Advertisment

ମୁଣ୍ଡ କାଟ ଭିଡିଓ ଭାଇରାଲ ପରେ ରୁଷକୁ ଆଇଏସ ସହ ତୁଳନା କଲା ୟୁକ୍ରେନ

ସାମ୍ନାକୁ ଆସିଥିବା ଭିଡିଓରେ ରୁଷ ସୈନ୍ୟଙ୍କ ଭଳି ପୋଷାକ ପିନ୍ଧିଥିବା କିଛି ବ୍ୟକ୍ତି ଜଣଙ୍କର ମୁଣ୍ଡ କାଟ କରୁଛନ୍ତି।

Volodymyr Zelenskiy

Volodymyr Zelenskiy

Advertisment

କୁଖ୍ୟାତ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ ବା ଆଇଏସ ସହ ରୁଷକୁ ତୁଳନା କରିଛି ୟୁକ୍ରେନ। ରୁଷରୁ ସୈନ୍ୟମାନେ ୟୁକ୍ରେନର ଜଣେ ପଣବନ୍ଦୀଙ୍କ ମୁଣ୍ଡ ଛୁରୀରେ କାଟୁଥିବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ କିଭ୍‌ ପକ୍ଷରୁ ଏପରି କୁହାଯାଇଛି। କିନ୍ତୁ ଉକ୍ତ ଭିଡିଓରେ କେତେ ସତ୍ୟତା ରହିଛି, ସେକଥା କେହି ବି ଜାଣି ନାହାନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ରୁଷ ସୈନ୍ୟଙ୍କ ଭଳି ପୋଷାକ ପିନ୍ଧିଥିବା କିଛି ବ୍ୟକ୍ତି ଜଣଙ୍କର ମୁଣ୍ଡ କାଟ କରୁଛନ୍ତି। ଏହାର ଭିଡିଓ ମଧ୍ୟ ସେମାନେ କ୍ୟାମେରାରେ କଏଦ କରିଛନ୍ତି। ୟୁକ୍ରେନର ସୈନ୍ୟମାନେ ଯେଉଁଭଳି ହଳଦିଆ ରଙ୍ଗର ବ୍ୟାଣ୍ଡ ପିନ୍ଧନ୍ତି, ମୁଣ୍ଡ କାଟର ଶିକାର ହୋଇଥିବା ବ୍ୟକ୍ତି ସେମରତି ବ୍ୟାଣ୍ଡ ପିନ୍ଧିଥିଲେ। ତେଣୁ ଯୁଦ୍ଧ ବେଳେ ବନ୍ଦୀ ହୋଇଥିବା ଜଣେ ୟୁକ୍ରେନ ସୈନ୍ୟଙ୍କ ମୁଣ୍ଡ କାଟ କରାଯାଇଥିବା କୁହାଯାଇଛି।

ଏହାପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ସିଧାସଳଖ ରୁଷକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଏହା ଏମିତି ଏକ ଘଟଣା, ଯାହାକୁ ବିଶ୍ୱର କୌଣସି ଲୋକ ମଧ୍ୟ ଅଣଦେଖା କରିପାରିବ ନାହିଁ। ଏହି ଅସୁରମାନେ କେତେ ସହଜରରେ ହତ୍ୟା କରୁଛନ୍ତି। ସବୁ କିଛି ପାଇଁ ବିଶ୍ୱରେ ଆଇନଗତ ଉତ୍ତରଦାୟିତ୍ୱ ରହିଛି। ଆତଙ୍କର ପରାଜୟ ନିହାତି ଜରୁରୀ।”

Advertisment

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡମିତ୍ରୋ କୁଲେବା କହିଛନ୍ତି, ‘‘ରୁଷ ସେନା ପକ୍ଷରୁ ଜଣେ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ମୁଣ୍ଡ କାଟ କରାଯିବା ବେଳର ଭିଡିଓ ଅନଲାଇନରେ ବୁଲୁଛି। ଏବେ ନିଶ୍ଚିତ ହୋଇଛି ଯେ ରୁଷ ହେଉଛି ଆଇଏସଆଇଏସ୍‌ ଠାରୁ ଆହୁରି ଖରାପ। ରୁଷିଆର ଆତଙ୍କବାଦୀଙ୍କୁ ଯେମିତି ହେଲେ ବି ୟୁକ୍ରେନରୁ ବିଦା କରାଯିବା ଦରକାର। ଯୁଦ୍ଧ ଅପରାଧ ପାଇଁ ଜାତିସଂଘ ରୁଷକୁ ଉତ୍ତରଦାୟୀ ଭାବେ ବିବେଚନାର କରୁ।”

ଇରାକ ସିରିୟାରେ ୨୦୧୪ରୁ ୨୦୧୭ ଯାଏ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଆଇଏସଆଇଏସ ପଣବନ୍ଦୀ କରି ରଖୁଥିବା ଲୋକଙ୍କ ମୁଣ୍ତ କାଟ କରୁଥିଲା। ଏହାର ଭିଡିଓ ମଧ୍ୟ ପୂରା ବିଶ୍ୱକୁ ଛାଡ଼ୁଥିଲା।

Russia-Ukraine War Ukraine President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe