Advertisment

ଜାତିସଂଘରେ ହଠାତ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ

ତୁର୍କୀ ପୂର୍ବରୁ ମଧ୍ୟ ଜାତିସଂଘର ବିଭିନ୍ନ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାକୁ ବିରୋଧ କରିଥିଲା। ତଥାପି ଏର୍ଡୋଗାନ ଏହାକୁ ବେଖାତିର କରି କଶ୍କୀର କଥା ଉଠାଇଛନ୍ତି।

Turkey

Turkey

Advertisment

ଜି-୨୦ ସମ୍ମିଳନୀରେ ଯୋଗ ଦେଇ ସ୍ୱଦେଶ ଫେରିଲା ପରେ ହଠାତ୍‌ ଆଭିମୁଖ୍ୟ ବଦଳାଇଛନ୍ତି ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନ। ସେ ଜାତିସଂଘ ସାଧାରଣ ପରିଷଦରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଚକମା ଦେଇଛି।

Advertisment

ବର୍ତ୍ତମାନ ୭୮ତମ ଜାତିସଂଘ ସାଧାରଣ ଆସେମ୍ବ୍ଲି ସେସନ୍ସ ଚାଲିଛି। ଏହାକୁ ସମ୍ବୋଧନ କରିବା ବେଳେ ସେ ବିଶ୍ୱର ସବୁ ନେତାଙ୍କ ଆଗରେ କଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି।

ଜାତିସଂଘର ସାଧାରଣ ବିତର୍କରେ ଭାଗ ନେଇ ଏର୍ଡୋଗାନ କହିଛନ୍ତି, “ ଦକ୍ଷିଣ ଏସିଆରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ଅତ୍ୟନ୍ତ ଜରୁରୀ। ଏଥିପାଇଁ କଶ୍ମୀରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ କେବଳ ଓ ଦୀର୍ଘ ମିଆଦି ଶାନ୍ତି ପ୍ରତିଷ୍ଠା ହେବାକୁ ଅତ୍ୟନ୍ତ ସୁହାଇବ।

Advertisment

ଏହି ଶାନ୍ତି କେବଳ ଦ୍ୱିପାକ୍ଷିକ ଆଲୋଚନା ଓ ଦୁଇ ଦେଶ ମଧ୍ୟରେ ସହଯୋଗ ଯୋଗୁ ସମ୍ଭବ ହୋଇପାରିବ। ତୁର୍କୀ ସବୁବେଳେ ଏପରି ଶାନ୍ତି ଆଲୋଚନାକୁ ସମର୍ଥନ କରି ଆସିଛି। ଆଗକୁ ମଧ୍ୟ ସମର୍ଥନ ଦିଗରେ ତୁର୍କୀ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ।”

ନିକଟରେ ଏର୍ଡୋଗାନ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ଆସିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଦୁଇ ନେତା ବ୍ୟବସ୍ଥାୟିକ ସମ୍ପର୍କକୁ ସୁଦୃଢ଼ କରିବା ଓ ଭିତ୍ତିଭୂମି ବ୍ୟବସ୍ଥାକୁ ମଜବୁତ କରିବା ସମ୍ପର୍କରେ କଥା ହୋଇଥିଲେ। ତଥାପି ଏର୍ଡୋଗାନ କଶ୍ମୀର ପ୍ରସଙ୍ଗ ବିଶ୍ୱ ଦରବାରରେ ଉଠାଇଛନ୍ତି।

ଏର୍ଡୋଗାନ କହିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନିଶ୍ଚିତ ଗର୍ବର ବିଷୟ। ବର୍ତ୍ତମାନ ସୁରକ୍ଷା ପରିଷଦରେ ୫ଟି ସ୍ଥାୟୀ ଓ ୧୫ଟି ସଦସ୍ୟ ରାଷ୍ଟ୍ର ରହିଛନ୍ତି। ସବୁ ଦେଶକୁ ସ୍ଥାୟୀ ସଦସ୍ୟ ମାନ୍ୟତା ଦିଆଯାଇ ସଂଖ୍ୟାକୁ ୨୦ କରାଯାଉ।

ରୋଟେସନ ନୀତି ଅପଣାଯାଉ। ଆମେ ସମସ୍ତେ କହୁଛେ ଯେ ବିଶ୍ୱ ୫ ଦେଶ ଠାରୁ ଯଥେଷ୍ଟ ବଡ଼। ତେଣୁ କେବଳ ଆମେରିକା, ବ୍ରିଟେନ, ଚାଇନା, ଫ୍ରାନ୍ସ ଓ ରୁଷ ସ୍ଥାୟୀ ସଦସ୍ୟ ରହିବାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ତୁର୍କୀ ପୂର୍ବରୁ ମଧ୍ୟ ଜାତିସଂଘର ବିଭିନ୍ନ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାକୁ ବିରୋଧ କରିଥିଲା। ତଥାପି ଏର୍ଡୋଗାନ ଏହାକୁ ବେଖାତିର କରି କଶ୍କୀର କଥା ଉଠାଇଛନ୍ତି।

Jammu Kashmir Turkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe