Advertisment

କ୍ରେମଲିନ ଉପରେ ହମଲା ଉଦ୍ୟମ: ଖଣ୍ଡନ କଲା ୟୁକ୍ରେନ

କିନ୍ତୁ ରୁଷର ସମସ୍ତ ଅଭିଯୋଗକୁ ୟୁକ୍ରେନ ଖଣ୍ଡନ କରିଛି। ଡ୍ରୋନ ଉଡ଼ାଣ ଓ ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ ସହ ୟୁକ୍ରେନର କୌଣସି ପ୍ରକାରର ନେଣଦେଣ ନଥିବା କିଭ୍‌ ପକ୍ଷରୁ କୁହାଯାଇଛି।

Zelenskyy

Zelenskyy

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନ କ୍ରେମଲିନ ଉପରେ ଡ୍ରୋନ ଉଡ଼ାଇବା ଘଟଣା ପ୍ରଚାର ହେବା ପରେ ହଇଚଇ ସୃଷ୍ଟି ହୋଇଛି। ରୁଷ ଏହାର ଭିଡିଓ ଜାରି କରିବା ସହ ୟୁକ୍ରେନ ପଠାଇଥିବା ୨ଟି ଯାକ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି। ଏଥିସହ ୟୁକ୍ରେନକୁ ଏହାର କଡ଼ା ପରିମାଣ ଭୋଗିବାକୁ ପଡ଼ିବ ବୋଲି ରୁଷ ଚେତାବନୀ ଦେଇଛି।

Advertisment

କିନ୍ତୁ ରୁଷର ସମସ୍ତ ଅଭିଯୋଗକୁ ୟୁକ୍ରେନ ଖଣ୍ଡନ କରିଛି। ଡ୍ରୋନ ଉଡ଼ାଣ ଓ ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ ସହ ୟୁକ୍ରେନର କୌଣସି ପ୍ରକାରର ନେଣଦେଣ ନଥିବା କିଭ୍‌ ପକ୍ଷରୁ କୁହାଯାଇଛି।

ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ମୁଖପାତ୍ର ମିଖାୟଲୋ ପୋଡୋଲୟାକ କହିଛନ୍ତି, “କ୍ରେମଲିନ ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରିବା ଘଟଣା ସହ ୟୁକ୍ରେନର କୌଣସି ଲିଙ୍କ ନାହିଁ। ୟୁକ୍ରେନ କେବେ ହେଲେ କ୍ରେମଲିନ ଉପରେ ଆକ୍ରମଣ କରିନେ। କାରଣ ଏହା କୌଣସି ପ୍ରକାରର ସାମରିକ ଲକ୍ଷ୍ୟକୁ ସମାଧାନ କରିବ ନାହିଁ।

Advertisment

ମସ୍କୋ ପକ୍ଷରୁ ଏପରି ନଜସ୍ୱ ରିପୋର୍ଟ ପ୍ରକାଶ କରାଯାଇଛି। ଏପରି ମିଥ୍ୟା ଖବରର ପ୍ରଚାର କରି ୟୁକ୍ରେନ ବିରୋଧରେ ଆତଙ୍କବାଦୀ ଆକ୍ରମଣକୁ ଜୋରଦାର କରିବାକୁ ରୁଷ ନୂଆ ଉଦ୍ୟମ କରିଛି।”

ୟୁକ୍ରେନ ପକ୍ଷରୁ ଆହୁରି କୁହାଯାଇଛି ଯେ ବଡ଼ଧରଣର ପ୍ରତି ଜବାବ ଦେବାକୁ କିଭ୍‌ ସବୁବେଳେ ପ୍ରସ୍ତୁତ। ଗୋଟିଏ ବର୍ଷ ହେଲା କିଭ୍‌ ଯାହା କରୁଛି, ଏବେ ବି ସେୟା କରିବ। ଜେଲେନସ୍କି ପ୍ରେସ ସଚିବ ମଧ୍ୟ ଏପରି ତଥାକଥିତ ରାତ୍ର କାଳୀନ କେମ୍ରଲିନ ଆକ୍ରମଣ ସମ୍ପର୍କରେ ସୂଚନା ନଥିବା କହିଛନ୍ତି।

ରୁଷ ପକ୍ଷରୁ କୁହାଯାଇଥିଲା ଯେ ଦୁଇଟି ମାନବ ବିହୀନ ଡ୍ରୋନ କ୍ରେମଲିନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ଯୋଜନାକୁ ପଣ୍ଡ କରି ଦିଆଯାଇଛି। ପୁଟିନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନ କ୍ରେମଲିନ ଉପରେ ହମଲା କରିବାକୁ ଚାହୁଁଥିଲା।

କିନ୍ତୁ ଏଥିରେ ପୁଟିନ ସାମାନ୍ୟ ଆହତ ମଧ୍ୟ ହୋଇ ନାହାନ୍ତି। କ୍ରେମଲିନ ବିଲଡିଂ ମଧ୍ୟ ଆଦୌ କ୍ଷତି ହୋଇ ନାହିଁ। ଏହା ଏକ ଯୋଜନାବଦ୍ଧ ଆତଙ୍କବାଦ କାର୍ଯ୍ୟକଳାପ ଥିଲା ଓ ରୁଷିଆନ ଫେଡରେସନର ରାଷ୍ଟ୍ରପତି ପୁଟିନଙ୍କ ଜୀବନ ନେବାକୁ ଉଦ୍ୟମ ହୋଇଥିଲା।

Russia-Ukraine War Volodymyr Zelenskyy Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe