Advertisment

ଆମେରିକାରେ ଭୟଙ୍କର କାର୍‌ ଦୁର୍ଘଟଣା, ଦୁଇ ଭାରତୀୟ ଛାତ୍ର ମୃତ

ଉଭୟ ଆରିଜୋନା ଷ୍ଟେଟ୍‌ ୟୁନିର୍ଭସିଟିରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଥିଲେ।

Accident In US

Accident In US

Advertisment

ଭାରତୀୟଙ୍କ ପାଇଁ ଯେପରି କାଳ ପାଲଟିଛି ଆମେରିକା। ଏଠାରେ ପ୍ରତିଦିନ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେଉଛି। କେଉଁଠି କାହାକୁ ହତ୍ୟା କରାଯାଉଛି ତ ଆଉ କେଉଁଠି କିଏ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏବେ ପୁଣି ଥରେ ଆମେରିକାରେ ଦୁଇ ଭାରତୀୟ ଛାତ୍ର ଆଖି ବୁଜିଛନ୍ତି।

Advertisment

ଯୁକ୍ତରାଷ୍ଟ୍ର ଆମେରିକାର ଫୋନେକ୍ସ ସିଟି ଅଫ୍‌ ଆରିଜୋନାରେ ଭୟଙ୍କର କାର୍‌ ଦୁର୍ଘଟଣାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଛାତ୍ର ହେଲେ ମୁକ୍କା ନିବେଶ ଓ ଗୌତମ ପାରସି। ଉଭୟଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ତେଲେଙ୍ଗାନାର ବାସିନ୍ଦା ବୋଲି ଜଣାପଡିଛି।

ପୁଲିସ ସୂଚନା ମୁତାବକ, ଏପ୍ରିଲ ୨୦ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁଇ ଛାତ୍ର କାର୍‌ରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ କାର୍‌ ସହ ଏମାନଙ୍କ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଏକ କାର୍‌ର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଉଭୟ କାର୍‌ ପରସ୍ପର ବିପରିତ ଦିଗରେ ଯାଉଥିଲେ। ତେବେ କେଉଁ କାରଣରୁ ଦୁଇ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା ସେ ନେଇ ତଦନ୍ତ ଜାରି ରହିଥିବା ଆରିଜୋନା ପୁଲିସ କହିଛି।

ନିବେଶ କରିମନଗର ଜିଲ୍ଲା ହୁଜୁରାବାଦର ବାସିନ୍ଦା ହୋଇଥିବା ବେଳେ ଗୌତମ ଜନଗାଁଓ ଜିଲ୍ଲାର ଷ୍ଟେସନ ଘନପୁରର ବାସିନ୍ଦା। ଉଭୟ ଆରିଜୋନା ଷ୍ଟେଟ୍‌ ୟୁନିର୍ଭସିଟିରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଥିଲେ।

Indian Students Dead In US Arizona City Accident In US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe