/odisha-reporter/media/post_attachments/uploadimage/library/16_9/16_9_0/Drone_1693572532.jpg)
Drone
ରୁଷର ଘନଘନ ଆକ୍ରମଣରୁ ବର୍ତ୍ତି ଯାଇଛି ୟୁକ୍ରେନର ଗୋଟିଏ ଡ୍ରୋନ। ରୁଷ ଦଖଲରେ ଥିବା କ୍ରିମେଆରେ ମସ୍କୋ ପକ୍ଷରୁ ଦୁଇ ହେଲିକପ୍ଟର ଓ ଗୋଟିଏ ଯୁଦ୍ଧ ବିମାନ ୟୁକ୍ରେନ ଡ୍ରୋନର ପିଛା କରି ଘନଘନ ଗୁଳିମାଡ଼ କରିଥିଲେ। ତେବେ ଡ୍ରୋନଟି ରୁଷର ସବୁ ହମଲାକୁ ଚକମା ଦେଇ ସୁରକ୍ଷିତ ଭାବେ ବେସ୍କୁ ଫେରି ଆସିଛି। ଏହି ହମଲାର ଭିଡିଓ ସାମ୍ନାକୁ ମଧ୍ୟ ଆସିଛି।
ହମଲା ବେଳର ଭିଡିଓକୁ ୟୁକ୍ରେନର ପ୍ରତିରକ୍ଷା ଗୁଇନ୍ଦା ବିଭାଗ(ଡିଆଇୟୁ) ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ସ୍ଥାନୀୟ ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରୁଷ ଘନଘନ ହମଲା କରିଥିଲେ ମଧ୍ୟ ୟୁକ୍ରେନର ଡ୍ରୋନଟି ସଂପୂର୍ଣ୍ଣ ସୁରକ୍ଷିତ ରହିଛି ଓ ଏହା ବେସ୍କୁ ଫେରିଛି।
ହମଲା ବେଳର ଦୃଶ୍ୟ ଡ୍ରୋନରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ରୁଷର ଦୁଇଟି ହେଲିକପ୍ଟର ମିଳିତ ଭାବେ ଗୁଳି ମାଡ଼ କରିବା ସହ ଡ୍ରୋନର ପିଛା କରୁଛନ୍ତି। କିଛି ସମୟର ହମଲା ପରେ ହେଲିକପ୍ଟର ଓ ଯୁଦ୍ଧ ବିମାନ ପୂରା ଅଦୃଶ୍ୟ ହୋଇ ଯାଉଛନ୍ତି।
🔥 Два ворожих вертольоти та літак за час тривалої погоні так і не змогли збити український безпілотник (ВІДЕО)
🔗 https://t.co/yY4iJul8KJpic.twitter.com/w8DBlzwr5i
— Defence intelligence of Ukraine (@DI_Ukraine) September 1, 2023
ଡିଆଇୟୁ କହିଛି ଯେ “ଦୀର୍ଘ ସମୟ ଧରି ପିଛା କରିଥିଲେ ମଧ୍ୟ ଶତ୍ରୁ ପକ୍ଷର ଦୁଇଟି ହେଲିକପ୍ଟର ଓ ଗୋଟିଏ ବିମାନ ୟୁକ୍ରେନର ଡ୍ରୋନକୁ ସଫଳତାର ସହ ଗୁଳି ମାରି ଖସାଇବାକୁ ସକ୍ଷମ ହୋଇ ନାହାନ୍ତି। ଡ୍ରୋନଟି କାପେ ତାରଖାନକୁଟ ଅଞ୍ଚଳରେ ବୁଲୁଥିବା ବେଳେ ରୁଷ ପକ୍ଷରୁ ହମଲା କରାଯାଇଥିଲା।”
ଏହାପୂର୍ବରୁ ମସ୍କୋ ଅଭିମୁଖେ ଯାଉଥିବା ଗୋଟିଏ ଡ୍ରୋନକୁ ରୁଷର ଏୟାର ଡିଫେନ୍ସ ଗୁଳି କରି ଖସାଇ ଦେଇଥିଲା। ତେବେ ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି କିମ୍ବା ରୁଷର କୌଣସି ପ୍ରକାରର କ୍ଷତି ହୋଇ ଥିବା ମସ୍କୋ ମେୟର ସେରଗେଇ ସୋୟାନିନ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
