Advertisment

Donald Trump: ମୋଦି କରିଥିଲେ ଫୋନ ଓ ୩୫୦% ଟାରିଫ: ଭାରତ-ପାକ୍ ବିବାଦକୁ ନେଇ ଟ୍ରମ୍ପଙ୍କ ନୂଆ ଦାବି

ମେ’ ୧୦ରେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଲାଗୁ କରିବା ଦିନ ଠାରୁ ଟ୍ରମ୍ପ ୬୦ରୁ ଅଧିକ ଥର ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିବା କହି ସାରିଲେଣି। କିନ୍ତୁ ଟ୍ରମ୍ପଙ୍କ ଦାବିରେ କୌଣସି ସତ୍ୟତା ନଥିବା ଭାରତ ବାରମ୍ବାର ଦାବି କରି ଆସୁଛି।

Trump

ପତ୍ନୀଙ୍କ ସହ ଟ୍ରମ୍ପ

Advertisment

ଗୋଟିଏ ନୂଆ ଦିନ, ଆଉ ଗୋଟିଏ ନୂଆ ବିଶ୍ୱସ୍ତରୀୟ ମଞ୍ଚ। ସେହି ମଞ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କ ନୂଆ ଦାବି। ଭାରତ-ପାକିସ୍ତାନ ବିବାଦକୁ ନେଇ ବିଭିନ୍ନ ଦାବି କରି ଆସୁଥିବା ଟ୍ରମ୍ପ ଏବେ ଆଉ ଏକ ଅଜବ ଦାବି କରିଛନ୍ତି।

Advertisment

ଆମେରିକା-ସାଉଦି ନିବେଶ ଫୋରମରେ ସେ ଭାରତ-ପାକିସ୍ତାନ ବିବାଦ କଥା ଉଠାଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରିଥିଲେ। ଏହି ସମୟରେ ଭାରତ ଆଦୌ ପାକିସ୍ତାନ ସହ ଯୁଦ୍ଧ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପୂର୍ବରୁ ଟ୍ରଫ ଉଭୟ ଦେଶକୁ ୩୫୦% ଟାରିଫ ଧମକ ଦେଇଥିବାରୁ ମୋଦି ଫୋନ କରି ଏପରି କଥା କହିଥିଲେ ବୋଲି ଟ୍ରମ୍ପ ଦାବି କରିଛନ୍ତି। 

ମେ’ ୧୦ରେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଲାଗୁ କରିବା ଦିନ ଠାରୁ ଟ୍ରମ୍ପ ୬୦ରୁ ଅଧିକ ଥର ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିବା କହି ସାରିଲେଣି। କିନ୍ତୁ ଟ୍ରମ୍ପଙ୍କ ଦାବିରେ କୌଣସି ସତ୍ୟତା ନଥିବା ଭାରତ ବାରମ୍ବାର ଦାବି କରି ଆସୁଛି। 

Advertisment

ଭାରତ ଓ ପାକିସ୍ତାନ ବିବାଦର ସାମଧାନକୁ ନେଇ ଟ୍ରମ୍ପ ସମାନ ଦାବି କରୁଥିଲେ ହେଁ ତାଙ୍କ ଟାରିଫ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ୨୦୦% ରୁ ଏହା ୩୦୦%ରେ ପହଞ୍ଚି ଯାଇଛି। ଏଥର ଟ୍ରମ୍ପ ବେଶ ନାଟକୀୟ ଢଙ୍ଗରେ ଯୁଦ୍ଧ ବିରତି ଡିଲ୍‌ର ଶେଷ ଘଣ୍ଟାରେ କ’ଣ ହୋଇଥିଲା, ସେନେଇ ନୂଆ ଦାବି କରିଛନ୍ତି।

ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଉପସ୍ଥିତିରେ ଟ୍ରମ୍ପ କହିଛନ୍ତି ଯେ “ମୁଁ ଉଭୟ ଦେଶକୁ କହିଥିଲି ଯେ ତୁମେମାନେ ଲଢ଼େଇ ଜାରି ରଖିପାର। କିନ୍ତୁ ମୁଁ ତୁମମାନଙ୍କ ଉପରେ ୩୫୦%ର ଟାରିଫ ଲଗାଇବି। ରାଜସ୍ୱ ସଚିବ ସ୍କଟ ବେସେଣ୍ଟଙ୍କୁ ମଧ୍ୟ ଏନେଇ ଆଲର୍ଟ କରିଥିଲି। କାରଣ ଉଭୟ ଦେଶ ଆଣବିକ ଯୁଦ୍ଧ ଆଡ଼କୁ ଯାଉଥିଲେ। ଏହାଦ୍ୱାରା ଲକ୍ଷାଧିକ ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଥିଲା। ତେଣୁ ମୁଁ ଟାରିଫ ଲାଗୁ କରିବାକୁ ଚାହିଁଥିଲି। ପ୍ରଥମେ ମୋତେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଫୋନ କରି ଲକ୍ଷାଧିକ ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ଦେଇଥିଲେ। 

ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ ଆସିଥିଲା। ଆମେ ଶେଷ କରି ଦେଇଛୁ। ମୁଁ ପଚାରିଥିଲି ଯେ କ’ଣ ଶେଷ କରିଛ? ମୋଦି ଜବାବ ଦେଇଥିଲେ ଯେ ଆମେ ଯୁଦ୍ଧକୁ ଯାଉ ନାହୁଁ। ଏହାପରେ ମୁଁ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲି।” 

Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe