Advertisment

Donald Trump: ଭାରତ କଥା କହି ବିଶ୍ୱ ମଞ୍ଚରେ ଶରିଫଙ୍କୁ ଅକଳରେ ପକାଇ ଦେଲେ ଟ୍ରମ୍ପ

ଇସ୍ରାଏଲ-ହମାସ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଡିଲ ଚୂଡ଼ାନ୍ତ ହୋଇଛି। ଏହି ଅସବରରେ ଇଜିପ୍ଟରେ ବିଶ୍ୱର ପ୍ରମୁଖ ନେତାମାନଙ୍କୁ ନେଇ ଗୋଟିଏ ଶାନ୍ତି ସମ୍ମଳନୀର ଆୟୋଜନ କରାଯାଇଥିଲା।

Trump

ଶରିଫ, ଟ୍ରମ୍ପ ଓ ମୁନିର

Advertisment

ଇଜିପ୍ଟର ଶର୍ମ ଅଲ ଶେଖ ଶାନ୍ତି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ପାକିସ୍ତାନ(Pakistan)ର ଆର୍ମି ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି। ପାକ ସେନା ମୁଖ୍ୟ ଅସିମ ମୁନିରଙ୍କୁ ସେ ତାଙ୍କର ସବୁଠାରୁ ପସନ୍ଦର ଫିଲ୍ଡ ମାର୍ଶଲ ଭାବେ ବୋଲି କହିଛନ୍ତି। ଏଥିସହ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଗ୍ରହଣ କରିଥିବା ଭୂମିକାକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। 

Advertisment

କିନ୍ତୁ ବିଶ୍ୱ ମଞ୍ଚରେ ଭାରତ ସମ୍ପର୍କରେ ଗୋଟିଏ ସାଂଘାତିକ ପ୍ରଶ୍ନ କରି ଶରିଫଙ୍କୁ ଅକଳରେ ପକାଇବାକୁ ମଧ୍ୟ ଆଦୌ ପଛାଇ ନାହାନ୍ତି ଟ୍ରମ୍ପ। ତାଙ୍କ ପ୍ରଶ୍ନ ଶୁଣି ଶରିଫ କେବଳ ଚକିତ ହେବା ସହ ସ୍ମିତ ହାସ୍ୟ ଦେଇଛନ୍ତି।

ଇସ୍ରାଏଲ-ହମାସ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଡିଲ ଚୂଡ଼ାନ୍ତ ହୋଇଛି। ଏହି ଅସବରରେ ଇଜିପ୍ଟରେ ବିଶ୍ୱର ପ୍ରମୁଖ ନେତାମାନଙ୍କୁ ନେଇ ଗୋଟିଏ ଶାନ୍ତି ସମ୍ମଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଯେ “ପାକିସ୍ତାନର ପ୍ରଧାନମନ୍ତ୍ରୀ ଶରିଫ: ପାକିସ୍ତାନର ମୋର ପସନ୍ଦ ଫିଲ୍ଡ ମାର୍ଶଲ, ଏଠି ଉପସ୍ଥିତ ନାହାନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଛନ୍ତି। ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।” ଏହା ଶୁଣି ଖୁସିରେ ତାଳି ମାରି ପକାଇଥିଲେ ଶରିଫ। 

Advertisment

କିନ୍ତୁ ଏହାର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ଭାରତକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଭଲ ସାଙ୍ଗ ‍ବୋଲି କହିବା ସହ ସେ ଚମତ୍କାର କାମ କରିଥିବା କହିଛନ୍ତି। ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ସେ ଅକଳରେ ପକାଇ ଦେଇଥିଲେ।

ଭାଷଣ ବେଳେ ଟ୍ରମ୍ପଙ୍କ ପଛ ପଟେ ଛିଡ଼ା ହୋଇ ତାଳି ମାରୁଥିବା ଶରିଫଙ୍କ ଆଡ଼କୁ ସେ ବୁଲିଥିଲେ। ଏହାପରେ ସେ କହିଥିଲେ, “ମୁଁ ଭାବୁଛି ଭାରତ ଓ ପାକିସ୍ତାନ ମିଳିତ ଭାବେ ଭଲରେ ରହିବେ। ଠିକ ତ?” 

ଏହା ଶୁଣି ଶରିଫଙ୍କ ମୁହଁର ରଙ୍ଗ ଉଡ଼ି ଯାଇଥିଲା। ସେ କେବଳ ସ୍ମିତ ହାସ୍ୟ ଦେଇଥିଲେ। ଟ୍ରମ୍ପ କହିଥିଲେ, “ସେମାନେ, ସେମାନେ ଓ ସେମାନେ ୨ ମହାନ ରାଷ୍ଟ୍ର। ମୁଁ କହୁଛି, ନେତାମାନେ, ମୋ ମତରେ ସେମାନେ ମହାନ ନେତା।” 


ପରବର୍ତ୍ତୀ ସମୟରେ ଶରିଫ ଉକ୍ତ ମଞ୍ଚରେ ଛିଡ଼ା ହୋଇ ଭାରତ-ପାକିସ୍ତାନ ଲଢ଼େଇକୁ ଟ୍ରମ୍ପ ଅଟକାଇ ଥିବା କହିଥିଲେ। ଏଥିସହ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହ ସେ ପୁଣିଥରେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମନୋନୀତ କରିବାକୁ ଚାହୁଁଥିବା ମଧ୍ୟ ମତ ରଖିଛନ୍ତି। ଟ୍ରମ୍ପ ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିଆରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇ ଦେଇଥିବା ଶରିଫ କହିଛନ୍ତି। 

Pakistan Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe