/odisha-reporter/media/post_attachments/uploadimage/library/16_9/16_9_0/IMAGE_1718856591.jpg)
Laptop-fire
ଫାଟିଲା ଲାପ୍ଟପ୍ ବ୍ୟାଟେରୀ। ଚାର୍ଜରେ ବସିଥିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ଦୁଇ କୁନି ଛୁଆଙ୍କ ଜୀବନ। ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ।
ବୁଧବାର ପାକିସ୍ତାନ ପଞ୍ଜାବ ପ୍ରଦେଶର ଫୈସଲାବାଦ ଶରିଫପୁରା ଅଞ୍ଚଳରେ ଲାପଟପ୍ ବ୍ୟାଟେରୀରେ ବିସ୍ଫୋରଣ ଯୋଗୁ ଏକ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅତି କମରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଚାର୍ଜ କରିବା ସମୟରେ ଲାପଟପ୍ର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ଫଳରେ ଘରେ ନିଆଁ ଲାଗିଯାଇଥିଲା। ଘଟଣା ପରେ ଉକ୍ତ ଘରେ ରହୁଥିବା ପାଞ୍ଚ ଜଣ ଶିଶୁ ଏବଂ ଦୁଇ ମହିଳାଙ୍କ ସମେତ ପରିବାରର ନଅ ଜଣ ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସା ସମୟରେ ଦୁଇ ଜଣ ଛୋଟ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି।
ସେପଟେ ଏହି ଦୁର୍ଘଟଣାରେ ଦୁଇ ପିଲାଙ୍କ ମୃତ୍ୟୁ ନେଇ ପାକିସ୍ତାନ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ମରୟମ ନଓ୍ୱାଜ ଦୁଃଖ ପ୍ରକାଶ କରିଚନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଅଗ୍ନିକାଣ୍ଡରେ ଆହତଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ମରିୟମ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଏହି ଘଟଣାର ତଦନ୍ତ ପାଇଁ ଫୈସଲାବାଦ ଡେପୁଟି କମିଶନର ଏକ କମିଟି ଗଠନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
