Advertisment

Cocaine: ୧,୧୩,୦୦୦ ଲୋକଙ୍କୁ ମାରିବା ପାଇଁ ଯଥେଷ୍ଟ କୋକେନ ସହ ୨ ଟ୍ରକ ଡ୍ରାଇଭର ଗିରଫ

ପୁଲିସ୍‌ ପକ୍ଷରୁ ଜାତୀୟ ରାଜପଥରେ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଗୋଟିଏ ସେମି ଟ୍ରକକୁ ଅଟକାଇ ପୁଲିସ୍‌ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ସେମି ଟ୍ରକର ସ୍ଲିପର ବର୍ଥରୁ ୩୦୯ ପାଉଣ୍ତ କୋକେନ ମିଳିଛି।

US

ଦୁଇ ଗିରଫ ଡ୍ରାଇଭର ଓ ଜବତ କୋକେନ୍‌

Advertisment

ଆମେରିକାର ଇଣ୍ଡିଆନାରୁ ଧରା ପଡ଼ିଛନ୍ତି ୨ ଜଣ ଭାରତୀୟ ଟ୍ରକ ଡ୍ରାଇଭର। ସେମାନଙ୍କ ନିକଟରୁ ମିଳିଛି ୩୦୯ ପାଉଣ୍ଡର କୋକେନ(Cocaine)। ଏହାର ମୂଲ୍ୟ ୭ ମିଲିୟନ ଡଲାର। ସେମାନଙ୍କ ଠାରୁ ମିଳିଥିବା କୋକେନ ୧,୧୩,୦୦୦ ଲୋକଙ୍କୁ ହତ୍ୟା କରିବା ପାଇଁ ଯଥେଷ୍ଟ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Advertisment

ଗିରଫ ଦୁଇ ଭାରତୀୟ ଟ୍ରକ ଡ୍ରାଇଭର ହେଲେ ୨୫ ବର୍ଷୀୟ ଗୁରପ୍ରୀତ ସିଂହ ଓ ୩୦ ବର୍ଷୀୟ ଯଶବୀର ସିଂହ। ଉଭୟ ଯଥାକ୍ରମେ ୨୦୧୭ ଓ ୨୦୨୩ରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ। 

ୱିକଏଣ୍ଡରେ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଜାତୀୟ ରାଜପଥରେ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଗୋଟିଏ ସେମି ଟ୍ରକକୁ ଅଟକାଇ ପୁଲିସ୍‌ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ସେମି ଟ୍ରକର ସ୍ଲିପର ବର୍ଥରୁ ୩୦୯ ପାଉଣ୍ତ କୋକେନ ମିଳିଛି। ହୋମଲାଣ୍ତ ସୁରକ୍ଷା ବିଭାଗ କହିଛି ଯେ ଏତେ ପରିମାଣର କୋକେନ ୧,୧୩,୦୦୦ ଆମେରିକୀୟଙ୍କ ଜୀବନ ନେବାକୁ ଯଥେଷ୍ଟ। 

Advertisment

ବିଭାଗ କହିଛି ଯେ ସେମି ଟ୍ରକରେ କୋକେନ ଥିବା ପ୍ରଥମେ ସନ୍ଧାନୀ କୁକୁର ୟୁନିଟ ଅନୁଭବ କରିଥିଲା। ଏହାପରେ ଅଧିକାରୀମାନେ ଏହାକୁ ଜବତ କରିଥିଲେ। ସ୍ଲିପର ବର୍ଥରେ ଏକାଧିକ ପେଟି ମଧ୍ୟରେ କୋକେନକୁ ରଖାଯାଇଥିଲା। ଏହା ଉପରେ ବେଶ ଭଲ ଭାବେ କମ୍ବଳକୁ ଘୋଡ଼ାଇ ଯାଇଥିଲା। 

କୋକେନ ସହ ଦୁଇ ଭାରତୀୟ ଟ୍ରକ ଡ୍ରାଇଭରଙ୍କୁ ପୁଟନାମ କାଉଣ୍ଟୀ ଜେଲକୁ ନିଆଯାଇଛି। ଇଣ୍ଡିଆନା ଷ୍ଟେଟ ପୁଲିସ୍‌ କହିଛି ଯେ ସେମାନଙ୍କ ବିରୋଧରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଦଫାରେ ମାମଲା କରାଯାଇଛି। କିନ୍ତୁ ଉଭୟ ଟ୍ରକ ମଧ୍ୟରେ ଏତେ ପରିମାଣର କୋକେନ ରହିଥିବା କଥା ପୂର୍ବରୁ ଜାଣି ନଥିଲେ ବୋଲି କହିଛନ୍ତି।

ସେମାନଙ୍କୁ ଟ୍ରକ ଚଳାଇବାକୁ କହିଥିବା କମ୍ପାନୀ ଏଥିରେ ଥିବା ଜିନିଷକୁ ରିଚମଣ୍ଡରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରେ ଅନଲୋଡ କରିବାକୁ କହିଥିଲା। ସେମାନେ ସେହି ଅନୁସାରେ କେବଳ ନିର୍ଦ୍ଦେଶକୁ ପାଳନ କରିଥିଲେ। 

ଗୁରପ୍ରୀତ ସିଂହ ବେଆଇନ ଭାବେ ୨୦୨୩ ମସିହା ମାର୍ଚ୍ଚ ୧୧ରେ ଅରିଜୋନା ଦେଇ ଆମେରିକାରେ ପ୍ରବେଶ କରିଥିଲେ। ସେହିପରି ଯଶବୀର କାର୍ଲିଫର୍ଣ୍ଣିଆରୁ ବେଆଇନ ଭାବେ ୨୦୧୭ ମସିହା ମାର୍ଚ୍ଚ ୨୧ରେ ଆମେରିକାକୁ ଯାଇଥିଲେ। ସାନ ବେର୍ନାରଡିନୋରେ ଚୋରି ସମ୍ପତ୍ତି ଗ୍ରହଣ କରିବା ଅଭିଯୋଗରେ ଯଶବୀରଙ୍କୁ ପୁଲିସ୍‌ ଗତମାସରେ ଗିରଫ କରିଥିଲା। 

Cocaine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe