Advertisment

ମା' କାଳୀଙ୍କୁ ଅପମାନ କରି କ୍ଷମା ମାଗିଲା ୟୁକ୍ରେନ

ରବିବାର ଦିନ ମା' କାଳୀଙ୍କ ଏକ ଆପତ୍ତିଜନକ ଫଟୋ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୋଷ୍ଟ କରାଯାଇଥିଲା। ତେବେ ଆଜି ୟୁକ୍ରେନ, ମା' କାଳୀଙ୍କ ଫଟୋଥିବା ଟ୍ୱିଟ ପାଇଁ ଭାରତକୁ କ୍ଷମା ପ୍ରାର୍ଥନା ମାଗିଛି।

author-image
Manoj Swain
ଅଦ୍ୟତନ ହୋଇଛି
Goddess Kali Tweet

Goddess Kali Tweet

ମା' କାଳୀଙ୍କୁ ଅପମାନ କରି କ୍ଷମା ମାଗିଛି ଯୁଦ୍ଧ ଦ୍ୱାରା ପ୍ରଭାବିତ ୟୁକ୍ରେନ। ରବିବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଇଥିଲା। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ଏପରି ପୋଷ୍ଟ କରିଥିଲେ। ତେବେ ତାଙ୍କର ଏପରି ପୋଷ୍ଟକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Advertisment

ଏହାକୁ ଅନେକ ଲୋକ ହିନ୍ଦୁ ବିରୋଧୀ ପୋଷ୍ଟ ବୋଲି କହିଥିଲେ। ବିଶେଷ କରି ଭାରତରୁ ଏହା ବିରୋଧରେ ସ୍ୱର ଉଠିବାରେ ଲାଗିଥିଲା। ବିବାଦ ବଢ଼ିବାରୁ ୟୁକ୍ରେନ ସରକାର ଏହି ଫଟୋକୁ ହଟାଇବା ସହ କ୍ଷମା ମାଗିଛନ୍ତି। 

ୟୁକ୍ରେନର ହିନ୍ଦୁ ଦେବୀଙ୍କ ପ୍ରତି ଅପମାନଜନକ ପୋଷ୍ଟକୁ ନେଇ ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଦୃଢ ସମାଲୋଚନା କରିଥିଲେ। ସେ କହିଥିଲେ ଯେ “ଏହା ସମଗ୍ର ବିଶ୍ୱବ୍ୟାପୀ ଥିବା ହିନ୍ଦୁମାନଙ୍କ ଧର୍ମୀୟ ଭାବନା ଓ ଆସ୍ଥାକୁ ଆଘାତ ଦେଇଛି।” 

Advertisment

ୟୁକ୍ରେନର ଉପ ବିଦେଶ ମନ୍ତ୍ରୀ ଇମିନ ଜାପାରୋଭା ଟ୍ୱିଟରେ କହିଛନ୍ତି, “ମା କାଳୀଙ୍କ ବିଷୟରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ଟ୍ୱିଟ୍ ପାଇଁ ମୁଁ ଦୁଃଖିତ। ଆମେ ଦୁଃଖିତ ଯେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁ ଦେବୀ କାଳୀଙ୍କୁ ବିକୃତ ଢଙ୍ଗରେ ଚିତ୍ରଣ କରିଛି। ୟୁକ୍ରେନ ଓ ଏହାର ଲୋକମାନେ ଭାରତୀୟ ସଂସ୍କୃତିକୁ ସମ୍ମାନ କରନ୍ତି। ଆମେ ଭାରତକୁ ପ୍ରଶଂସା କରୁଛୁ। ପାରସ୍ପରିକ ସମ୍ମାନ ଏବଂ ବନ୍ଧୁତ୍ୱର ଭାବନାରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ଼ କରିବାକୁ ୟୁକ୍ରେନ ସର୍ବଦା ସଂକଳ୍ପବଦ୍ଧ।”  

କାହିଁକି ଏହି ବିବାଦ ଘଟିଥିଲା ?

ଏପ୍ରିଲ୍ ୩୦ରେ ୟୁକ୍ରେନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଗୋଟିଏ ଟ୍ୱିଟ୍ କରାଯାଇଥିଲା। ଏଥିରେ ମା’ କାଳୀଙ୍କ ଫଟୋକୁ କଦର୍ଥ କରି ଶେୟାର ହୋଇଥିଲା। କ୍ୟାପସନ୍‌ରେ ଲେଖା ଥିଲା 'ୱାର୍କ ଅଫ୍ ଆର୍ଟ'। ଫଟୋରେ ମା କାଳୀ ହଲିଉଡ ଅଭିନେତ୍ରୀ ମର୍ଲିନ୍ ମନରୋଙ୍କ ପୋଜ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ବାସ୍ତବରେ ରୁଷିଆ ୟୁକ୍ରେନର ୧୦ଟି ତେଲ ଟ୍ୟାଙ୍କର୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଆକ୍ରମଣ ପରେ ସେଠାରେ ଏକ ବିଶାଳକାୟ ଧୂଆଁ ଉପରକୁ ଉଠିଥିଲା। ଉକ୍ତ ଫଟୋରୁ ନିର୍ଗତ ଧୁଆଁ ଉପରେ ଅତ୍ୟନ୍ତ କଦର୍ଥ ଭାବେ କାର୍ଟୁନ ଦ୍ୱାରା ମା’ କାଳୀଙ୍କ ଚିତ୍ରକୁ ସଂଯୋଗ କରାଯାଇଥିଲା। ଏହାକୁ ନେଇ ୟୁକ୍ରେନ କ୍ଷମା ମାଗିଛି ଓ ଉକ୍ତ ଟ୍ୱିଟକୁ ମଧ୍ୟ ହଟାଇ ଦେଇଛି। 

Ukraine