Advertisment

ମଝି ଆକାଶରେ ଧକ୍କା ହେଲା ଦୁଇ ସେନା ବିମାନ, ପାଇଲଟ୍ ମୃତ

ଦୁଇ ଜଣ ପାଇଲଟ୍ U-208 ଟ୍ରେନିଂ ଏୟାରକ୍ରାଫ୍ଟ ଉଡାଉଥିଲେ।

author-image
Madhupriya Mistry
Air force planes collide

Air force planes collide

ମଝି ଆକାଶରେ ପରସ୍ପର ମଧ୍ୟରେ ଧକ୍କା ହେଲା ଦୁଇ ସେନା ବିମାନ। ଏୟାରଫୋର୍ସର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି। ଇଟାଲୀର ରାଜଧାନୀ ରୋମ ନିକଟରେ ଘଟିଛି ଏହି ଦୁର୍ଘଟଣା। 

Advertisment

ସୂଚନା ମୁତାବକ, ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି। ମଙ୍ଗଳବାର ନିୟମିତ ଭାବେ ଟ୍ରେନିଂ ପାଇଁ ଏୟାରଫୋର୍ସର ଦୁଇଟି ବିମାନ ଉଡାଣ ଭରିଥିଲା। ତେବେ ହଠାତ ଗାଇଡୋନିଆ ନିକଟରେ ଏହି ଦୁଇଟି ବିମାନ ମଧ୍ୟରେ ପରସ୍ପର ଧକ୍କା ହୋଇ ଜୋର୍‌ରେ ବିସ୍ଫୋରଣ ଘଟିଥିଲା। ଫଳରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି।  

ବାୟୁସେନା ଦ୍ୱାରା ଜାରି ପ୍ରେସ୍ ରିଲିଜ ମୁତାବକ, ଦୁଇ ଜଣ ପାଇଲଟ୍ ୟୁ-୨୦୮ ଟ୍ରେନିଂ ଏୟାରକ୍ରାଫ୍ଟ ଉଡାଉଥିଲେ। ଏତିକି ବେଳେ ପରସ୍ପର ମଧ୍ୟରେ ବିମାନ ଧକ୍କା ହୋଇଥିଲା। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ବତ୍ତମାନ ସୁଦ୍ଧା ଜଣାପଡିନାହିଁ। ଏହାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି। 

Advertisment

ସେପଟେ ଏହି ଦୁର୍ଘଟଣାକୁ ନେଇ ଇଟାଲୀର ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନ ଜଣାଇଛନ୍ତି। ବିମାନଟି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  

Plane Crash Air Force