ସାଉଦି ଆରବର ଜେଦ୍ଦା ସହରସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଗୁଳିମାଡ଼ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ସୁରକ୍ଷା କର୍ମ ଥିବା ବେଳେ ଅନ୍ୟ ଜଣେ ଆକ୍ରମଣକାରୀ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଆମେରିକା ଦୂତାବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଗତକାଲି ସନ୍ଧ୍ୟା ବେଳେ ଏକ କାର୍ରେ ଜଣେ ଯୁବକ ଆସି ଜେଦ୍ଦା ସହରସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଅଟକିଥିଲେ। ଉକ୍ତ ଯୁବକଙ୍କ ହାତରେ ବନ୍ଧୂକ ଥିଲା। କାର୍ରୁ ବାହାରିବା କ୍ଷଣି ସେ ଆଖି ବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆକ୍ରମଣକାରୀଙ୍କ ଗୁଳିରେ ଜଣେ ସୁରକ୍ଷା କର୍ମୀ ଟଳି ପଡ଼ିଥିଲେ।
ଏପରି ଅତର୍କିତ ଆକ୍ରମଣ ଦେଖି ସୁରକ୍ଷା କର୍ମୀ ତୁରନ୍ତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ଆକ୍ରମଣକାରୀ ଯୁବକଜଣକ ଘଟଣାସ୍ଥଳରେ ଆଖି ବୁଜିଥିଲେ।
Also Read
ଏପରି ଆକ୍ରମଣ ପଛର କାରଣ ଜଣା ପଡ଼ି ନ ଥିବା ବେଳେ ଆକ୍ରମଣକାରୀଙ୍କ ପରିଚୟ ମିଳିପାରିନି। ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଥିବା ମକ୍କା ପୁଲିସ୍ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା
ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨ (ଭାରତରେ ମାର୍ଚ୍ଚ ୩) ତାରିଖରେ ଲସ୍ ଏଞ୍ଜଲିସ୍ ସ୍ଥିତ ଡଲବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ଏବେ ସ୍ଥଗତି ରଖିବାକୁ ଘୋଷଣା କରାଯାଇଛି।
International
କଏନ୍ର ହେଡ୍ ପଡ଼ିବା ହେଲା କାଳ; ଯୁବତୀଙ୍କ ତଣ୍ଟି ଚିପି ମୃତଦେହ ସହ କଲେ ଦୁଷ୍କର୍ମ
କଏନ୍ର ହେଡ ପଡ଼ିବା ହେଲା କାଳ। ଯୁବତୀଙ୍କ ତଣ୍ଟି ଚିପି ଦେଲା ଜଣେ ଅଜଣା ଯୁବକ । କଏନର ହେଡ ପଡ଼ିବାରୁ ଦୁଇ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିଲେ ଜଣେ ଯୁବକ ।
International
ଜାପାନରେ ସୁନାମୀ ଆଲର୍ଟ ଜାରି
୬.୯ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି।
International
ଧୂଆଁ କମୁନି, ନିଆଁ ଲିଭୁନି, ନେଲାଣି ୧୬ ଜୀବନ
ସେହିପରି ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।