Advertisment

ଗୋରା ଓ ପତଳା ଝିଅଙ୍କୁ ମିଳୁଛି ଚାକିରି, ଏୟାରଲାଇନ୍ସ ନାଁରେ ମାମଲା

ୟୁନାଇଟେଡ୍‌ ଏୟାରଲାଇନ୍ସ ବିରୋଧରେ ଆସିଛି ବର୍ଣ୍ଣବୈଷମ୍ୟ ଅଭିଯୋଗ।

Female Flight Attendant

Female Flight Attendant

Advertisment

କେବଳ ସୁନ୍ଦର, ଗୋରୀ, କମ୍‌ ବୟସ୍କା, ପତଳା ଓ ନୀଳ ନୟନାଙ୍କୁ ମିଳୁଛି ଫ୍ଲାଇଟ୍‌ରେ ଚାକିରି । ଏଭଳି ଯୁବତୀମାନେ ଏୟାରଲାଇନ୍ସର ପ୍ରଥମ ପସନ୍ଦ। ଏମାନଙ୍କୁ କ୍ରୁ' ସଦସ୍ୟ କରାଯାଇଛି। ଏହି ଯୁବତୀଙ୍କ ଆଗରେ ଅନ୍ୟ ଝିଅମାନଙ୍କୁ ହତାଦର କରଯାଉଛି। ଏଭଳି କିଛି ଅଭିଯୋଗ ଆସିଛି ଆମେରିକାର ୟୁନାଇଟେଡ୍‌ ଏୟାର୍‌ଲାଇନ୍ସ ବିରୋଧରେ।

Advertisment

ପ୍ରଫେସନାଲ ଓ କଲେଜ ସ୍ପୋର୍ଟସ ଟିମ୍‌ ପାଇଁ ସେବା ପ୍ରଦାନ କରୁଥିବା ୟୁନାଇଟେଡ୍‌ ଏୟାରଲାଇନ୍ସ ବିରୋଧରେ ଆସିଛି ବର୍ଣ୍ଣବୈଷମ୍ୟ ଅଭିଯୋଗ। ଫ୍ଲାଇଟ୍‌ ଆଣ୍ଟେଣ୍ଡାଣ୍ଟ ପଦବୀ ପାଇଁ ଏୟାରଲାଇନ୍ସ କେବଳ ପତଳା, ସୁନ୍ଦରୀ, ଗୋରୀ ଝିଅଙ୍କୁ ପ୍ରଥମିକତା ଦେଉଛି। କଳା ଓ ମୋଟା ଝିଅଙ୍କୁ ଏଠି କୌଣସି ସୁଯୋଗ ମିଳୁନି। ଏନେଇ ଦୁଇଜଣ କ୍ରୁ ସଦସ୍ୟ ୟୁନାଇଟେଡ୍‌ ଏୟାରଲାଇନ୍ସ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଲସ୍‌ ଏଞ୍ଜଲିସ୍‌ର ଡୋଜର୍ସ ବେସ୍‌ବଲ୍‌ ଟିମ୍‌ର ଚାର୍ଟାର୍ଡ ଫ୍ଲାଇଟ୍‌ରୁ ୫୦ ବର୍ଷୀୟ ଡନ୍‌ ଟୋଡ୍‌ ଓ ୪୪ ବର୍ଷୀୟ ଡାର୍ବି କ୍ୟୁଜାଦାଙ୍କୁ ବାହାର କରିଦିଆଯାଇଛି। ଖେଳାଳିମାନେ କେବଳ ଗୋରୀ, କମ୍‌ ବୟସ୍କା, ତନୁ ପାତଳି ଓ ନୀଳ ନୟନା ମହିଳାଙ୍କୁ ପସନ୍ଦ କରୁଛନ୍ତି। ତେଣୁ ଯୁବ ଓ ପତଳା ମହିଳା ସହକର୍ମୀଙ୍କୁ ପ୍ରାଥମିକତା ଦେଇ ଏୟାରଲାଇନ୍ସ ତାଙ୍କୁ ଅଣଦେଖା କରିଥିବା ଉଭୟ ଅଭିଯୋଗ କରିଛନ୍ତି। ଏନେଇ ଲସ୍‌ ଏଞ୍ଜଲିସର କାଉଣ୍ଟି ସୁପିରିୟର୍‌ କୋର୍ଟରେ ୟୁନାଇଟେଡ୍‌ ଏୟାରଲାଇନ୍ସ ବିରୋଧରେ ବର୍ଣ୍ଣବୈଷମ୍ୟ, ଧର୍ମ, ବୟସ ଆଧାରେ ଉତ୍ପୀଡନ ଓ ଭେଦଭାବ ଅଭିଯୋଗରେ ମାମଲା ରୁଜୁ ହୋଇଛି।

Advertisment

ଟୋଡ୍‌ ଓ କ୍ୟୁଜାଦା ୧୫ ବର୍ଷରୁ ଅଧିକ ସମୟ ହେବ ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ରେ କାମ କରୁଥିଲେ। ‘ଡଜର୍ସ ଫ୍ଲାଇଟ୍‌’ରେ (ଖେଳାଳି ଟିମ୍‌ ନେଉଥିବା ବିମାନ) କାମ କରିବାକୁ ପ୍ରାୟ ୧୦ ବର୍ଷ ହେବ ଉଦ୍ୟମ କରି ସେମାନେ ବିଫଳ ହୋଇଛନ୍ତି। ଏଥିରେ କାମ କରୁଥିବା ‘କ୍ରୁ’ମାନଙ୍କୁ ଅଧିକ ପାରିଶ୍ରମିକ ମିଳେ। କାରଣ ଏହି ବିମାନର ଯାତ୍ରା ସମୟ ଖୁବ୍‌ ଦୀର୍ଘ। ଏଥିସହ ଏଠି ଅନ୍ୟାନ୍ୟ ଖର୍ଚ୍ଚ ମିଳୁଥିବାରୁ ସାଧାରଣ ବିମାନରେ ମିଳୁଥିବା ପାରିଶ୍ରମିକଠାରୁ ତାହାର ପାରିଶ୍ରମିକ ଅଧିକ ହୋଇଥାଏ।

United Airlines Flight Attendant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe