Advertisment

କଲିଜା ଥରାଇ ଦେଲା ଏ ଦୃଶ୍ୟ!

କିଏ କୁହୁଛି ଏଠାରେ ଗୋଟିଏ ମାତ୍ର ଘଟଣା ଘଟିଛି ! ସ୍ଥିତି ଦେଖିଲେ ଜଣାପଡ଼ୁଛି, ଏଠାରେ ଯେତେ ଜୀବନ ସେତେ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
rescue

rescue

Advertisment

କିଏ କୁହୁଛି ଏଠାରେ ଗୋଟିଏ ମାତ୍ର ଘଟଣା ଘଟିଛି ! ସ୍ଥିତି ଦେଖିଲେ ଜଣାପଡ଼ୁଛି, ଏଠାରେ ଯେତେ ଜୀବନ ସେତେ ଘଟଣା ଘଟିଛି। ଯେତେ ଯେତେ ସମୟ ଆଗକୁ ବଢ଼ୁଛି ତୁର୍କୀ ଓ ସିରିଆରୁ ଏଭଳି କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ଯାହାକୁ ଦେଖି ଓ ଶୁଣି ଆପଣଙ୍କ କଲିଜା ମଧ୍ୟ ଥରିବ।

Advertisment

ତୁର୍କୀଅ ଓ ସରିଆରେ ଭୂ-କମ୍ପ ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ପାର କରିଛି। ସୋମବାର ସକାଳ ୪ଟାରେ ହୋଇଥିବା ଭୂକମ୍ପ ଏଠାରେ ସବୁକିଛି ଧ୍ୱଂସ କରି ଦେଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ଧ୍ୱଂସାବଶେଷ କୋଠା ମାନଙ୍କ ତଳୁ ଖୋଜିଖୋଜି ଜୀବିତ ଥିବା ଲୋକମାନଙ୍କ ଉଦ୍ଧାର କରୁଛନ୍ତି।

ଏଭଳି ଏକ ସମୟ ଯେତେବେଳେ ଉଦ୍ଧାରକାରୀ ଟିମ୍‌ର ଜଣେ ସଦସ୍ୟଙ୍କ କାନରେ ଭାଙ୍ଗି ପଡ଼ିଥିବା ବିଶାଳ କୋଠା ତଳୁ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣିବାକୁ ମିଳିଥିଲା। ସିରିଆର ଏଲପୋ ସହରରୁ ଏହି ଘଟଣା ସାମ୍ନାକୁ ଆସିଛି। ଉଦ୍ଧାରକାରୀ ଦଳ ଏଠାରେ ଏକଜୁଟ୍ ହୋଇ ବହୁ ପରିଶ୍ରମ ପରେ ଶିଶୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ଏଥିନିମନ୍ତେ ଉଦ୍ଧାରକାରୀ ଟିମ୍‌କୁ ପ୍ରାୟ ୨ଦିନ ଲାଗି ଯାଇଛି। ଗୋଟାଏ ପଟେ ଶିଶୁର କାନ୍ଦିବାର ଶବ୍ଦ ଉଦ୍ଧାରକାରୀ ଦଳ ହୃଦୟକୁ ଆନ୍ଦୋଳିତ କରିଦେଉଥିବା ବେଳେ ଅନ୍ୟପଟେ କିପରି ଶୀଘ୍ର ତାକୁ ଉଦ୍ଧାର କରାଯିବ ସେନେଇ ଭାବୁକ କରିଦେଉଥିଲା।

Advertisment

କାରଣ ଶୀଘ୍ରତା ସହ ଭଙ୍ଗାବଶେଷକୁ ବାହାର କରିବା ବେଳେ କଂକ୍ରିଟ ଅଂଶ ଗଳି ପଡ଼ିଲେ ଶିଶୁର ଜୀବନ ପ୍ରତି ବିପଦ ରହିଥିଲା। ତେଣୁ ଧିରେଧିରେ ଭଗ୍ନାବଶେଷକୁ ହଟାଇବାକୁ ପଡ଼ୁଥିଲା। ତେବେ ଶେଷରେ ଏହି ଶିଶୁ ଉଦ୍ଧାର କରିବା ବେଳେ ନିଆଯାଇଥିବା କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କ ହୃଦୟର ଉଦ୍‌ବେଗକୁ ବଢ଼ାଇ ଦେଇଛି।

କାରଣ ଶିଶୁର ଅଧା ଅଂଶ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବେଳେ ପେଟ ଉପର ଅଂଶ ବାହାରକୁ ବାହାରି ରହିଥିଲା। ମୁଣ୍ଡରେ ଆଘାତ ଯୋଗୁ ରକ୍ତ ବୋହି ଚାଲିଥିଲା। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ହଟାଇ ଶିଶୁ ପାଖରେ ପହଞ୍ଚିବାକୁ ଯେତେ ଆଗଉ ଥାଏ କାନ୍ଦ ସେତେ ଅଧିକ ଶୁଣାଯାଉଥାଏ। ଶେଷରେ ତାକୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲକୁ ପଠା ଯାଇଥିଲା।

ଏଠାରେ ଘଟିଥିବା ଭୂ-କମ୍ପରେ ଅନେକ ଶିଶୁ ନିଜର ବାପା, ମା’ଙ୍କୁ ହରାଇଛନ୍ତି। ମା’ ପାଖକୁ ଯିବାକୁ ଶିଶୁମାନେ କାନ୍ଦୁଥିବା ବେଳେ ସେମାନଙ୍କୁ ବୁଝାଇବା ଉଦ୍ଧାରକାରୀ ଦଳ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେହିପରି ଅନେକ ବାପା, ମା’ ନିଜର ପିଲାମାନଙ୍କୁ ମଧ୍ୟ ଖୋଜୁଛନ୍ତି। ପିଲାମାନଙ୍କୁ ନ ପାଇ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଚାରିଆଡ଼େ କେବଳ ବିଭୀଷିକାର ଦୃଶ୍ୟ ଓ କାନ୍ଦିବାର ଶବ୍ଦ ଶୁଣିବାକୁ ମିଳୁଛି। ଯାହା ହୃଦୟକୁ ଥରାଇ ଦେଉଛି।

Rescueଉଦ୍ଧାର ହୋଇଥିବା ଦୁଇ ଶିଶୁ
Earthquake Turkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe