Advertisment

ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଗୁଳି ମାଡ଼, ୨ ଆଖି ବୁଜିଲେ

ସାଉଦି ଆରବର ଜେଦ୍ଦା ସହରସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଗୁଳିମାଡ଼  ଘଟି  ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ସୁରକ୍ଷା କର୍ମ ଥିବା ବେଳେ ଅନ୍ୟ ଜଣେ ଆକ୍ରମଣକାରୀ ବୋଲି ଜଣାପଡ଼ିଛି।

Firing

Firing

Advertisment

ସାଉଦି ଆରବର ଜେଦ୍ଦା ସହରସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଗୁଳିମାଡ଼  ଘଟି  ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ସୁରକ୍ଷା କର୍ମ ଥିବା ବେଳେ ଅନ୍ୟ ଜଣେ ଆକ୍ରମଣକାରୀ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଆମେରିକା ଦୂତାବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ଗତକାଲି ସନ୍ଧ୍ୟା ବେଳେ ଏକ କାର୍‌ରେ ଜଣେ ଯୁବକ ଆସି ଜେଦ୍ଦା ସହରସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ସମ୍ମୁଖରେ ଅଟକିଥିଲେ। ଉକ୍ତ ଯୁବକଙ୍କ ହାତରେ ବନ୍ଧୂକ ଥିଲା। କାର୍‌ରୁ ବାହାରିବା କ୍ଷଣି ସେ ଆଖି ବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆକ୍ରମଣକାରୀଙ୍କ ଗୁଳିରେ ଜଣେ ସୁରକ୍ଷା କର୍ମୀ ଟଳି ପଡ଼ିଥିଲେ।

ଏପରି ଅତର୍କିତ ଆକ୍ରମଣ ଦେଖି ସୁରକ୍ଷା କର୍ମୀ ତୁରନ୍ତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ଆକ୍ରମଣକାରୀ ଯୁବକଜଣକ ଘଟଣାସ୍ଥଳରେ ଆଖି ବୁଜିଥିଲେ।

Advertisment

ଏପରି ଆକ୍ରମଣ ପଛର କାରଣ ଜଣା ପଡ଼ି ନ ଥିବା ବେଳେ ଆକ୍ରମଣକାରୀଙ୍କ ପରିଚୟ ମିଳିପାରିନି। ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଥିବା ମକ୍କା ପୁଲିସ୍‌ କହିଛି।

Deadbody Firing Bullets & Guns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe