ବାତ୍ୟା ପରର ଦୃଶ୍ୟ
ଝଡ଼ବାତ୍ୟା(Super Typhoon) କଲମୈଗିର ତାଣ୍ଡବ। କେନ୍ଦ୍ରୀୟ ଫିଲିପାଇନ୍ସ(Philippines)କୁ ଦୋହଲାଇ ଦେଇଛି ଏହି ବାତ୍ୟା। ପ୍ରବଳ ପବନ ସାଙ୍ଗାକୁ ଲଗାଣ ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁ ଲୋକମାନେ ସେମାନଙ୍କ ଛାତରେ ଆଶ୍ରୟ ନେଇଛନ୍ତି।
ବନ୍ୟା ସ୍ରୋତରେ ଭାସି ଯାଇଛି ଶତାଧିକ କାର। ବର୍ତ୍ତମାନ ସୁଦ୍ଧା ଝଡ଼ବାତ୍ୟା କଲମୈଗି ୬୬ ଜଣଙ୍କ ଜୀବନ ନେଇଥିବା ବେଳେ ୨୬ ଜଣ ବନ୍ୟା ଯୋଗୁ ନିଖୋଜ ଅଛନ୍ତି।
ମୃତକଙ୍କ ମଧ୍ୟରେ ଥିବା ୬ ଜଣ ଗୋଟିଏ ଭିନ୍ନ ଘଟଣାରେ ପ୍ରାଣ ହରାଇଛନ୍ତି। ଫିଲିପାଇନ୍ସର ଏୟାର ଫୋର୍ସ ହେଲିକପ୍ଟର ଯୋଗେ ଅଗୁସାନ ଡେଲ ସୁରର ଦକ୍ଷିଣ ପ୍ରାନ୍ତରେ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରୁଥିବା ବେଶ କ୍ରାଶ ହୋଇଯାଇଛି। ଏଥିଯୋଗୁ ୬ ଜଣ ପ୍ରାଣ ହରାଇଥିବା ସେନା ପକ୍ଷରୁ କୁହାଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ କ୍ରାଶ ହେଲା, ସେକଥା କିଛି ବି କୁହାଯାଇନି।
ଝଡ଼ବାତ୍ୟା କଲମୈଗି ପଲୱାନ ପ୍ରଦେଶରେ ତାଣ୍ଡବ ରଚିବା ପରେ ଦକ୍ଷିଣ ଚୀନ ସାଗରେ ବର୍ତ୍ତମାନ ପହଞ୍ଚିଛି। ଏହାର ପ୍ରଭାବରେ ପବନର ଘଣ୍ଟା ପ୍ରତି ବେଗ ୧୩୦ ରହିଥିଲା। ବେଳେବେଳେ ପବନର ବେଗ ୧୮୦ କିମି ମଧ୍ୟ ଛୁଇଁଥିଲା।
ସିଭିଲ ଡିଫେନସର ଡେପୁଟି ବେର୍ନାଡୋ ରାଫେଲିଟୋ କହିଛନ୍ତି ଯେ ଅଧିକାଂଶ ମୃତକ କେବୁର କେନ୍ଦ୍ରୀୟ ପ୍ରାନ୍ତର। କଲମୈଗି ଯୋଗୁ ଏହି ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ଓ ଜଳଶୟରେ ବନ୍ୟାରେ ଦେଖାଯାଇଛି।
ବନ୍ୟା ଜଳ ଆବାସିକ ଅଞ୍ଚଳରେ ପ୍ରବେଶ କରିବାରୁ ଲୋକମାନେ ବାଧ୍ୟ ହୋଇ ସେମାନଙ୍କ ଘରର ଛାତ ଉପରେ ଆଶ୍ରୟ ନେଇଛନ୍ତି। ବନ୍ୟା ଜଳ ବଢ଼ୁଥିବାରୁ ସେମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି।
୪୯ ଜଣ ବନ୍ୟାରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଭୂସ୍ଖଳନ ଓ ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ିବା ଯୋଗୁ ଆଖି ବୁଜିଛନ୍ତି। ନିଖୋଜ ଥିବା ୨୬ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ପରିଚୟ ମିଳିଥିବା ସେ ସୂଚନା ଦେଇଛନ୍ତି।
କେବୁରେ ଫସି ରହିଥିବା ଲୋକମାନେ ଫିଲିପାଇନ୍ସ ରେଡ କ୍ରସକୁ ସହାୟତା ପାଇଁ ନିବେଦନ କରୁଥିଲେ ହେଁ ସେମାନଙ୍କୁ ଏଯାଏ ଉଦ୍ଧାର କରାଯାଇ ପାରି ନାହିଁ। ବନ୍ୟା ଜଳ କମି ନଥିବାରୁ ଉଦ୍ଧାରକାରୀ ଦଳ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/05/cyclone-2025-11-05-14-04-56.jpg)