Advertisment

ଦାଉଦ୍‌ ଇବ୍ରାହିମଙ୍କ ଅବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି!

ମୁମ୍ବାଇ ମୋଷ୍ଟ ୱାଣ୍ଟେଣ୍ଡ ଅଣ୍ଡର ୱାଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍‌ଙ୍କ ଅବସ୍ଥା ସଙ୍କଟାପନ୍ନ। ଗୁରୁତର ଅବସ୍ଥାରେ ତାଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
underworld-don-dawood-ibrahim

underworld-don-dawood-ibrahim

Advertisment

ମୁମ୍ବାଇ ମୋଷ୍ଟ ୱାଣ୍ଟେଣ୍ଡ ଅଣ୍ଡର ୱାଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍‌ଙ୍କ ଅବସ୍ଥା ସଙ୍କଟାପନ୍ନ। ଗୁରୁତର ଅବସ୍ଥାରେ ତାଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଷକ୍ରିୟା ଯୋଗୁ ଦାଉଦଙ୍କର ଏପରି ଅବସ୍ଥା ହୋଇଥିବା ଆଲୋଚନା ହେଉଥିବା ବେଳେ ସେ ଏବେ ଗୁରୁତର ରୋଗରେ ପୀଡ଼ିତ ଥିବା ବି ଚର୍ଚ୍ଚା ଚାଲିଛି। ତେବେ ଏନେଇ ଅଫିସିଆଲି କିଛି ସୂଚନା ମିଳିନି।

Advertisment

ସୋଶାଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ପ୍ରାୟ ୨ ଦିନ ହେବ ୬୫ ବର୍ଷୀୟ ଦାଉଦଙ୍କୁ କରାଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ବିଷକ୍ରିୟା ଯୋଗୁ ଦାଉଦ ହସ୍ପିଟାଲରେ ଆଡମିଟ ହୋଇଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ତାଙ୍କୁ ବିଷ ଦେଇଛି, ଏହା ପଛରେ ହତ୍ୟା ଉଦ୍ଦେଶ୍ୟ ରହିଛା ନା ଆଉ କିଛି ଷହଯନ୍ତ୍ର ତା’ ଉପରୁ ପରଦା ହଟିନି। 

ଏହାବାଦ ଦାଉଦ ବହୁ ଗୁରୁତର ବେମାରରେ ବି ପୀଡ଼ିତ ଥିବା ଜଣାଯାଇଛି। ତେବେ କେଉଁ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରୁ ନ ଥିବା ବେଳେ କେବଳ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Advertisment

ଦାଉଦ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏପରିକି ଦାଉଦ ଆଡମିଟ ହୋଇଥିବା ଫ୍ଲୋରକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି। କେବଳ ଦାଉଦଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ପରିବାର ଲୋକଙ୍କ ବ୍ୟତୀତ ଆଉ କାହାକୁ ଉକ୍ତ ଫ୍ଲୋରକୁ ଯିବାକୁ ଅନୁମତି ମିଳୁ ନାହିଁ।

ଏନେଇ ପାକିସ୍ତାନ ପକ୍ଷରୁ କୌଣସି ସୂଚନା ଦିଆଯାଉ ନ ଥିବା ବେଳେ ମୁମ୍ବାଇ ପୁଲିସ୍‌ ଦାଉଦଙ୍କ ସମ୍ପର୍କୀୟଙ୍କଠାରୁ ତଥ୍ୟ ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛି। ତେବେ ଦାଉଦ ହସ୍ପିଟାଲରେ ଆଡମିଟ ହେବା ପରଠୁ ପାକିସ୍ତାନରେ ଗୁଗଲ, ୟୁଟ୍ୟୁବ ଆଦି ସୋଶାଲ ମିଡିଆ ସର୍ଭର ଡାଉନ୍‌ ଥିବା ଜଣାଯାଇଛି। ଏଥିଯୋଗୁ କୌଣସି ବଡ଼ ସୂଚନା ମିଳିପାରେ ବୋଲି ପାକିସ୍ତାନର ପତ୍ରକାର ଆରଜୁ କାଜମୀ ସୂଚନା ଦେଇଛନ୍ତି।

୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ସିରିଜି ବମ୍‌ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଥିଲେ ଦାଉଦ ଇବ୍ରାହିମ । ଏହି ବ୍ଲାଷ୍ଟ ପରେ ସେ ଭାରତ ଛାଡ଼ି ପଳାଇଥିଲେ। ଏହାପରେ ସେ ପାକିସ୍ତାନରେ ନିଜ ପରିବାର ସହ ରହୁଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହୁଥିଲା। ଭାରତରେ ଦାଉଦ ନାଁରେ ଆତଙ୍କୀ ହାମଲା, ହତ୍ୟା, ଅପହରଣ, ସୁପାରୀ ମର୍ଡର ଡ୍ରଗ୍ସ, ହତିଆର ଚାଲାଣ ଆଦି ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି। ୨୦୦୩ ମସିହାରେ ଦାଉଦକୁ ଗ୍ଲୋବାଲ ଟେରୋରିଷ୍ଟ ଭାବେ ଘୋଷିତ କରାଯାଇଥିଲା। ଏହାସତ୍ତ୍ୱେ ତାଙ୍କୁ ଗିରଫ କରିବା କୌଣସି ଦେଶର ପୁଲିସ୍‌ ପକ୍ଷେ ସମ୍ଭବ ହୋଇ ପାରିନି। 

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe