Advertisment

ବଡ଼ଧରଣର ଭୂକମ୍ପ ଝଟକା: ଆସିପାରେ ସୁନାମି, ଆଜି ରାତି ବେଶ ଗୁରୁତ୍ୱପୂର୍ଣ୍ଣ

ଜାପାନର ଏଚଏଚକେ କହିଛି ସୁନାମି ଢେଉ ୩ ଫୁଟ ଉଚ୍ଚକୁ ଉଠି ସ୍ଥଳ ଭାଗକୁ ଆସିବ। ସ୍ଥାନୀୟ ସୟମ ରାତି ୧.୩୦ ବେଳକୁ ସୁନାମି ଜାପାନର ୱେଷ୍ଟର୍ଣ୍ଣ ଉପକୂଳରେ ପହଞ୍ଚିପାରେ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।

author-image
Hemant Lenka
earth quack

earth quack

ବଡ଼ଧରରଣ ଭୂକମ୍ପରେ ଦୋହଲିଛି ଫିଲିପାଇନ୍ସର ମିନଡାନାଓ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ବିଭନ୍ନ ସ୍ଥାନରେ ବଡ଼ବଡ଼ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବାରୁ ଭିଡିଓ ସାମ୍ନାକୁ ଆସିଛି।

Advertisment

ସେହିପରି ଭୂକମ୍ପ ଝଟକା ପରେ ଫିଲିପାଇନ୍ସ ଓ ଜାପାନରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ୟୁରୋପ-ମେଡିଟେରିଆନ ସେଇସମୋଲୋଜିକାଲ ସେଣ୍ଟର(ଇଏମଏସସି) ଲୋକଙ୍କୁ ସତର୍କ ରହିବାକୁ କହିଛି।

ଇଏମଏସସି କହିଛି ଯେ ଭୂକମ୍ପ ଟି ଭୂପୃଷ୍ଠରୁ ୬୩ କିମି ଗଭୀରରେ ସୃଷ୍ଟି ହୋଇଛି। ତୀବ୍ରତା ୭.୫ ଥିବାରୁ ଫିଲିପାଇନ୍ସ ଓ ଜାପାନର କିଛି ସ୍ଥାନରେ ଖୁବଶୀଘ୍ର ସୁନାମି ଆସିପାରେ। ଆଜି ରାତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଇଏମଏସସି କହିଛି। 

Advertisment

ପିଲିପାଇନ୍ସର ସେଇସମୋଲୋଜି ଏଜେନ୍ସି ଆଶଙ୍କା କରିଛି ଯେ ସୁନାମି ମଧ୍ୟରାତ୍ର ସୁଦ୍ଧା ଦେଶକୁ ପ୍ରଭାବିତ କରିପାରେ। କାରଣ ସ୍ଥାନୀୟ ସମୟ ରାତି ୧୦.୩୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ଦେଢ଼ ଘଣ୍ଟା ମଧ୍ୟରେ ବଡ଼ବଡ଼ ଢେଉ ସ୍ଥଳ ଭାଗକୁ ମାଡ଼ି ଆସିପାରେ। ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ମଧ୍ୟ ସଂସ୍ଥା କରିଛି। 

ଜାପାନର ଏଚଏଚକେ କହିଛି ସୁନାମୀ ଢେଉ ୩ ଫୁଟ ଉଚ୍ଚକୁ ଉଠି ସ୍ଥଳ ଭାଗକୁ ଆସିବ। ସ୍ଥାନୀୟ ସୟମ ରାତି ୧.୩୦ ବେଳକୁ ସୁନାମି ଜାପାନର ୱେଷ୍ଟର୍ଣ୍ଣ ଉପକୂଳରେ ପହଞ୍ଚିପାରେ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି। 

ସୁନାମି ପୂର୍ବରୁ ହିଁ ଫିଲିପାଇନ୍ସରେ ଭୂକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। 

Earthquake Japan Tsunami