Advertisment

ସରିଗଲା ଟଙ୍କା, ହସ୍ପିଟାଲ ବେଡ୍‌ରେ ପତ୍ନୀଙ୍କ ତଣ୍ଟି ଚିପି ଦେଲେ ସ୍ୱାମୀ

ହସ୍ପିଟାଲରେ ଆଡମିଟ ହେବାରୁ ବିଲ୍‌ ଦେବାକୁ ସ୍ୱାମୀ ଆଉ ସକ୍ଷମ ହୋଇ ନଥିଲେ। ତେଣୁ ସେ ନିଜ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି।

author-image
Hemant Lenka
Election

Election

ଅସୁସ୍ଥ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ଦେବାକୁ ଆଉ ପାଖରେ ନଥିଲା ଟଙ୍କା। ଶେଷରେ ବାଧ୍ୟ ହୋଇ ପତ୍ନୀଙ୍କୁ ହସ୍ପିଟାଲ ବେଡ୍‌ରେ ତଣ୍ଟି ଚିପି ହତ୍ୟା କରିଛନ୍ତି ସ୍ୱାମୀ। ପତ୍ନୀ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିବା ବେଳେ ସ୍ୱାମୀ ଜଣଙ୍କ ତାଙ୍କର ଚିକିତ୍ସା କଥା ବୁଝୁଥିଲେ। କିନ୍ତୁ ସେ ହସ୍ପିଟାଲରେ ଆଡମିଟ ହେବାରୁ ବିଲ୍‌ ଦେବାକୁ ସ୍ୱାମୀ ଆଉ ସକ୍ଷମ ହୋଇ ନଥିଲେ। ତେଣୁ ସେ ନିଜ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି।

Advertisment

ଆମେରିକାର କାନସାସ ସହରରେ ଏପରି ଘଟଣା ଘଟିଛି। ଏଠାରେ ମେଡିକାଲ ଚିକିତ୍ସା ଅତ୍ୟନ୍ତ ମହଙ୍ଗା ବୋଲି ପୁଣି ପ୍ରମାଣିତ ହୋଇଛି। ମହିଳା ଜଣଙ୍କ କୌଣସି ରୋଗରେ ନୁହେଁ, ବରଂ ଅର୍ଥ ଅଭାବରୁ ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କାନସାସ ସହରରେ ରହୁଥିବା ବ୍ୟକ୍ତି ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଗିରଫ ପରେ ୭୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ତାଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି। ପତ୍ନୀଙ୍କ ଚିକିତ୍ସା ବାବଦ ଅର୍ଥ ପ୍ରଦାନ କରିବା ଓ ତାଙ୍କର ଯତ୍ନ ନେବାକୁ ସେ ସକ୍ଷମ ନଥିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।

Advertisment

ମଧ୍ୟରାତ୍ରର ଠିକ ପୂର୍ବରୁ ପୁଲିସ୍‌କୁ ହସ୍ପିଟାଲରୁ ଫୋନ ଯାଇଥିଲେ। ଏହି କଲରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସ୍‌କୁ ଆଇସିୟୁକୁ ଆସି ଜଣେ ମହିଳାଙ୍କ ମୃତ୍ୟୁ ତଦନ୍ତ କରିବାକୁ କହିଥିଲେ।

ମହିଳା ଜଣଙ୍କ ଡାଏଲସିସି ପାଇଁ ଗୋଟିଏ ନୂଆ ପୋର୍ଟ ନେବାକୁ ହସ୍ପିଟାଲ ଆସିଥିଲେ। ମହିଳା ଜଣଙ୍କ ହସ୍ପିଟାଲ ବେଡ୍‌ରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ରୋନୀ ୱିଗ୍ସ ତାଙ୍କୁ ହତ୍ୟା କରିଛନ୍ତି। ତେବେ ପୁଲିସ୍‌ ଆଇସିୟୁରେ ପହଞ୍ଚିଲା ବେଳକୁ ମହିଳାଙ୍କ ଜୀବନ ଯାଇ ନଥିଲା। କିନ୍ତୁ ତାଙ୍କର ବ୍ରେନ ଡେଡ୍‌ ହୋଇ ସାରିଥିଲା।

ଏହାପୂର୍ବରୁ କିନ୍ତୁ ହସ୍ପିଟାଲ କର୍ମଚାରୀ ହତ୍ୟା ସମ୍ପର୍କରେ ଜାଣି ସାରିଥିଲେ। କାରଣ ରୋନୀ ତାଙ୍କ ପତ୍ନୀଙ୍କ ବେଡ ପାଖରେ ଛିଡ଼ା ହୋଇ ହତ୍ୟା କରିଥିବା ଜୋରରେ ଚିତ୍କାର କରି କହିଥିଲେ। ସେ କହିଥିଲେ, “ମୁଁ ଏହା କରିଛି। ମୁଁ ତାକୁ ମାରିଛି। ମୁଁ ତା’ର ତଣ୍ଟି ଚିପି ଦେଇଛି।”

ଗିରଫ ପରେ ରୋନୀ ପୁଲିସ୍‌କୁ କହିଛନ୍ତି ଯେ ପତ୍ନୀଙ୍କ ଚିକିତ୍ସା ପାଇଁ ଆସୁଥିବା ମେଡିକାଲ ବିଲ ଦେଖି ସେ ପୂରା ହତାଶ ହୋଇ ସାରିଥିଲେ। ପୂର୍ବରୁ ମଧ୍ୟ ଗୋଟିଏ ଥର ସେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ। ଗୋଟିଏ ଆଶ୍ରୟ ସ୍ଥଳରେ ରୋନୀ ତାଙ୍କ ପତ୍ନୀଙ୍କୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ସେ ଉଠି ପଡ଼ିଥିଲେ।

ଏଥିସହ ପତ୍ନୀ ଜଣଙ୍କ ରୋନୀଙ୍କୁ ଏପରି ନ କରିବାକୁ ନେହୁରା ହୋଇଥିଲେ। ହେଲେ ରୋନୀ ହସ୍ପିଟାଲ ବେଡରେ ପତ୍ନୀଙ୍କୁ ହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇ ସାରିଥିଲେ। ସତକୁ ସତ ସେ ହସ୍ପିଟାଲ ବେଡରେ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି।

USA Medical Staf