Advertisment

ପିଓକେରେ ବିକ୍ଷୋଭ ବେଳେ ପାକିସ୍ତାନ ପୁଲିସର ବର୍ବରତା, ଦୁଇ ମୃତ

ପାକିସ୍ତାନ ପୁଲିସର ଗୁଳି ମାଡ ଓ ଲାଠି ଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି।

author-image
Madhupriya Mistry
Protest in POK

Protest in POK

ପିଓକେ ତଥା ପାକିସ୍ତାନ ଅଧିକୃତ କଶ୍ମୀରରେ ଦମନକାରୀ ନୀତି ଆପଣାଉଛି ପାକିସ୍ତାନ। ଦରଦାମ ବୃଦ୍ଧି ଓ ବିଦ୍ୟୁତ୍‌ ଅଭାବକୁ ନେଇ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ବର୍ବରତା ଦେଖାଇଛି ପାକସ୍ତାନ ପୁଲିସ। ବିକ୍ଷୋଭକାରୀଙ୍କ ଉପରେ ଆଖିବୁଜା ଗୁଳିମାଡ କରିବା ସହ ଲୁହା ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଛି। ଫଳରେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ପିଓକେରେ ପାକିସ୍ତାନ ସରକାର କଶ୍ମୀରବାସୀଙ୍କ ସହ ଗୋଲାମ ବା ଦାସଙ୍କ ଭଳି ବ୍ୟବହାର କରୁଛନ୍ତି। ଏଠାରେ ବୃଦ୍ଧି ପାଉଥିବା ଟିକସ, ମୁଦ୍ରାସ୍ଫୀତି ଏବଂ ବିଦ୍ୟୁତ୍ ଲୋଡ୍‌ ସେଡିଂ ବା ବର୍ଦ୍ଧିତ ବିଲ୍‌କୁ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଇଛି। ଶନିବାର ବିକ୍ଷୋଭକାରୀମାନେ ମିରପୁରର ଦାଦିଆଲ ତହସିଲରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହାପୂର୍ବରୁ ପାକିସ୍ତାନୀ ପୁଲିସ ସେମାନଙ୍କ ଉପରେ ଆକ୍ରମଣ କରିଛି। ବିକ୍ଷୋଭକାରୀଙ୍କ ଉପରେ ଆଖିବୁଜା ଲାଠି ଚାର୍ଜ, ଗୁଳିମାଡ କରିବା ସହ ଲୁହା ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଛି।

କେବଳ ପୁଲିସ ନୁହେଁ ପାକିସ୍ତାନ ସେନା ମଧ୍ୟ ବିକ୍ଷୋଭକାରୀଙ୍କ ଉପରେ ବଳ ପ୍ରୟୋଗ କରିଛି। ପାକିସ୍ତାନ ପୁଲିସ ଓ ସେନା ତରଫରୁ କରାଯାଇଥିବା ଏହି ହିଂସାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ୭୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ସେପଟେ ବିକ୍ଷୋଭକାରୀମାନେ ପ୍ରଥମେ ସେନା ଓ ପୁଲିସ ଉପରକୁ ପଥରମାଡ଼ କରିଥିବା ପାକିସ୍ତାନ ଅଭିଯୋଗ କରିଛି।

Advertisment
Pakistan POK Protest In POK