Advertisment

ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ ଝଟକା, ଆସିପାରେ ସୁନାମୀ

ପ୍ରଥମେ ସ୍ଥାନୀୟ ସମୟ ଅପରାହ୍ନ ୨.୪୫ ଓ ପରେ ୩.୦୭ ମିନିଟରେ ଲୋକମାନେ ଝଟକା ଅନୁଭବ କରିଛନ୍ତି।

author-image
Hemant Lenka
undefined

Earth quack

ମାତ୍ର କିଛି ମିନିଟ ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ ଉପକୂଳ। ପ୍ରଥମେ ସ୍ଥାନୀୟ ସମୟ ଅପରାହ୍ନ ୨.୪୫ ଓ ପରେ ୩.୦୭ ମିନିଟରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ୟୁଏସଜିଏସ୍‌ର ସୂଚନା ଅନୁସାରେ, ପ୍ରଥମ ଭୂକମ୍ପ ଝଟକାର ତୀବ୍ରତା ୬.୫ ରହିଥିବା ବେଳେ ଦ୍ୱିତୀୟ ଝଟକାର ତୀବ୍ରତା ୫.୦ ରହିଥିବା ରିକ୍ଟର ସ୍କେଲରୁ ଜଣାପଡ଼ିଛି।

Advertisment

ଭୂକମ୍ପର କେନ୍ଦ୍ରସ୍ଥଳ କୁରିଲ ଦ୍ୱୀପପୁଞ୍ଜ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପ୍ରଥମ ଭୂକମ୍ପର ଗଭୀରତା ୨୩.୮ କିମି ଓ ଦ୍ୱିତୀୟ ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୪୦ କିମି ଗଭୀର ରହିଥିଲା।

ଭୂକମ୍ପର ତୀବ୍ରତା ୬ରୁ ଅଧିକ ରହିଥିବାରୁ ସୁନାମୀ ଆସିବାର ଆଶଙ୍କା ରହିଛି। ତେଣୁ ବିଭିନ୍ନ ସଂସ୍ଥା ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। କିନ୍ତୁ ସୁନାମୀ ବେଳେ ଜୁଆର କେତେ ଉଚ୍ଚକୁ ଉଠିବ ଓ କେଉଁ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହେବ, ସେ ବିଷୟରେ ଏଯାଏ ବିଧିବଦ୍ଧ ଭାବେ ସୂଚନା ଦିଆଯାଇ ନାହିଁ। ଏହାବାଦ ଲଗାତାର ଦୁଇଟି ଭୂକମ୍ପ ଅନୁଭବ ହୋଇଥିଲେ ହେଁ ଏହାଦ୍ୱାରା କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେବିଷୟରେ ମଧ୍ୟ ଜଣାପଡ଼ିନାହିଁ।

Advertisment

ଚଳିତ ବର୍ଷ ଜାପାନରେ ଏକାଧିକ ଥର ଭୂକମ୍ପ ଝଟକା ଅନୁଭବ ହୋଇଛି। ନିକଟରେ ଦକ୍ଷିଣପୂର୍ବ ଫିଲିପାଇନ୍ସରେ ୭.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିପାଇଁ ଜାପାନର ଦକ୍ଷିଣପଶ୍ଚିମ ଉପକୂଳ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଥିଲା।

ମେ’ ୫ରେ ଜାପାନର ୱେଷ୍ଟର୍ଣ୍ଣ ପ୍ରାନ୍ତରେ ୬.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏଥିରେ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।

Earthquake Japan