Advertisment

ଗୁରୁଦ୍ୱାରାରେ ଫୁଟିଲା ଗୁଳି, ଦୁଇ ଆହତ

ଦୁଇ ଜଣ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Firing in  Gurudwara

Firing in Gurudwara

Advertisment

ଗୁରୁଦ୍ୱାରାରେ ଫୁଟିଲା ଗୁଳି। ଅମେରିକାର ଏକ ଗୁରୁଦ୍ୱାରା ଭିତରେ ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ ସୂଚନା ମୁତାବକ, କାଲିଫର୍ଣ୍ଣିଆରର ସେକ୍ରାମେଣ୍ଟୋ କାଉଣ୍ଟିରେ ଥିବା ଏକ ଗୁରୁଦ୍ୱାରା ଭିତରେ ଗୁଳିମାଡ଼ ହୋଇଛି। ତେବେ ଏହା ହେଟ୍ କ୍ରାଇମ ଯୋଗୁ ଘଟିନାହିଁ। ୩ ଜଣଙ୍କ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସେମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ସାକ୍ରାମେଣ୍ଟୋ କାଉଣ୍ଟି ସରିଫ୍ କାର୍ଯ୍ୟାଳୟର ମୁଖପାତ୍ର ଅମର ଗାନ୍ଧୀ କହିଛନ୍ତି ଯେ ଗୁଳି ବିନିମୟରେ ତିନି ଜଣ ସମ୍ପୃକ୍ତ ଥିଲେ। ଅମର ଗାନ୍ଧୀଙ୍କ ଅନୁଯାୟୀ, 'ପ୍ରଥମ ସନ୍ଦିଗ୍ଧ' 'ଦ୍ୱିତୀୟ ସନ୍ଦିଗ୍ଧ'ର ବନ୍ଧୁଙ୍କ ଉପରେ ଗୁଳି ଚଳାଇଥିଲା। ଏହାପରେ ଦ୍ୱିତୀୟ ସନ୍ଦିଗ୍ଧ ପ୍ରଥମ ସନ୍ଦିଗ୍ଧ  ଉପରେ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଗନ୍ ଭାଓଲେନ୍ସ ଆରକାଉଭ୍‌ର ଡାଟାବେସ୍ ଅନୁଯାୟୀ ଗତ ବର୍ଷ ଆମେରିକାରେ ବନ୍ଧୁକ ଯୋଗୁଁ ପ୍ରାୟ ୪୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା, ସେଥିମଧ୍ୟରୁ ପ୍ରାୟ ଅଧାରୁ ଅଧିକ ହତ୍ୟା, ଦୁର୍ଘଟଣା ଏବଂ ଆତ୍ମରକ୍ଷା ଏବଂ ଅବଶିଷ୍ଟ ଅର୍ଦ୍ଧେକ ଆତ୍ମହତ୍ୟା ଥିଲା।

America Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe