Advertisment

୧୯୫୩ ପରେ ପ୍ରଥମ : ଭବ୍ୟ ରାଜ୍ୟାଭିଷେକ ସହ ରାଜା ହେଲେ ଚାର୍ଲସ ତୃତୀୟ

ସାତ ଦଶନ୍ଧି ମଧ୍ୟରେ ବ୍ରିଟେନରରେ ଏହା ସର୍ବ ବୃହତ ରାଜ୍ୟାଭିଷେକ ସମାରୋହ। ଏହା ହଜାର ବର୍ଷର ପୁରୁଣା ପରମ୍ପରା। କିନ୍ତୁ ପ୍ରଥମଥର ପାଇଁ ଏକବିଂଶ ଶତାବ୍ଦୀର ବ୍ରିଟେନରେ ଏହା ଝଲକ ଦେଖିବାକୁ ମିଳିଛି।

author-image
Hemant Lenka
King

King

ବ୍ରିଟେନରେ ଆଜିଠୁ ବିଦ୍ଧିବଦ୍ଧ ଭାବେ ଆରମ୍ଭ ହୋଇଛି କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜୁତି। ଆଜି ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସରେ ଭବ୍ୟ ରାଜ୍ୟାଭିଷେକ ସମାରୋହରେ ଦେଶର ନୂଆ ରାଜା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କିଙ୍ଗ ଚାର୍ଲ୍ସ ତୃତୀୟ। ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ।

Advertisment

ସେ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ ତମ ରାଜା ହୋଇଛନ୍ତି। ୧୯୫୩ ମସିହା ପରେ ଆଜି ଭବ୍ୟ ରାଜ୍ୟାଭିଷେକ ଆୟୋଜନ କରାଯାଇଥିଲା। ସେହିପରି ୧୯୩୭ ମସିହା ପରେ କୌଣସି ରାଜା ଏପରି ଭବ୍ୟ ସମାରୋହରେ ବ୍ରିଟେନର ଶାସନ ଗାଦି ସମ୍ଭାଳିଛନ୍ତି।

ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ରାଜଗାଦି ଚାର୍ଲସ ତୃତୀୟ ସମ୍ଭାଳିଥିଲେ। ହେଲେ ତାଙ୍କ ପାଇଁ ବିଧିବଦ୍ଧ ରାଜ୍ୟାଭିଷେକ ଉତ୍ସବର ଆୟୋଜନ ହୋଇନଥିଲା। ଆଜି ଏଥିପାଇଁ ରାଜ୍ୟାଭିଷେକ ସମାରୋହ ଅନୁଷ୍ଠିତ ହୋଇଥିଲା।

Advertisment

ଏହି ଭବ୍ୟ ଉତ୍ସବରେ ବଙ୍କିଙ୍ଗହାମ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିଥିଲେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା। ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚରେ ବସି ସେମାନେ ୱେଷ୍ଟମିନଷ୍ଟର ଆବେ ଅଭିମୁଖେ ଯାଇଥିଲେ। ୧୮ ଫୁଟ୍ ଲମ୍ବା, ୩ ଟନ୍ ଓଜନ ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚକୁ ଟାଣିଟାଣି ନେଇଥିଲେ ୬ଟି ଘୋଡ଼ା। ଏହି ଉତ୍ସବରେ ବ୍ରିଟେନ୍ ରାଜପରିବାରର ସମସ୍ତ ସଦସ୍ୟ, ଦେଶ ବିଦେଶରୁ ଆସିଥିବା ୨ ହଜାରରୁ ଅଧିକ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ। ଭାରତରୁ ଉପରାଷ୍ଟ୍ରପତି ଜଦଦୀପ ଧନଖଡ଼ ଏହି ଉତ୍ସବରେ ସାମିଲ ହୋଇଥିଲେ।

ସାତ ଦଶନ୍ଧି ମଧ୍ୟରେ ବ୍ରିଟେନରରେ ଏହା ସର୍ବ ବୃହତ ରାଜ୍ୟାଭିଷେକ ସମାରୋହ। ଏହା ହଜାର ବର୍ଷର ପୁରୁଣା ପରମ୍ପରା। କିନ୍ତୁ ପ୍ରଥମଥର ପାଇଁ ଏକବିଂଶ ଶତାବ୍ଦୀର ବ୍ରିଟେନରେ ଏହା ଝଲକ ଦେଖିବାକୁ ମିଳିଛି।

ଏହି ଶୋଭାଯାତ୍ରାରେ କେବଳ ୨ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ୧୯୫୩ ମସିହାରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ରାଜ୍ୟାଭିଷେକ ପାଇଁ ୮ ହଜାରରୁ ଅଧିକ ଅତିଥି ୱେଷ୍ଟମିନିଷ୍ଟର ଆବେରେ ଉପସ୍ଥିତ ରହିଥିଲେ। ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଗୋଟିଏ ଖ୍ରୀଷ୍ଟିଆନ ପରମ୍ପରାରେ କରାଯାଇଥିଲା।

କିନ୍ତୁ ବ୍ରିଟେନର ଅଣ-ଖ୍ରୀଷ୍ଟିଆନ ଧର୍ମର ନେତା ଓ ସେମାନଙ୍କର ସେଲ୍ଟିକ୍ ଭାଷାର ନେତାମାନେ ମଧ୍ୟ ଆଜିର ସମାରୋହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସମାରୋହରେ ଚାର୍ଲ୍ସ ଓ କାମିଲାଙ୍କ ନାତି ପ୍ରିନ୍ସ ଜର୍ଜ ଜଣେ ଅଧିକାରୀ ଭୂମିକାରେ ରହିଥିଲେ।

ବ୍ରିଟେନର ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟିଶ ସରକାରର ମୁଖ୍ୟ ଭାବରେ ବାଇବଲ ପଢ଼ି ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ଶୋଭାଯାତ୍ରାକୁ ବ୍ରିଟେନର ଇତିହାସ, ସଂସ୍କୃତି ଓ ପରମ୍ପରାର ଗର୍ବ ବୋଲି ବର୍ଣ୍ଣନା କରିଛନ୍ତି।

ରାଜକୁମାର ହ୍ୟାରି ଏବଂ ଆଣ୍ଡ୍ର୍ୟୁ ରାଜା ଚାର୍ଲ୍ସ ତୃତୀୟଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। କିନ୍ତୁ ସେମାନଙ୍କୁ କୌଣସି ପ୍ରକାରର ଆନୁଷ୍ଠାନିକ ଦାୟିତ୍ୱ ମିଳି ନଥିଲା।

Britain