Advertisment

୫ ମାସରେ ପ୍ରଥମ: ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ କହିଲା ଜାତିସଂଘ ସୁରକ୍ଷା ପରିଷଦ

ବର୍ତ୍ତମାନ ଇସଲାମର ପବିତ୍ର ମାସ ରମଜାନ ଚାଲିଛି। ତେଣୁ ତୁରନ୍ତ ଗାଜା ସହରରେ ଅସ୍ତ୍ରବିରତି ଲାଗୁ କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆସିଥିଲା।

Gaza

Gaza

Advertisment

ଯୁଦ୍ଧର ଦୀର୍ଘ ୫ ମାସ ପରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ତ୍ରବିରତି କଥା ମନେ ପଡ଼ିଛି। ପ୍ରଥମଥର ପାଇଁ ଇସ୍ରାଏଲ ଆକ୍ରମଣରେ ଛିନଛତ୍ର ହେବାକୁ ବସିଥିବା ଗାଜାରେ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାକୁ ଦାବି କରିଛି ଜାତିସଂଘର ସୁରକ୍ଷା ପରିଷଦ। ତେବେ ଏହା ଉପରେ ଆସିଥିବା ପ୍ରସ୍ତାବରୁ ଇସ୍ରାଏଲର ଘନିଷ୍ଠ ସହଯୋଗୀ ଆମେରିକା ଦୂରେଇଛି।

Advertisment

ବର୍ତ୍ତମାନ ଇସଲାମର ପବିତ୍ର ମାସ ରମଜାନ ଚାଲିଛି। ତେଣୁ ତୁରନ୍ତ ଗାଜା ସହରରେ ଅସ୍ତ୍ରବିରତି ଲାଗୁ କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆସିଥିଲା। ଏହି ସଂକଳ୍ପ ସପକ୍ଷରେ ୧୪ ରାଷ୍ଟ୍ର ଭୋଟ ଦେଇଛନ୍ତି। ଅସ୍ତ୍ରବିରତି ଲାଗୁ କରାଯିବା ସହ ହମାସ ଓ ଅନ୍ୟ ଆତଙ୍କବାଦୀମାନେ ଅକ୍ଟୋବର ୭ରୁ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ି ଦେବାକୁ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦ ଦାବି କରିଛି।

ସଂକଳ୍ପରେ ସ୍ଥାୟୀ ଅସ୍ତ୍ରବିରତି କଥା ନଥିବାରୁ ରୁଷ ଏହାକୁ ବିରୋଧ କରିଥିଲା। ଏଥିସହ ଭୋଟ ପାଇଁ ଦାବି କରିଥିଲା। ହେଲା ଏହାକୁ ଉପଯୁକ୍ତ ସମର୍ଥନ ମିଳି ନଥିଲା। ପାରିତ ସଂକଳ୍ପକୁ ଆଲଜେରିଆ ପ୍ରସ୍ତୁତ କରିଛି। ସ୍ଲୋଭେନିଆ ଓ ସ୍ୱିଜରଲ୍ୟାଣ୍ତ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।

Advertisment

ଅକ୍ଟୋବର ୭ରେ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ଘନଘନ ରକେଟ ମାଡ଼ କରିଥିଲେ। ଏଥିରେ ପ୍ରାୟ ୧୧୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସେମାନେ ଇସ୍ରାଏଲରୁ ୨୫୦ ଜଣଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ଇସ୍ରାଏଲ ସେନା ଗାଜା ସମେତ ପାଲେଷ୍ଟାଇନର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଚାଲିଛି।

Israel Israel Declares War Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe