Advertisment

ରୁଷ ଉପରେ ୟୁକ୍ରେନର ସବୁଠାରୁ ବଡ଼ ହମଲା: ମାଡ଼ କଲା ୩୪ ଡ୍ରୋନ

ୟୁକ୍ରେନ ପକ୍ଷରୁ ଏକାସାଙ୍ଗରେ ୩୪ଟି ଡ୍ରୋନ ଦ୍ୱାରା ମସ୍କୋ ଉପରେ ହମଲା କରାଯାଇଛି।

Russia

Russia

Advertisment

ଦୀର୍ଘ ୨ ବର୍ଷର ଯୁଦ୍ଧ ମଧ୍ୟରେ ରୁଷର ରାଜଧାନୀ ମସ୍କୋ ଉପରେ ସବୁଠାରୁ ବଡ଼ ହମଲା କରିଛି ୟୁକ୍ରେନ। ଆଜି ୟୁକ୍ରେନ ପକ୍ଷରୁ ଏକାସାଙ୍ଗରେ ୩୪ଟି ଡ୍ରୋନ ଦ୍ୱାରା ମସ୍କୋ ଉପରେ ହମଲା କରାଯାଇଛି। ୟୁକ୍ରେନର ଘନଘପ ଆକ୍ରମଣ ଯୋଗୁ ମସ୍କୋରେ ଆତଙ୍କ ଖେଳି ଯାଇଛି।

Advertisment

ସେହିପରି ସହରର ୩ଟି ଯାକ ଏୟାରପୋର୍ଟକୁ ବନ୍ଦ କରାଯାଇଛି। ଘଟଣାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ହେଲେ ମୃତାହତଙ୍କ ସମ୍ପର୍କରେ ତଥ୍ୟ ଆସିନାହିଁ। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପରି ହମଲାକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରାଯଇଛି।

ମନ୍ତ୍ରଣାଳୟ କହିଛି ଯେ ୱେଷ୍ଟର୍ଣ୍ଣ ରୁଷ ଆକାଶରେ ଉଡ଼ୁଥିବା ୩୬ଟି ଡ୍ରୋନକୁ ଧ୍ୱଂସ କରି ଦିଆଯାଇଛି। ବିମାନ ଭଳି ଦୃଶ୍ୟ ଡ୍ରୋନକୁ ଆକ୍ରମଣ ପାଇଁ ୟୁକ୍ରେନ ବ୍ୟବହାର କରିଛି। ଏହାର ପରିଣାମ ୟୁକ୍ରେନକୁ ଭୋଗିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି। 

Advertisment

ୟୁକ୍ରେନ ପକ୍ଷରୁ ମସ୍କୋ ଉପରେ ୩୪ଟି ଡ୍ରୋନ ଦ୍ୱାରା କରିଥିବା ହମଲାକୁ ରୁଷ ପଣ୍ଡ କରିପାରି ନାହିଁ। ରୁଷର ଫେଡରାଲ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି କହିଛି ଯେ Domodedovo, Sheremetyevo and Zhukovsky ଏୟାରପୋର୍ଟର ୩୬ଟି ବିମାନକୁ ଡାଇଭର୍ଟ କରାଯାଇଛି। କିନ୍ତୁ ଅପରେସନ ଜାରି ରହିଛି। ମସ୍କୋ ରିଜନରେ ହୋଇଥିବା ହମଲାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ଶନିବାର ରାତିରୁ ରବିବାର ଭୋର ସମୟ ମଧ୍ୟରେ ରୁଷ ପକ୍ଷରୁ ୧୪୫ଟି ଡ୍ରୋନ ଦ୍ୱାରା ୟୁକ୍ରେନ ଉପରେ ହମଲା କରାଯାଇଥିବା କିଭ ପକ୍ଷରୁ ସୂଚନା ଦିଆଯାଇଛି। ୟୁକ୍ରେନ କହିଛି ଯେ ରୁଷ ଦ୍ୱାରା ହୋଇଥିବା ଆକ୍ରମଣ ସମୟରେ ୬୨ଟି ଡ୍ରୋନକୁ ନଷ୍ଟ କରିଦିଆଯାଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe