Advertisment

ମାଟିରେ ମିଶିଲା ୧୮ଶହରୁ ଅଧିକ ଜୀବନ

ତୁର୍କୀ ଓ ସିରିଆରେ ପ୍ରକୃତିର ତାଣ୍ଡବ।

undefined

Turkey Earthquake

Advertisment

ତୁର୍କୀ ଓ ସିରିଆରେ ପ୍ରକୃତିର ତାଣ୍ଡବ। ତିନି ତିନିଟି ଶକ୍ତିଶାଳୀ ଭୂକମ୍ପରେ ଏଯାଏଁ ୧୮ଶହରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଶତାଧିକ ଆହତଙ୍କର ଚିକିତ୍ସା ଚାଲିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୭.୮ । ଏହାରି ଭିତରେ ତୁରନ୍ତ ସହଯୋଗର ହାତ ବଢାଇ ଉଦ୍ଧାରକାର୍ଯ୍ୟ ପାଇଁ ତୁର୍କୀକୁ ଏନଡିଆରଏଫ୍ ଟିମ୍ ସହ ଔଷଧ ଓ ରିଲିଫ ସାମଗ୍ରୀ ପଠାଇବାକୁ ଘୋଷଣା କରିଛି ଭାରତ।

Advertisment

ତୁର୍କୀର ଶହ ଶହ କୋଠା, ହଜାର ହଜାର ଘର ଭୁଶୁଡିପଡିଛି। ଆଖି ପିଛୁଳାକେ ଛାରଖାର ହୋଇଯାଇଛି ତୁର୍କୀର ଏକାଧିକ ସହର। ତୁର୍କୀ ସମୟ ଭୋର୍ ୪ଟା ୧୭। ଶୋଇଥିଲା ସାରା ତୁର୍କୀ। କେହି କିଛି ବୁଝିବା ପୂର୍ବରୁ ହଠାତ୍ ଥରି ଉଠିଥିଲା ମାଟି। ଆଉ ନିମିଷକ ମଧ୍ୟରେ ସରିଯାଇଥିଲା ସବୁକିଛି। ଶୋଇବା ଅବସ୍ଥାରେ ହିଁ ଶେଷ ହୋଇଯାଇଥିଲା ଶହ ଶହ ଜୀବନ। ଅନେକ ଘରୁ ବାହାରିବାକୁ ଚେଷ୍ଟା କରିଥିଲେ ବି ସମୟ ମିଳିନଥିଲା। ଖବର ମିଳିଥିଲା ତୁର୍କୀରେ ଅନୁଭୂତ ହୋଇଛି ୭.୮ ତୀବ୍ରତାର ବଡ ଭୂକମ୍ପ। ଦକ୍ଷିଣ ତୁର୍କୀର ୩୩ କିଲୋମିଟର ଦୂର ଗାଜିୟାନତେପ୍ ଥିଲା ଭୂମିକଂପର କେନ୍ଦ୍ରସ୍ଥଳ। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ତୁର୍କୀ ଉପରେ ପୁଣି ପଡିଥିଲା ପ୍ରକୃତିର କୋପ। କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ବଡ଼ ଧରଣର ଭୂକମ୍ପ ଝଟକା ଲାଗିଥିଲା। ଏଥର ଭୂକମ୍ପର ତୀବ୍ରତା ଥିଲା ୭.୬। ଭୂକମ୍ପରେ ଶତାଧିକ କୋଠା ମାଟିରେ ମିଶିଯାଇଥିବା ବେଳେ ପର୍ବତ ଶିଖରରେ ନିର୍ମିତ ଐତିହାସିକ ଗାଜିଆନତେପ୍ ଦୁର୍ଗ ବି ଧରାଶାୟୀ ହୋଇଛି।

ଏବେବି ଭଙ୍ଗା କୋଠା ତଳେ ଆହୁରି ଅନେକ ଫଶି ରହିଥିବା ଆଶଙ୍କା କରାଯାଉଛି। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି। ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି। ତୁର୍କୀର ଏଭଳି ବିପତ୍ତି ସମୟରେ ତୁରନ୍ତ ସହଯୋଗର ହାତ ବଢାଇଛି ଭାରତ। ତୁର୍କୀକୁ ସମସ୍ତ ପ୍ରକାରର ସହାୟତା ଦିଆଯିବା ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍ଧାର କାର୍ଯ୍ୟ ପାଇଁ ୧୦୦ ଜଣିଆ ଦୁଇଟି ଏନଡିଆରଏଫ୍ ଟିମ୍ ସହ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଡଗସ ଟିମ ପଠାଯିବ। ଏଥିସହ ଔଷଧ ଏବଂ ରିଲିଫ୍ ସାମଗ୍ରୀ ଧରି ସ୍ୱତନ୍ତ୍ର ମେଡିକାଲ ଟିମ୍ ମଧ୍ୟ ଖୁବଶୀଘ୍ର ତୁର୍କୀ ଯିବ। ତୁର୍କୀରେ ଏହା ପୂର୍ବରୁ ୧୯୩୯ ଜୁନ୍ ୨୭ରେ ବଡ ଧରଣର ଭୂକଂପ ହୋଇଥିଲା। ୭.୮ ତୀବ୍ରତାର ଏହି ଭୂକଂପରେ ସେତେବେଳେ ୩୩ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଥିଲା।

Advertisment
Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe