/odisha-reporter/media/media_files/2026/01/07/trump-2026-01-07-14-00-56.jpg)
ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)
ଟାରିଫ ଠାରୁ ଆରମ୍ଭ କରି ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ନେଇ ଅନେକ ପ୍ରକାରର ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଏବେ ସବୁ ସୀମା ପାର କରି ଯାଇଛନ୍ତି। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ସେ ଦେଇଛନ୍ତି ବଡ଼ ବୟାନ।
ଆମେରିକା ନିକଟରେ ପଡ଼ି ରହିଥିବା ପ୍ରତିରକ୍ଷା ଓ ବାଣିଜ୍ୟ ଡିଲ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କୁଆଡ଼େ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତୁରନ୍ତ ସାମାଧାନ କରିବାକୁ ଅନୁରୋଧ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏହି ସମୟରେ ସାର୍ ବୋଲି ସମ୍ବୋଧନ କରି ଭେଟିବାକୁ ଅନୁମତି ମାଗିଥିଲେ ବୋଲି ଟ୍ରମ୍ପ କହିଛନ୍ତି।
ଗୋଟିଏ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, “ଭାରତ ଆପାଚେ ହେଲିକପ୍ଟର ପାଇଁ ଅର୍ଡର କରିଥିଲା ଓ ଏହାକୁ ୫ ବର୍ଷ ମଧ୍ୟରେ ପାଇ ନଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ମୋତେ ଦେଖା କରିବାକୁ ଆସିଥିଲେ। ସାର୍, କ’ଣ ମୁଁ ଦୟା କରି ଆପଣଙ୍କୁ ଦେଖା କରିପାରିବି ବୋଲି ପଚାରିଥିଲେ। ଏହାର ଉତ୍ତର ମୁଁ ହଁରେ ଦେଇଥିଲି। ତାଙ୍କ ସହ ମୋର ଗୋଟିଏ ଭଲ ସମ୍ପର୍କ ରହିଛି।”
ଟାରିଫକୁ ନେଇ ମୋଦି ତାଙ୍କ ଉପରେ ଆଦୌ ଖୁସି ନଥିବା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଦାବି କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି, “ସେ(ମୋଦି) ଉପରେ ଆଦୌ ଖୁସି ନାହାନ୍ତି। କାରଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ସେମାନେ ଏବେ ଅନେକ ପରିମାଣର ଟାରିଫ ଦେଉଛନ୍ତି। ଟାରିଫ ଯୋଗୁ ଭାରତ ଆଶାତୀତ ଭାବେ ରୁଷ ଠାରୁ ତେଲ କିଣିବା ହ୍ରାସ କରିଛି। ଆଗକୁ ମଧ୍ୟ ସେମାନେ ଏହାକୁ ଆହୁରି ହ୍ରେସ କରିବେ।”
ଆମେରିକା ଅର୍ଥନୀତି ଉପରେ ଟାରିଫର ପ୍ରଭାବ ସମ୍ପର୍କରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ “ଟାରିଫ ଯୋଗୁ ଆମେ ଧନୀ ହେବାରେ ଲାଗିଛେ। ଆଶା ସମସ୍ତେ ଏହାକୁ ବୁଝି ପାରିବେ। ଟାରିଫ ଯୋଗୁ ଆମ ଦେଶ ୬୫୦ ବିଲୟନ ଡଲାରର ଲାଭ ପାଇଛି। ” ଟାରିଫ ଯୋଗୁ ଆମେରିକା ଲାଭ ପାଇଥିବା ଟ୍ରମ୍ପ ଦାବି କରିଥିଲେ ହେଁ ଏହାର ବିସ୍ତୃତ ତଥ୍ୟ ଦେଇ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
