର ମୂଲ୍ୟ ଟ୍ରମ୍ପ ଦୁଇ ଗୁଣ କରିଛନ୍ତି। ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଗୋଲ୍ଡ କାର୍ଡ ହାସଲ କରିବାକୁ ହେଲେ ୨୦ ଲକ୍ଷ ଡଲାର ଦେବାକୁ ପଡ଼ିବ। ଅର୍ଥାତ ଭାରତୀୟ ମୁଦ୍ରାରେ ଏହା ୧୮ କୋଟି। 


ବୁଧବାର ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଏହି କାର୍ଯ୍ୟକ୍ରମକୁ ଲଞ୍ଚ କରିଛନ୍ତି। ଟ୍ରମ୍ପ କହିଛନ୍ତି, “ମୋ ପାଇଁ ଓ ଦେଶ ପାଇଁ ଏପରି ବ୍ୟବସ୍ଥା ଲାଗୁ କରାଯାଉଛି। ଏହା କିଛି ପରିମାଣରେ ଗ୍ରୀନ୍ କାର୍ଡ ପରି, କିନ୍ତୁ ଗ୍ରୀନ୍ କାର୍ଡ ଅପେକ୍ଷା ଗୋର୍ଲ୍ଡ କାର୍ଡ ଅଧିକ ସୁବିଧା ଦେବ। କମ୍ପାନିଗୁଡ଼ିକ ଏହି କାର୍ଡ କିଣି ପାରିବେ ଓ ଆମେରିକାରେ ରହୁଥିବା ଲୋକମାନେ ମଧ୍ୟ ବ୍ୟକ୍ତିଗତ ଭାବେ ଟଙ୍କା ଦେଇ ଗୋଲ୍ଡ କାର୍ଡ ହାସ କରିପାରିବେ। ଚାହୁଁଥିବା ବ୍ୟକ୍ତିଙ୍କୁ ଯୁକ୍ତରାଷ୍ଟ୍ରରେ ରଖିପାରିବେ।”

ଗ୍ରୀନ କାର୍ଡ ଠାରୁ ଏହା କିପରି ଭିନ୍ନ?

ଏବେ ଇବି-୫ ଇମିଗ୍ରାଣ୍ଟ ଇନଭେଷ୍ଟର କାର୍ଯ୍ୟକ୍ରମ ବିଦେଶୀ ଲୋକଙ୍କୁ ଗ୍ରୀନ କାର୍ଡ ପ୍ରଦାନ କରୁଛି। ଯେଉଁ ବିଦେଶୀମାନେ ଆମେରିକାରେ ନିବେଶ କରିଛନ୍ତି କିମ୍ବା ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି କିମ୍ବା ଚାକିରିକୁ ନିଶ୍ଚିତ କରିଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରୀନ କାର୍ଡ ମିଳୁଛି। ଟ୍ରମ୍ପ ଏହି କାର୍ଯ୍ୟକ୍ରମକୁ ନୂଆ ଗୋର୍ଲ୍ଡ କାର୍ଡ ଦ୍ୱାରା ବଦଳାଇବାକୁ ଚାହୁଁଛନ୍ତି।

 ଏହା ଗ୍ରୀନ କାର୍ଡ ଭଳି ସ୍ଥାୟୀ ନାଗରିକତା ଅଧିକାର ପ୍ରଦାନ କରିବ। କିନ୍ତୁ ଏଥିରେ ଧନୀ ଲୋକମାନଙ୍କୁ ସିଧାସଳଖ କାର୍ଡ କିଣିବାର ସୁଯୋଗ ମିଳିବ। ଗ୍ରୀନ କାର୍ଡର ସୁବିଧା ସହ ଗୋଲ୍ଡ କାର୍ଡ ଆମେରିକାର ନାଗରିକତା ହାସଲ କରିବାରେ ମାଧ୍ୟମ ସାଜିବ।

Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe