Advertisment

ସୁନକ ପାଳିଲେ ଦୀପାବଳି, ଝଲସିଲା ଡାଉନିଂ ଷ୍ଟ୍ରିଟ୍‌

ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଇଂଲଣ୍ଡ ଓ ସମଗ୍ର ବିଶ୍ୱରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ‘୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌’ରେ ଥିବା ଆବାସିକ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

author-image
Madhupriya Mistry
UK pm rishi sunak and wife akshata murthy

UK pm rishi sunak and wife akshata murthy

ବ୍ରିଟେନ୍‌ରେ ଦୁଇ ଦିନ ପୂର୍ବରୁ ପାଳନ ହେଲା ଦୀପାବଳି। ପ୍ରଧାନମନ୍ତ୍ରୀ ଋଷି ସୁନକ ଦୀପ ଜାଳି ଆଲୋକର ଉତ୍ସବ ପାଳିଛନ୍ତି। ଏହି ଅବସରରେ ଶତାଧିକ ଦୀପରେ ଝଲସିଛି ବ୍ରିଟେନର ୧୦-ଡାଉନିଂ ଷ୍ଟ୍ରିଟ୍‌। ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଇଂଲଣ୍ଡ ଓ ସମଗ୍ର ବିଶ୍ୱରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ‘୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌’ରେ ଥିବା ଆବାସିକ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହିତ ହିନ୍ଦୁ ସମ୍ପ୍ରଦାୟର ଅନେକ ଅତିଥି ଯୋଗ ଦେଇଥିଲେ।

Advertisment

ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାରତୀୟ ପରମ୍ପରା ଅନୁସାରେ ପତ୍ନୀଙ୍କ ସହ ମିଶି ଦୀପ ଜଳାଇଥିଲେ। ଏହି ସମୟର ସମସ୍ତ ଫଟୋକୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ୍‌ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଶେଆର କରାଯାଇଛି। ଏଥିରେ କ୍ୟାପସରେ ଲେଖାଅଛି, 'ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି ପୂର୍ବରୁ ଆଜି ରାତିରେ ପ୍ରଧାନମନ୍ତ୍ରୀ ଋଷି ସୁନକ ହିନ୍ଦୁ ସମ୍ପ୍ରଦାୟଙ୍କୁ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌କୁ ସ୍ୱାଗତ କରିଥିଲେ। ଏ ସପ୍ତାହାନ୍ତରେ ଦୀପାବଳି ପାଳନ କରୁଥିବା ଇଂଲଣ୍ଡ ଓ ସମଗ୍ର ବିଶ୍ୱରେ ବାସ କରୁଥିବା ସମସ୍ତଙ୍କୁ ଶୁଭ ଦୀପାବଳି ଶୁଭେଚ୍ଛା।'

ଏହି ଫଟୋରେ ଋଷି ସୁନକଙ୍କ ବାସଭବନରେ ଅଧିକାଂଶ ହିନ୍ଦୁ ସମ୍ପ୍ରଦାୟର ଲୋକେ ଯୋଗ ଦେଇଛନ୍ତି। ଏମାନଙ୍କ ସହ ମିଶି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ତ୍ରୀ ଅକ୍ଷତା ଉତ୍ସବ ପାଳନ କରିଛନ୍ତି। ସୁନକ ହିନ୍ଦୁ ସମ୍ପ୍ରଦାୟ ଲୋକମାନଙ୍କ ସହିତ ଆଲୋଚନା ମଧ୍ୟ କରୁଛନ୍ତି। ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭେଟିବାର ସୁଯୋଗ ପାଇ ଥିବାରୁ କୃତ୍ୟ କୃତ୍ୟ ହୋଇଯାଉଥିବା ପରି ଫଟୋରେ ଦେଖାଯାଉଛନ୍ତି।

Advertisment

ସୂଚନାଯୋଗ୍ୟ, ସାଉଥମ୍ପଟନ୍‌ରେ ଜନ୍ମ ହୋଇଥିବା ହିନ୍ଦୁ ଧର୍ମାବଲମ୍ବୀ ସୁନକ ଜଣେ ପଞ୍ଜାବୀ ଅଟନ୍ତି। ଅନେକ ଥର ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହିନ୍ଦୁ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା ମଧ୍ୟ କହିଛନ୍ତି। ସେ ସମସ୍ତ ଭାରତୀୟ ପର୍ବ ପାଳନ କରନ୍ତି। ଚଳିତ ଥର ସେ ଦୀପାବଳି ପାଳନ କରିଥିବା କହିଛନ୍ତି। ସାଉଥମ୍ପଟନ୍‌ରେ ସେ ନିୟମିତ ଭାବେ ହିନ୍ଦୁ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଯାଆନ୍ତି। ସେପ୍ଟେମ୍ବର ମାସରେ ଭାରତରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସୁନକ ନୂଆଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ।

Britain Rishi Sunak Diwali 2023