Advertisment

ଜାପାନ ଯାଉଥିବା ୟୁକ୍ରେନର ପ୍ରଥମ ମହିଳାଙ୍କ ବିମାନ ଜୟପୁରରେ କାହିଁକି ଲ୍ୟାଣ୍ଡ କଲା?

ବିମାନରେ ଓଲେନା, ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସୟବିହା ଓ ଜେଲେନସ୍କିଙ୍କ ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ।

Olena

Olena

Advertisment

ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କିଙ୍କ ପତ୍ନୀ ଓଲେନାଙ୍କୁ ନେଇ ଜାପାନ ଯାଉଥିବା ଗୋଟିଏ ବିମାନ ରାଜସ୍ଥାନର ଜୟପୁର ସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା। ରବିବାର ବିମାନଟି ୟୁକ୍ରେନର ପ୍ରଥମ ମହିଳା ଓଲେନାଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଜାପାନ ଯାଉଥିବା ବେଳେ ଇନ୍ଧନ ଭର୍ତ୍ତି ପାଇଁ ଜୟପୁରରେ ଅବତରଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ବିମାନରେ ଓଲେନା, ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସୟବିହା ଓ ଜେଲେନସ୍କିଙ୍କ ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ। ସେମାନେ ଟୋକିଓ ଯାଉଥିବା ବେଳେ ବିମାନରେ ଇନ୍ଧନ ଶେଷ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏଥିପାଇଁ ବିମାନଟି ଜୟପୁରରେ ଅବତରଣ କରି ଇନ୍ଧନ ଭର୍ତ୍ତି କରିଥିଲା। ଏହାପରେ ଏହା ଜାପାନର ଟୋକିଓ ଅଭିମୁଖେ ଉଡ଼ାଣ ଭରିଥିଲା।

ଇନ୍ଧନ ଭର୍ତ୍ତିରେ ସହାୟତା କରିବାକୁ ପ୍ରଥମେ ବୈଦେଶିକ ମନ୍ତ୍ରଣାଳୟକୁ ୟୁକ୍ରେନ ପକ୍ଷରୁ ଅନୁରୋଧ ଆସିଥିଲା। ଏହାକୁ ଗ୍ରହଣ କରି ମନ୍ତ୍ରଣାଳୟ ପକ୍ଷରୁ ବ୍ୟୁରା ଅଫ ସିଭିଲ ଆଭିଏସନ ସିକ୍ୟୁରିଟୀକୁ ଆବଶ୍ୟକ ପ୍ରୋଟୋକଲ ସହ ଇନ୍ଧନ ଭର୍ତ୍ତିରେ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୟୁକ୍ରେନ ପ୍ରତିନିଧିଙ୍କୁ ନେଇ ଯାଉଥିବା ବିମାନ ରବିବାର ସକାଳ ୬.୩୦ରେ ଜୟପୁର ଏୟାରପୋର୍ଟରେ ଅବତରଣ କରିଥିଲା।

Advertisment

ଏହାପରେ ପ୍ରୋଟୋକଲ ଅନୁସାରେ ୟୁକ୍ରେନର ୨୩ ଜଣିଆ ପ୍ରତିନିଧି ମଣ୍ଡଳୀଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥିଲା। ବିମାନରେ ଇନ୍ଧନ ଭର୍ତ୍ତି ହେବା ଯାଏ ସମସ୍ତେ ଏୟାରପୋର୍ଟର ଭିଆଇପି ଲାଉଞ୍ଜରେ ରହିଥିଲେ। ସେମାନଙ୍କୁ ହାଲୁକା ଖାଦ୍ୟ ପରସା ଯାଇଥିଲା।

ଦିଲ୍ଲୀ ସ୍ଥିତି ୟୁକ୍ରେନ ଦୂତାବାସର କର୍ମଚାରୀ ମଧ୍ୟ ସେମାନଙ୍କୁ ଜୟପୁର ଏୟାରପୋର୍ଟରେ ଭେଟିଥିଲେ। ପ୍ରତିନିଧି ମଣ୍ଡଳୀଙ୍କୁ ଇମିଗ୍ରେସନ କ୍ଲିୟରାନ୍ସର ଆବଶ୍ୟକତା ନଥିଲା। ସେମାନେ ସକାଳ ୮.୧୫ରେ ଜୟପୁର ଏୟାରପୋର୍ଟରୁ ପୁଣି ଉଡ଼ାଣ ଭରିଥିଲେ।

Ukraine Russia-Ukraine War Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe