Advertisment

ୟୁନାଇଟେଡ୍‌ ହେଲ୍‌ଥ କେୟାର୍‌ ସିଇଓଙ୍କୁ ହତ୍ୟା, ହୋଟେଲ ବାହାରେ ଗୁଳିମାଡ଼

ୟୁନାଇଟେଡ୍ ହେଲ୍ଥ କେୟାର୍‌ର ସିଇଓ ବ୍ରାୟନ୍‌ ଥମସନ୍‌ଙ୍କ ଉପରକୁ ମ୍ୟାନହଟ୍ଟନର ଏକ ହୋଟେଲ ବାହାରେ ଗୁଳିମାଡ଼ ହୋଇଛି।

ଅଦ୍ୟତନ ହୋଇଛି
Brian Thompson Shot Dead

Brian Thompson Shot Dead

Advertisment

ୟୁନାଇଟେଡ୍ ହେଲ୍‌ଥ କେୟାର୍‌ର ସିଇଓଙ୍କୁ ଆମେରିକାରେ ହତ୍ୟା। ମ୍ୟାନ୍‌ହଟ୍ଟନର ଏକ ହୋଟେଲ ବାହାରେ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଆତଙ୍କ ଖେଳି ଯାଇଛି। ପୁଲିସ ଏହାକୁ ଟାର୍ଗେଟ୍‌ କିଲିଂ ବୋଲି କହିଛି।

Advertisment

ସୂଚନା ମୁତାବକ, ବୁଧବାର ସକାଳ ୬ଟା ୪୫ରେ ୟୁନାଇଟେଡ୍ ହେଲ୍‌ଥ କେୟାର୍‌ର ସିଇଓ ବ୍ରାୟନ୍‌ ଥମସନ୍‌ଙ୍କ ଉପରକୁ ମ୍ୟାନହଟ୍ଟନର ଏକ ହୋଟେଲ ବାହାରେ ଗୁଳିମାଡ଼ ହୋଇଛି। କମ୍ପାନୀର ବାର୍ଷିକ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଏହି ହୋଟେଲକୁ ଆସିଥିଲେ। ତେବେ ଏତିକି ବେଳେ ଜଣେ ସନ୍ଦିଗ୍ଧ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ହାତରେ ବନ୍ଧୁକ ଧରି ଜଣେ ଆକ୍ରମଣକାରୀ ହୋଟେଲ ବାହାରେ ବ୍ରାୟନ ଥମ୍ପସନଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ତେବେ ବ୍ରାୟନ ସେଠାରେ ପହଞ୍ଚିବା ମାତ୍ରେ ଆକ୍ରମଣକାରୀ ତାଙ୍କୁ ପିଛା କରି ଗୁଳିମାଡ଼ କରିଥିଲେ।

Advertisment

ବ୍ରାୟନଙ୍କ ପିଠି ଓ ଗୋଡରେ ଗୁଳି ବାଜିଛି। ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି। ସିସିଟିଭି ଫୁଟେଜ ଆଧାରେ ପୁଲିସ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଛ। ପୁଲିସ ଏହାକୁ ଟାର୍ଗେଟ୍‌ କିଲିଂ କରୁଥିବା ବେଳେ କେଉଁ କାରଣ ଯୋଗୁ ଏହି ଆକ୍ରମଣ ହୋଇଛି ସେ ନେଇ ତଦନ୍ତ ଜାରି ରଖିଛି।

United Healthcare USA Manhattan Hotel CEO Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe