Advertisment

ସ୍ତ୍ରୀକୁ ୨୨୪ ଖଣ୍ଡ କରି କାଟି ନଦୀରେ ଫିଙ୍ଗି ଦେଲା ସ୍ୱାମୀ

ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି।

author-image
Madhupriya Mistry
man chops wife's body

man chops wife's body

ରାକ୍ଷସ ପାଲଟିଲା ସ୍ୱାମୀ। ହାତ ଧରି ବିବାହ କରିଥିବା ସ୍ତ୍ରୀକୁ ବି ଭୁଲି ଗଲା। ପ୍ରଥମେ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା କଲା। ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ନଦୀକୁ ଫିଙ୍ଗି ଦେଲା। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ବ୍ରିଟେନ୍‌ରେ।

Advertisment

ବ୍ରିଟେନର ୨୮ ବର୍ଷୀୟ ନିକୋଲସ ମେଟସନ୍‌। ସେ ୨୬ ବର୍ଷୀୟ ହୋଲି ବ୍ରେମଲିଙ୍କୁ ୨୦୨୧ରେ ବିବାହ କରିଥିଲେ। ତେବେ ୨୦୨୩ ମାର୍ଚ୍ଚ ୨୫ରେ ବ୍ରେମଲି କୁଆଡେ ନିଖୋଜ ହୋଇଯାଥିଲେ। ନିଖୋଜ ହେବାର ୮ ଦିନ ପରେ ବ୍ରେମଲିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଲିଙ୍କନଶାୟରର ବିଥମ ନଦୀରୁ ମିଳିଥିଲା। ଏବେ ହତ୍ୟାର ପ୍ରାୟ ଏକ ବର୍ଷ ପରେ ଏହାର ଖୁଲାସା ହୋଇଛି। ବିନା କୌଣସି କାରଣରେ ନିଜ ଦୋଷ ସ୍ୱୀକାର କରିଛି ସ୍ୱାମୀ ନିକୋଲସ।

ରିପୋର୍ଟ ମୁତାବକ, ୨୦୨୩ ମାର୍ଚ୍ଚ ୨୪ରେ ବ୍ରେମଲି ନିଖୋଜ ଥିବା ନେଇ ଲିଙ୍କନଶାୟର ପୁଲିସକୁ ରିପୋର୍ଟ ମିଳିଥିଲା। ଏହାପରେ ପୁଲିସର ଏକ ଟଇମ୍‌ ମେଟସନ୍‌ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚିଥିଲା। ସେହିପରି ସମୟରେ ବ୍ରେମଲି ତାଙ୍କ ମାରପିଟ୍‌ କରି ଘର ଛାଡି ଚାଲି ଯାଇଥିବା ନେଇ ମେଟସନ୍‌ ପୁଲିସକୁ କହିଥିଲେ। ଏଥିସହ ବ୍ରେମଲି ତାଙ୍କୁ କାମୁଡି ଥିବା ଚିହ୍ନ ମଧ୍ୟ ଦେଖାଇଥିଲେ।

Advertisment

ଏହାର ଦିନକ ପରେ ଯେତେବେଳେ ପୁଲିସ ପୁଣି ଥରେ ମେଟସନଙ୍କ ଫ୍ଲାଟକୁ ଯାଇଥିଲା ସେତେବେଳେ ବାଥ ଟବ୍‌ ଓ ତଳେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ରୋଷେଇ ଘରେ ଏକ ଆରି ବ୍ଲେଡ୍‌ ରଖାଯାଇଥିବା ବେଳେ ବ୍ଲିଚିଂର ଦୁର୍ଗନ୍ଧ ମଧ୍ୟ ହେଉଥିଲା। ମେଟସନ୍‌ ବ୍ରେମଲିଙ୍କୁ ପ୍ରଥମେ ଛୁରୀ ଭୁଷି ହତ୍ୟା କରିଥିଲା। ପରେ ତାଙ୍କ ମୃତଦେହକୁ ସେହି ଆରି ବ୍ଲେଡ୍‌ରେ ୨୨୪ ଖଣ୍ଡ କରି ଏକ ଜରି ପଲିଥିନରେ ଭର୍ତ୍ତି କରିଥିଲା। ହତ୍ୟାର ଗୋଟିଏ ଦିନ ପରେ ନିଜର ଜଣେ ବନ୍ଧୁଙ୍କ ସହାୟତାରେ ସେ ବ୍ରେମଲିଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ନଦୀକୁ ଫିଙ୍ଗି ଦେଇଥିଲା। ଏଥିପାଇଁ ସେ ନିଜ ସାଙ୍ଗଙ୍କୁ ପ୍ରାୟ ୫୦୦୦ ଟଙ୍କା ଦେଇଥିବା ପୁଲିସ କହିଛି।

ଏହି ମାମଲାରେ ପୁଲିସ ଶୁକ୍ରବାର ମେଟସନ୍‌ ଓ ତାଙ୍କ ସାଙ୍ଗ ଜେଶୁଆ ହ୍ୟାନକକ୍‌କୁ ଗିରଫ କରିଛି। ତେବେ ସେ ନିଜ ପତ୍ନୀଙ୍କୁ କାହିଁକି ହତ୍ୟା କରିଥିବା ତା'ର କୌଣସି କାରଣ କହିନି ମେଟସନ୍‌।

ବିବିସି ରିପୋର୍ଟ ମୁତାବକ, ମେଟସନ୍‌ ଜଣେ ଅଭ୍ୟାସଗତ ଅପରାଧୀ ଥିଲା। ବର୍ଷ ୨୦୧୩, ୨୦୧୬ ଓ ୨୦୧୭ରେ ମେଟସନଙ୍କୁ ବିଭିନ୍ନ ଅପରାଧରେ ଲିପ୍ତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା।  ବିବାହ ବେଶ୍ କିଛି ବର୍ଷ ପରେ ମେଟସନ୍‌ ଓ ବ୍ରେମଲିଙ୍କ ମଧ୍ୟ ଝଗଡା ହୋଇଥିଲା। ଉଭୟ ଛାଡପତ୍ର ନେବା ଯୋଜନା କରୁଥିବା ବ୍ରେମଲିକଙ୍କ ପରିବାର ଲୋକେ କହିଛନ୍ତି। 

Murder Crime Britain Man Chop His Wife