Advertisment

ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ନିନ୍ଦା କଲା ୟୁଏଇ

ୟୁଏଇର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ନାଗରିକମାନଙ୍କୁ ସେମାନଙ୍କ ଘର ଭିତରୁ ଅପହରଣ କରିନେବାର ରିପୋର୍ଟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

Israel

Israel

Advertisment

ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଶନିବାର ଇସ୍ରାଏଲ ଉପରେ କରିଥିବା ହମଲାକୁ ୟୁନାଇଟେଡ ଆରବ ଏମିରେଟ୍ସ ବା ୟୁଏଇ ନିନ୍ଦା କରିଛି। ହମାସ ଆକ୍ରମଣକୁ ୟୁଏଇ ଗମ୍ଭୀର ଓ ଭୟଙ୍କର ବିବାଦର କାରଣ ଭାବେ ଦର୍ଶାଇଛି।

Advertisment

ୟୁଏଇର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ନାଗରିକମାନଙ୍କୁ ସେମାନଙ୍କ ଘର ଭିତରୁ ଅପହରଣ କରିନେବାର ରିପୋର୍ଟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଉଭୟ ପକ୍ଷର ସାଧାରଣ ଲୋକ ସବୁବେଳେ ଅନ୍ତର୍ଜାତୀୟ ମାନବାଧିକାର ଆଇନ ଦ୍ୱାରା ସୁରକ୍ଷିତ ରହିବା ଦାକାର। ସେମାନଙ୍କୁ ବିବାଦ ମଧ୍ୟରେ ଆଦୌ ଟାର୍ଗେଟ କରିବାକୁ କଥା ନୁହେଁ ବୋଲି ମନ୍ତ୍ରଣାଳୟ କହିଛି।

ୟୁଏଇ ପ୍ରଥମ ମଧ୍ୟପ୍ରାଚ୍ୟ ଦେଣ ଯିଏ ୨୦୨୦ରେ ଇସ୍ରାଏଲ ସହ ସମ୍ପର୍କ ସ୍ଥାପନ କରିଥିଲା। ଇସ୍ରାଏଲ ଓ ପାଲେଷ୍ଟାଇନ ବିବାଦ ପାଇଁ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକ ସହ ଇସ୍ରାଏଲର ତିକ୍ତତା ଲାଗି ରହିଛି। କିନ୍ତୁ ୟୁଏଇର ଆରବ ନୀତିରୁ ବାହାରି ହମାସ ଆକ୍ରମଣକୁ ନିନ୍ଦା କରିଛି।

Advertisment

ଶନିବାର ହମାସ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରିଥିଲା। ଏହାର ଜବାବ ଦେବାକୁ ଯାଇ ଇସ୍ରାଏଲ ବାୟୁସେନା ମଧ୍ୟ ଗାଜା ଉପରେ କାଉଣ୍ଟର ଆଟାକ କରିଛି। ଗାଜା ଷ୍ଟ୍ରିପରେ ଦୀର୍ଘ ଦିନ ହେଲା ରହୁଥିବା ହମାସ ଆତଙ୍କବାଦୀ ସଂଗଠନ ଉପରେ ଇସ୍ରାଏଲ ପକ୍ଷରୁ ମିସାଇଲ ମାଡ଼ କରାଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଏବେ ଗାଜା ସଂପୂର୍ଣ୍ଣ ଭାବେ ଅନ୍ଧାର ମଧ୍ୟରେ ରହିଛି। ସେଠାରେ ବିଜୁଳି, ଖାଦ୍ୟ, ତଲ ଠାରୁ ଆରମ୍ଭ କରି ସବୁ କିଛିକୁ ଇସ୍ରାଏଲ ବନ୍ଦ କରିଦେଇଛି। ମାନବ ରୂପରେ ଥିବା ପଶୁମାନଙ୍କ ମଧ୍ୟରେ ଇସ୍ରାଏଲ ଲଢ଼େଇ କରୁଛି ଓ ଏହି ପଶୁମାନଙ୍କୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି ଇସ୍ରାଏଲ କହିଛି। ଏଥିସହ ସଂପୂର୍ଣ୍ଣ ଗାଜା ଷ୍ଟ୍ରିପ୍‌କୁ ଦଖଲ କରିବା ପାଇଁ ଇସ୍ରାଏଲ ସେନା ଅପରେସନ ଆରମ୍ଭ କରିଦେଇଛନ୍ତି। 

Israel Israel Declares War War Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe