Advertisment

ମର୍ଣ୍ଣିଂୱାକ ବେଳେ ହାର୍ଟ ଆଟାକ, ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ୱାଚ୍

ବ୍ରିଟେନର ହକି ବେଲ୍ସର ସିଇଓ ପଲ୍ ବଫାମ୍ ସକାଳେ ନିଜ ଘର ନିକଟରେ ପ୍ରାତଃ ଭ୍ରମଣ କରୁଥିଲେ। ଠିକ୍ ସେତିକିବେଳେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଛାତିର ଯନ୍ତ୍ରଣା ବଢ଼ିବାରୁ ସେ ରାସ୍ତାରେ ଆଣ୍ଠୁମାଡ଼ି ବସିପଡ଼ିଥିଲେ।

ଅଦ୍ୟତନ ହୋଇଛି
How smartwatch saved UK CEO's life from heart attack?

How smartwatch saved UK CEO's life from heart attack?

Advertisment

CEO ଯାଇଥିଲେ ମର୍ଣ୍ଣିଂୱାକରେ, ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ୱାଚ୍‌। କଥାଟି ବିଶ୍ୱାସ ହେଉ ନଥିଲେ ବି ସତ। ବ୍ରିଟେନର ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି। ବ୍ରିଟେନର ହକି ବେଲ୍ସର ସିଇଓ ପଲ୍ ବଫାମଙ୍କୁ ଏକ ସ୍ମାର୍ଟ ୱାଚ୍ କିପରି ହୃଦଘାତରୁ ବଞ୍ଚିବାରେ ସାହାଯ୍ୟ କରିଛି ଆସନ୍ତୁ ଜାଣିବା।

Advertisment

ଏକ୍ସପ୍ରେସ୍ ଡଟ୍ କୋ ୟୁକେର ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ହକି ବେଲ୍ସର ସିଇଓ ପଲ୍ ବଫାମ୍ ସକାଳେ ନିଜ ଘର ନିକଟରେ ପ୍ରାତଃ ଭ୍ରମଣ କରୁଥିଲେ। ଠିକ୍ ସେତିକିବେଳେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଛାତିର ଯନ୍ତ୍ରଣା ବଢ଼ିବାରୁ ସେ ରାସ୍ତାରେ ଆଣ୍ଠୁମାଡ଼ି ବସିପଡ଼ିଥିଲେ। ସେ କୌଣସି ମତେ ନିଜ ସ୍ମାର୍ଟ ୱାଚ୍‌ ମାଧ୍ୟମରେ ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କ ପତ୍ନୀ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ପରେ ସେ ନୂଆ ଜୀବନ ପାଇଥିଲେ।

ପଲ୍ ବଫାମ ଏକ ସାକ୍ଷାତକାର ଦେଇ କହିଛନ୍ତି, ''ମୁଁ ସକାଳ ୭ଟାରେ ଦୌଡ଼ିବାକୁ ଯାଇଥିଲି ଏବଂ ଦୌଡ଼ିବାର ପାଞ୍ଚ ମିନିଟ୍ ଭିତରେ ମୋ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ମୋ ଛାତି ବହୁତ ଭାରି ଭାରି ଲାଗୁଥିଲା, ମୁଁ ଆଣ୍ଠୁମାଡ଼ି ବସିପଡ଼ିଥିଲି। ମୋ ଛାତିର ଯନ୍ତ୍ରଣା ବହୁ କଷ୍ଟଦାୟକ ଥିଲା। ମୁଁ ସ୍ମାର୍ଟ ଓ୍ବାଚ୍‌ ମାଧ୍ୟମରେ ମୋ ପତ୍ନୀ ଲୋରାଙ୍କୁ ଫୋନ କରିଥିଲି। ସୌଭାଗ୍ୟବଶତଃ ମୁଁ ଘରଠାରୁ ମାତ୍ର ପାଞ୍ଚ ମିନିଟ୍ ଦୂରରେ ଥିଲି। ସେ ଶୀଘ୍ର ଆସି ମୋତେ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ମୋର ଜୀବନ ବଞ୍ଚିଯାଇଥିଲା।''

Advertisment

ଡାକ୍ତରଖାନାରେ ପରୀକ୍ଷା ନିରୀକ୍ଷାରରେ ଜଣାପଡ଼ିଥିଲା ଯେ ତାଙ୍କର ଗୋଟିଏ ଧମନୀ ସମ୍ପୂର୍ଣ୍ଣ ଭାବେ ବ୍ଲକେଜ ହୋଇଥିବାରୁ ତାଙ୍କୁ ହୃଦଘାତ୍‌ ହୋଇଛି। ଛଅ ଦିନ ଧରି ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ପଲ ବଫାମ ଆହୁରି କହିଛନ୍ତି, ''ଏହି ଦୁର୍ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ମୁଁ ନିଜକୁ ଫିଟ୍ ରଖିବାକୁ ସବୁବେଳେ ଚେଷ୍ଟା କରେ। ତେଣୁ ମୋର କୌଣସି ରିସ୍କ ଫ୍ୟାକ୍ଟର ନଥିଲା। ମୋର ଶରୀର ଅଧିକ ଓଜନ ନ ଥାଇ ମଧ୍ୟ ଏହି ଅଘଟଣା ଘଟିବା ମୋ ପରିବାରର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।'' ସେ ନୂଆ ଜୀବନ ପାଇବା ପରେ ପତ୍ନୀ ଲୋରା ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସେହିଭଳି ସ୍ମାର୍ଟ ଓ୍ବାଚ୍ ଅନେକ ସମୟରେ ଲୋକଙ୍କ ଜୀବନ ରକ୍ଷକ ବୋଲି ପ୍ରମାଣିତ ହୋଇଛି। ଏହି ସ୍ମାର୍ଟ ଓ୍ବାଚ୍ ହୃଦସ୍ପନ୍ଦନ, ଇସିଜି ଆଦିକୁ ମାପୁଥିବା ସେନ୍ସର ବ୍ୟବହାର କରି ଲୋକଙ୍କ ଖରାପ ସ୍ୱାସ୍ଥ୍ୟ ଚିହ୍ନଟ କରି ଜୀବନ ବଞ୍ଚାଇବା ଭଳି ଅନେକ କାର୍ଯ୍ୟ କରିବାର ଘଟଣା ସାମ୍ନାକୁ ଆସିଛି।

Health Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe