Advertisment

ସମୁଦ୍ରରେ ରୁଷର ପ୍ରଥମ ଡ୍ରୋନ ଆଟାକ: ବୁଡ଼ିଗଲା ୟୁକ୍ରେନ ସର୍ବବୃହତ୍ତ ଜାହାଜ

ୟୁକ୍ରେନର ଏହି ଜାହାଜକୁ ପ୍ରାୟ ୧୦ ବର୍ଷ ତଳେ ନୌସେନାରେ ସାମିଲ କରାଯାଇଥିଲା। ରୁଷ ନୌସେନା ଏବେ ଡ୍ରୋନ ଆଟାକ ଦ୍ୱାରା ଏହାକୁ ଧ୍ୱଂସ କରି ଦେଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି।

Drone

Drone

Advertisment

ୟୁକ୍ରେନକୁ ବଡ଼ ଝଟକା ଦେଇଛି ରୁଷ। ପ୍ରାୟ ୪ ବର୍ଷର ଯୁଦ୍ଧ ମଧ୍ୟରେ ରୁଷ ପ୍ରଥମଥର ପାଇଁ ଡ୍ରୋନ ଦ୍ୱାରା ସମୁଦ୍ର ପଥରେ ଆକ୍ରମଣ କରିଛି। ରୁଷର ଡ୍ରୋନ ଆଟାକରେ ୟୁକ୍ରେନର ସବୁଠାରୁ ବଡ଼ ନୌସେନା ଜାହାଜ ଛିନଛତ୍ର ହେବା ସହ ପାଣିରେ ବୁଡ଼ି ଯାଇଛି।

Advertisment

ୟୁକ୍ରେନର ଏହି ଜାହାଜକୁ ପ୍ରାୟ ୧୦ ବର୍ଷ ତଳେ ନୌସେନାରେ ସାମିଲ କରାଯାଇଥିଲା। ରୁଷ ନୌସେନା ଏବେ ଡ୍ରୋନ ଆଟାକ ଦ୍ୱାରା ଏହାକୁ ଧ୍ୱଂସ କରି ଦେଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଲାଗୁନା ଶ୍ରେଣୀର ମଧ୍ୟମ ଆକାଶର ଏହି ଜାହାଜରେ ରେଡିଓ, ଇଲେକ୍ଟ୍ରୋନିକ, ରାଡାର ପରୀକ୍ଷଣର ବ୍ୟବସ୍ଥା ରହିଥିଲା। ଏହା ୟୁକ୍ରେନର ଓଡେଶା ରିଜନର ଡାନୁବେ ନଦୀରେ ରହିଥିବା ବେଳେ ଡ୍ରୋନର ଷ୍ଟ୍ରାଇକର ଶିକାର ହୋଇଛି। ଆକ୍ରମଣ ଯୋଗୁ ୟୁକ୍ରେନର ସର୍ବବୃହତ୍ତ ଜାହାଜ ସମୁଦ୍ରରେ ବୁଡ଼ି ଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

Advertisment

କୌଣସି ୟୁକ୍ରେନ ନୌସେନା ଜାହାଜକୁ ରୁଷ ପ୍ରଥମଥର ପାଇଁ ସମୁଦ୍ର ଡ୍ରୋନ ଦ୍ୱାରା ବେଶ ସଫଳତାର ସହ ଟାର୍ଗେଟ କରିପାରିଛି। ୟୁକ୍ରେନ ମଧ୍ୟ ଆକ୍ରମଣକୁ ନିଶ୍ଚିତ କରିଛି। ୟୁକ୍ରେନ ନୌସେନା ମୁଖପାତ୍ର କହିଛନ୍ତି, “ଆକ୍ରମଣରେ ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆକ୍ରମଣ ପରସ୍ଥିତି ଆକଳନ କରାଯାଉଛି। ଜାହାଜରେ ଥିବା ଅଧିକାଂଶ କ୍ରୁ ସୁରକ୍ଷିତ ରହିଛନ୍ତି। ତଥାପି ନିଖୋଜ ଥିବା ନାବିକଙ୍କ ସନ୍ଧାନ ଚାଲିଛି।”

Ukraine Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe