Advertisment

ୟୁକ୍ରେନର ସାଂଘାତିକ ଅଭିଯୋଗ; ରୁଷ୍ ନିକ୍ଷେପ କଲା ବାଲିଷ୍ଟିକ୍ ମିଶାଇଲ

ୟୁକ୍ରେନ୍ ଉପରେ ଋଷ କରିଛି ନୂଆ ମିଶାଇଲ ମାଡ। ଦୀର୍ଘ ଦିନର ଯୁଦ୍ଧ ମଧ୍ୟରେ ରୁଷ ପ୍ରଥମ ଥର ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଶାଇଲ ବା ICBM ଆକ୍ରମଣ ନେଇ ଅଭିଯୋଗ କରିଛି ୟୁକ୍ରେନ୍।

missile

missile

Advertisment

ୟୁକ୍ରେନ୍ ଉପରେ ରୁଷ ପ୍ରଥମ ଥର ପାଇଁ ବାଲିଷ୍ଟିକ୍ ମିଶାଇଲ ମାଡ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନର ଯୁଦ୍ଧ ମଧ୍ୟରେ ରୁଷ ପ୍ରଥମ ଥର ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଶାଇଲ ବା ICBM ଆକ୍ରମଣ ନେଇ ଅଭିଯୋଗ କରିଛି ୟୁକ୍ରେନ୍। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଲଙ୍ଗ ରେଞ୍ଜ ମିଶାଇଲ ମାଡ଼ କରିବାକୁ ୟୁକ୍ରେନକୁ ଅନୁମତି ଦେବା ପରେ ରୁଷ ଏପରି ପ୍ରତିଆକ୍ରାତ୍ମକ ହୋଇଉଠିଥିବା କୁହାଯାଇଛି। 

Advertisment

ICBM ହେଉଛି ଏଭଳି ଅସ୍ତ୍ର ଯାହା ପାରମ୍ପରିକ ଯୁଦ୍ଧାସ୍ତ୍ର ସହ ପରମାଣୁ ଯୁଦ୍ଧାସ୍ତ୍ର ବହନର ମଧ୍ୟ କ୍ଷମତା ରଖେ। ତା’ ସହ ରସାୟନିକ ଓ ଜୈବିକ ଯୁଦ୍ଧ ଅସ୍ତ୍ର ପରିବହନ କରିପାରିବ I ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର ୫୦୦ କିଲୋମିଟରରୁ ଅଧିକ। ଏଭଳି ମିଜାଇଲକୁ ରୁଷ ପ୍ରଥମ ଥର ପାଇଁ ନିକ୍ଷେପ କରିଥିବା ଅଭିଯୋଗ କରିଛି ୟୁକ୍ରେନ୍।

ରୁଷ୍ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଶାଇଲକୁ ଆଷ୍ଟ୍ରାଖାନ ଅଞ୍ଚଳରୁ ନିକ୍ଷେପ କରାଯାଇଥିବା କୁହାଯାଉଛି। ଏହି ମିଜାଇଲ ଦ୍ୱାରା ୟୁକ୍ରେନର କ୍ଷତିଗ୍ରସ୍ତ ଅଞ୍ଚଳଠାରୁ ଆଷ୍ଟ୍ରାଖାନର ଦୂରତା ପ୍ରାୟ ୧ ହଜାର କିଲୋମିଟର ହେବ। ଏହା ପରେ ରୁଷକୁ ପାଗଳ ପଡ଼ୋଶୀ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି । ତେବେ ରୁଷ ରାଷ୍ଟ୍ରପତି ପୁଟିନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Advertisment

ସେ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଶାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଶାଇଲ୍ ମାଡ କରିଛୁ। ଏଥିସହ ପରୋକ୍ଷରେ ଆମେରିକା ଏବଂ ୟୁକ୍ରେନକୁ ଚେତାବନୀ ଦେଇଛି ଋଷ।  

 ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଭୟଙ୍କର ଯୁଦ୍ଧକୁ ୧୦୦୦ ଦିନ ପୂରି ସାରିଲାଣି । ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟି ଚାଲିଛି। ଯୁଦ୍ଧ ଯୋଗୁ ରୁଷ ଅପେକ୍ଷା ୟୁକ୍ରେନ ଅଧିକ କ୍ଷତି ସହିଛି। ୟୁକ୍ରେନର ଅନେକ ବଡ଼ବଡ଼ ସହର ମାଟିରେ ମିଶି ଯାଇଛି। ତଥାପି ହାର ନ ମାନି  ୟୁକ୍ରେନ ରୁଷ ଭଳି ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ସହ ଯୁଦ୍ଧ ଜାରି ରଖିଛି ।

ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଲଙ୍ଗ ରେଞ୍ଜ ମିସାଇଲ ମାଡ଼ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିବା ବେଳେ ଚିହିଙ୍କି ଉଠିଛନ୍ତି ପୁଟିନ । ଏଥିସହ ରୁଷ ପ୍ରଥମ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ବା ICBM ଆକ୍ରମଣ ନେଇ ଅଭିଯୋଗ କରିଛି ୟୁକ୍ରେନ୍।

Ukraine Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe