Advertisment

ଅଶାନ୍ତ ମଧ୍ୟପ୍ରାଚ୍ୟ, ଜାତିସଂଘର ଜରୁରୀ ବୈଠକରେ ଶାନ୍ତି ପାଇଁ ଆହ୍ୱାନ

ଇସ୍ରାଏଲ-ଇରାନ ଆକ୍ରମଣ ପରେ ମିଳିତ ଜାତିସଂଘ ଜରୁରୀକାଳୀନ ବୈଠକ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
UN Secretary

UN Secretary

ଦୀର୍ଘ ସାତ ମାସ ହେବ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଗତକାଲି ଇସ୍ରାଏଲ ଓ ଇରାନ ଶହ ଶହ କ୍ଷେପଣାସ୍ତ୍ର ପ୍ରୟୋଗ କରିଛନ୍ତି। ଉଭୟ ପକ୍ଷରୁ ଆକ୍ରମଣ ପରେ ମିଳିତ ଜାତିସଂଘ ଜରୁରୀକାଳୀନ ବୈଠକ କରିଛି।

Advertisment

ବୈଠକରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, "ମଧ୍ୟପ୍ରାଚ୍ୟ କିମ୍ବା ବିଶ୍ୱ ଏବେ କୌଣସି ଯୁଦ୍ଧକୁ ସହ୍ୟ କରିପାରିବ ନାହିଁ। ଶାନ୍ତି ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। ଶାନ୍ତି ଓ ସୁରକ୍ଷାକୁ ଏବେ ଅଣଦେଖା କରାଯାଇପାରିବ ନାହିଁ। ସମସ୍ତେ ସଂଯମ ରକ୍ଷା କରି ଶାନ୍ତି ରଖିବାକୁ ପଡ଼ିବ, ନଚେତ୍ ମଧ୍ୟପ୍ରାଚ୍ୟର ଜନସାଧାରଣଙ୍କୁ ଯୁଦ୍ଧର ସମ୍ମୁଖୀନ କରିବାକୁ ପଡ଼ିବ।"

ଭାରତ ମଧ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି। ଆଲୋଚନା ଓ କୂଟନୀତି ଜରିଆରେ ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଆହ୍ୱାନ କରିଛି ଭାରତ।

Advertisment

ପ୍ରକାଶ ଥାଉ କି, ଗତକାଲି ସିରିଆର ରାଜଧାନୀ ଦାମାସକସରେ ଥିବା ଇରାନର ଦୂତାବାସ ଉପରେ ଇସ୍ରାଏଲ ବୋମାମାଡ଼ କରିଥିଲା। ଏହା ପରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ। ଶହ ଶହ ଅସ୍ତ୍ର ବାହକ ଡ୍ରୋନ୍ ସାଙ୍ଗକୁ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଥିଲା। କିନ୍ତୁ  ଇରାନସର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲ ଉପରେ ପଡ଼ି ନାହିଁ, ସମସ୍ତ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରି ଦିଆଯାଇଥିବା ଇସ୍ରାଏଲ କହିଛି। 

ସେପଟେ ଆକ୍ରମଣ ମଧ୍ୟରେ ବିଶ୍ୱ ସମୁଦାୟକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଗକୁ ଆକ୍ରମଣ ନ କରିବାକୁ ନିଷ୍ପତ୍ତି ନେଇଛି ଇରାନ। ଇରାନ ପକ୍ଷରୁ କୁହାଯାଇଛି ଯେ, ଲକ୍ଷ୍ୟ ପୂରଣ ହୋଇଯାଇଛି, ଏବେ ଆଉ ସାମରିକ ପଦକ୍ଷେପ ନିଆଯିବ ନାହିଁ। ଯଦି ଇସ୍ରାଏଲ ଆମକୁ ଟାର୍ଗେଟ କରି ଆକ୍ରମଣ କରେ କିମ୍ବା କୌଣସି କ୍ଷତି ପହଞ୍ଚାଏ ତେବେ ଆମେ ଚୁପ୍‌ ରହିବୁନି। ଏହାର ମୁହଁତୋଡ ଜାବବ ଦେବୁ ବୋଲି ଇରାନ୍‌ର ମୁଖ୍ୟ ଅଧିକାରୀ କହିଛନ୍ତି।

UN Security Iran-Israel Attack