Russia
ରୁଷ ଓ ୟୁକ୍ରେନ ମଧ୍ୟରେ ବର୍ଷେ ହେଲା ଯୁଦ୍ଧ ଚାଲିଥିବା ବେଳେ ଏହାର ଏକ ପ୍ରତିଫଳନ ତୁର୍କୀରେ ଦେଖିବାକୁ ମିଳିଛି। ତୁର୍କୀର ରାଜଧାନୀ ଅଙ୍କାରାରେ ଆୟୋଜିତ ଗୋଟିଏ ସମ୍ମଳନୀରେ ୟୁକ୍ରେନର ଜଣେ ସାଂସଦ ରୁଷ ପ୍ରତିନିଧିଙ୍କୁ ମୁଥ ଓ ଧକ୍କା ମାରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଗୁରୁବାର ତୁର୍କୀରେ ଆୟୋଜିତ ୬୧ତମ ବ୍ଲାକ ସି ଇକୋନୋମିକ କୋପରେସନ (PABSEC) ବୈଠକର ବେଳେ ପୂରା ଘଟଣା ଘଟିଥିଲା। ଏହାର ଭିଡିଓ ଜାସନ ଜୟ ସ୍ମାର୍ଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ୟୁକ୍ରେନ ସାଂସଦ ମାରିକୋଭସ୍କି ମଧ୍ୟ ଉକ୍ତ ଭିଡିଓକୁ ଫେସବୁକରେ ପୋଷ୍ଟ କରି ସମସ୍ତଙ୍କୁ ଅବଗତ କରାଇଛନ୍ତି।
ଭିଡିଓ ଅନୁସାରେ ଉକ୍ତ ବୈଠକ ପାଇଁ ଆସିଥିବା ୟୁକ୍ରେନ ସାଂସଦ ମାରିକୋଭସ୍କି ଦେଶର ପତାକା ଧରି ଫଟୋ ପାଇଁ ପୋଜ ଦେଉଥିଲେ। ଏହି ସମୟରେ ରୁଷର ଜଣେ ପ୍ରତିନିଧି ତାଙ୍କ ପାଖକୁ ଯିବା ସହ ତାଙ୍କ ହାତରୁ ବଳପୂର୍ବକ ୟୁକ୍ରେନ ପତାକାକୁ ଭିଡ଼ି ଆଣିଥିଲେ। ଏଥିରେ ମାରିକୋଭସ୍କି ରାଗି ଯାଇ ତାଙ୍କୁ ଧକ୍କା ଓ ମୁଥ ମାରିଥିଲେ। ସେଠାରେ ଉପସ୍ଥିତି ଅଧିକାରୀମାନେ କିଛି ବୁଝି ପାରି ନଥିଲେ ମଧ୍ୟ ଦୁଇ ଜଣଙ୍କୁ ମାରପିଟ୍ କରିବାକୁ ରୋକି ଥିଲେ।
ସର୍ବସମ୍ମୁଖରେ ଓ କ୍ୟାମେରା ସାମ୍ନାକରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ଗତବର୍ଷ ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲଛି। ନିକଟରେ ୟୁକ୍ରେନ ଡ୍ରୋନ ପଠାଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ମସ୍କୋ ଦାବି କରିଥିଲା। ଏହାପରେ ୟୁକ୍ରେନ ବିରୋଧରେ ରୁଷ ତା’ର ଆକ୍ରମଣକୁ ଜୋରଦାର କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Russia_1683266811.jpg)