Advertisment

ଇଜିପ୍ଟ ପୁଲିସ ଗୁଳିରେ ଇସ୍ରାଏଲର ୨ ପର୍ଯ୍ୟଟକ ମୃତ

ଆଜି ଇଜିପ୍ଟର ଆଲେକ୍ସଜାଣ୍ଡାରିଆ ସହରର ଜଣେ ପୁଲିସ କର୍ମଚାରୀ ଇସ୍ରାଏଲ୍ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାନା କରିଥିଲେ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଦୁଇ ପର୍ଯ୍ୟଟକ ମୃତ। ଆଜି ଇଜିପ୍ଟର ଆଲେକ୍ସଜାଣ୍ଡାରିଆ ସହରର ଜଣେ ପୁଲିସ କର୍ମଚାରୀ ଇସ୍ରାଏଲ୍ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାନା କରିଥିଲେ। ଏଥିରେ ଅତି କମରେ ଦୁଇଜଣ ଇସ୍ରାଏଲ୍ ଏବଂ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲେକ୍ସଜାଣ୍ଡାରିଆର ପୋମ୍ପି ପିଲାର ସାଇଟରେ ହୋଇଥିବା ଏହି ଆକ୍ରମଣରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଏଥିସହ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି।

ଶେସାଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଆକ୍ରମଣ ପରବର୍ତ୍ତୀ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ଅତି କମରେ ତିନିଟି ଆମ୍ବୁଲାନ୍ସ ପୀଡିତଙ୍କୁ ଡାକ୍ତରଖାନାକୁ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

Advertisment

ଗତକାଲିଠୁ ଏହି ବିବାଦ ଲାଗି ରହିଛି। ସକାଳେ ଇସ୍ରାଏଲ ଉପରକୁ ପାଲେଷ୍ଟାଇନର ହମାସମାନେ ଅତର୍କିତ ରକେର୍ଟ ମାଡ କରିଥିଲେ। ଏହାପରେ ଦେଖି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଯୁଦ୍ଧ ଘୋଷଣା କରିଛନ୍ତି। ଅତି କମରେ ଦୁଇ ଦେଶର 6 ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି।

Israel Hamas Israel-Palestine Conflict Palestine War Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe