Advertisment

ବ୍ରିଟେନ ରାଜରାସ୍ତାରେ ପ୍ରବଳ ଉତ୍ତେଜନା, ଗାଡ଼ି ଜାଳିଦେଲେ ବିକ୍ଷୋଭକାରୀ

ବ୍ରିଟେନ ରାସ୍ତା ଉପରେ ଉତ୍ତ୍ୟକ୍ତ ଲୋକେ ବସ୍‌ ଓ କାର୍‌କୁ ନିଆଁ ଲଗାଇ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Vilonce

Vilonce

Advertisment

ହିଂସାର ନିଆଁରେ ବାଂଲାଦେଶ ଜଳୁଥିବା ବେଳେ ବ୍ରିଟେନରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର। ବ୍ରିଟେନ ରାସ୍ତା ଉପରେ ଉତ୍ତ୍ୟକ୍ତ ଲୋକେ ବସ୍‌ ଓ କାର୍‌କୁ ନିଆଁ ଲଗାଇ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ଲୋକଙ୍କୁ ଘରୁ ନ ବାହାରିବାକୁ ପୁଲିସ୍‌ ଅପିଲ୍‌ କରିବା ସହ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ଏପରି ଏକ ଘଟଣା ବ୍ରିଟେନର ହାରେହିଲ୍ସ ଅଞ୍ଚଳର ଲୁକ୍ସର ଷ୍ଟ୍ରିଟ ଅଞ୍ଚଳରେ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କିଛି ସରକାରୀ ଏଜେଣ୍ଟ କିଛି ପିଲାଙ୍କୁ ଜୋରଜବରଦସ୍ତି କେୟାର ସେଣ୍ଟରକୁ ନେଇ ଯାଉଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ପରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଟେକା ପଥର ମାଡ଼ କରିବା ସହ ରାସ୍ତାରେ ଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଉତ୍ତେଜନାକୁ ପ୍ରଶମନ ପାଇଁ ପୁଲିସ୍‌ ଚେଷ୍ଟା ଆରମ୍ଭ କରିବା ସହ ଉଭୟ ପିଲାମାନଙ୍କ ସହ ସରକାରୀ ଏଜେଣ୍ଟଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି।

Advertisment

ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ିକୁ ଆକ୍ରମଣ କରିବା ସହ ରାସ୍ତାରେ ଥିବା ବସ୍‌ରେ ନିଆଁ ଲଗାଉଥିବା ଦେଖିବାକୁ ମିଳିଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ତୁରନ୍ତ ରାସ୍ତାକୁ ଚାରିପଟୁ ସିଲ୍‌ କରି ଦିଆଯିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ୍‌ କରିଥିଲା ପୁଲିସ୍‌।

ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଲିସ୍‌ ଘଟଣାସ୍ଥଳରୁ ଚାଲି ଯାଇଥିଲା। ମାତ୍ର ଏକ ହେଲିକପ୍ଟର ସ୍ଥାନୀୟ ଅଞ୍ଚଳରେ ବହୁ ସମୟ ପର୍ଯ୍ୟନ୍ତ ପଇଁତରା ମାରିବା ସହ ଘଟଣା ଉପରେ ତୀକ୍ଷଣ ନଜର ରଖିଥିଲା।

କୌଣସି ପ୍ରକାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ ହେବାକୁ ଦିଆଯିବନି। ଆମେ ଏହା ଉପରେ ତୀକ୍ଷଣ ନଜର ରଖିଛୁ ବୋଲି କହିଛନ୍ତି ବ୍ରିଟେନର ହୋମ ସେକ୍ରେଟାରୀ ୟଭେଟ କୁପର।

Communal Violence Protest Britain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe