Advertisment

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍‌, ଚାଲାଣ କାଟିଲା ପୁଲିସ

କାରରେ ବସି ଯାଉଥିବା ବେଳେ ସୁନକଙ୍କର ଏକ ଭିଡିଓ ସୁଟ୍ କରାଯାଇଥିଲା। ଯେଉଁଥିରେ ସେ ସିଟ୍ ବେଲ୍ଟ ପିନ୍ଧିନଥିବାର ନଜର ଆସିଥିଲେ। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲଙ୍କସାୟାର ପୁଲିସ ସୁନକଙ୍କ ନାଁରେ ଚାଲାଣ କାଟିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
UK pm rishi sunak fined

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍‌, ଚାଲାଣ କାଟିଲା ପୁଲିସ

ନିୟମ ଭାଙ୍ଗି ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍। ଚଳନ୍ତା କାରରେ ସିଟ୍ ବେଲ୍ଟ ବାନ୍ଧି ନଥିବାରୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ବି ଫାଇନ୍ କାଟିଲା ବ୍ରିଟେନ୍ ଲଙ୍କସାୟାର ପୁଲିସ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପୁଲିସ ୧୦୦ପାଉଣ୍ଡର ଜରିମାନା ଲଗାଇଛି। ବ୍ରିଟେନ୍‌ର ଟ୍ରାଫିକ୍ ପୁଲିସ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି। 

Advertisment

କାରରେ ବସି ଯାଉଥିବା ବେଳେ ସୁନକଙ୍କର ଏକ ଭିଡିଓ ସୁଟ୍ କରାଯାଇଥିଲା। ଯେଉଁଥିରେ ସେ ସିଟ୍ ବେଲ୍ଟ ପିନ୍ଧିନଥିବାର ନଜର ଆସିଥିଲେ। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲଙ୍କସାୟାର ପୁଲିସ ସୁନକଙ୍କ ନାଁ ନ ନେଇ ସିଟ୍ ବେଲ୍ଟ ପିନ୍ଧିନଥିବର ଯୋଗୁଁ ଜଣେ ୪୨ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଜରିମାନା ଲଗାଯାଇଥିବା ନେଇ ଟ୍ୱିଟ୍ କରିଛି। ଯଦି ୨୮ ଦିନ ମଧ୍ୟରେ ସେ ଏହି ଜରିମାନା ନ ଭରନ୍ତି ତେବେ ଏହି ମାମଲା ଅଦାଲତକୁ ଯିବ। ଆଉ ଜରିମାନା ଟଙ୍କା ୧୦୦ରୁ ୫୦୦ ପାଉଣ୍ଡ ବଢ଼ିଯିବ ବୋଲି ପୁଲିସ କହିଛି।

ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ଗସ୍ତ ବେଳେ ଶହେରୁ ଅଧିକ ସରକାରୀ ଯୋଜନା ସମ୍ପର୍କରେ ସରକାର ଫଣ୍ଡ ଦେବା ନେଇ ଘୋଷଣା ସମ୍ପର୍କରେ ବାର୍ତ୍ତା ଦେଉଥିବା ବେଳେ ସୁନକ ସିଟ୍ ବେଲ୍ଟ ଖୋଲି ଦେଇଥିଲେ। ଫଳରେ ବିରୋଧୀ ଲେବର ପାର୍ଟି ଏହାର ସମାଲୋଚନା କରିଥିଲେ। ସେପଟେ ସିଟ୍ ବେଲ୍ଟ ପିନ୍ଧିନଥିବା ଭିଡିଓ ଭାଇରାଲ ହେବା ଓ ବିରୋଧୀଙ୍କ ସମାଲୋଚନା ପରେ ପରେ ଋଷି ସୁନକ କ୍ଷମା ମାଗିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି। ପୁଲିସ ଘଟଣାର ଯାଞ୍ଚ ଜାରି ରଖିଛି। 

Advertisment